ଗାଁ ମୁଣ୍ଡ ବରଗଛରେ ଶୁଭୁନି ରଜ ଦୋଳିର କଟମଟ ଶବ୍ଦ
Advertisement

ଗାଁ ମୁଣ୍ଡ ବରଗଛରେ ଶୁଭୁନି ରଜ ଦୋଳିର କଟମଟ ଶବ୍ଦ

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରି ଓଡିଶାବାସୀଙ୍କ ରଜର ଶୁଭେଚ୍ଛା ଜଣାଇଛନ୍ତି।

ଗାଁ ମୁଣ୍ଡ ବରଗଛରେ ଶୁଭୁନି ରଜ ଦୋଳିର କଟମଟ ଶବ୍ଦ

ବିବେକାନନ୍ଦ ସାମଲ, ଭଦ୍ରକ: ଆଜି ପହିଲି ରଜ। କୋରୋନା କଟକଣା ପାଇଁ ଚଳିତବର୍ଷ ମଧ୍ୟ ଫିକା ପଡିଛି ରଜ ପର୍ବ। ଆଉ ଶୁଣିବାକୁ ମିଳୁନାହିଁ ବରଗଛରେ ରଜ ଦୋଳିର କଟମଟ ଶବ୍ଦ। ଅନ୍ୟପଟେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରି ଓଡିଶାବାସୀଙ୍କ ରଜର ଶୁଭେଚ୍ଛା ଜଣାଇଛନ୍ତି।

ଓଡିଶାର ଗଣପର୍ବ ରଜ (raja festival) ଲାଗାତାର ଦ୍ବିତୀୟ ବର୍ଷ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। କୁଆଁରୀ ଝିଅମାନେ ଏବେ ନିଜ ନିଜ ଘରେ ରହି ରଜ ପାଳୁଛନ୍ତି। ସରା ଦେଶ ଏବେ କୋରୋନା (Coronavirus) କବଳିତ ଥିବାବେଳେ ଏହି ରୋଗରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତା ଓ ଘରେ ରହିବା ଅତ୍ୟନ୍ତ ଜରୁରୀ ଥିବାରୁ ଚଳିତବର୍ଷ ରଜ ପର୍ବ ଫିକା ପଡିଛି। ବଜାର ବନ୍ଦ ଥିବାରୁ ନା କୁନି କୁନି ପିଲାମାନେ ନୂଆ ଡ୍ରେସ ପିନ୍ଧି ପାରିଛନ୍ତି ନା ହୋଇପାରିଛନ୍ତି ସଜବାଜ। 

Also Read: ରାସ୍ତା ପାଲଟିଛି ମରଣ ଯନ୍ତା! ଆସିଛି ଟଙ୍କା, ଚୁପ ବସିଛି ଠିକା ସଂସ୍ଥା

ବାହାରେ ଦୋଳି ବନ୍ଧା ହୋଇନାହିଁ ସତ, କିନ୍ତୁ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଘରେ ଘରେ ପିଠା ,ମିଠା, ପାନ ସାଙ୍ଗକୁ କୁମାରୀମାନେ ଘରେ ରହି ପାଳୁଛନ୍ତି ରଜ ପର୍ବ। ନିଜ ନିଜ ଘର ଅଗଣାରେ ଦୋଳିବାନ୍ଧି ଖେଳୁଥିବା ଦେଖିବାକୁ ମିଳିଛି। ଗାଁର କିଛି ବୟଜେଷ୍ଠ ବ୍ୟକ୍ତି ନିଜ ନିଜ ପିଣ୍ଡାରେ ବେସି ତାସ ମଧ୍ୟ ଖେଳୁଛନ୍ତି। ତେବେ କୋରୋନା କଟକଣା ପାଇଁ ଭଦ୍ରକ (Bhadrak) ଜିଲ୍ଲାରେ ଚଳିତ ବର୍ଷ ଫିକା ପଡିଛି ରଜ।

fallback