• ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମହୁତି ଉଦ୍ୟମ
  • ଦେହରେ କିରାସିନି ଢାଳି ନିଆଁ ଲଗାଇ ମାଆ, ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ଦଶମ ଅଫଲାଇନ ପରୀକ୍ଷା ଫର୍ମପୂରଣରୁ ବାଦ ପଡ଼ିବାରୁ ପଦକ୍ଷେପ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ
  • ଆଜି ବିଶ୍ୱ ପ୍ରାକୃତିକ ସଂରକ୍ଷଣ ଦିବସ
  • ଆଜିଠୁ ଅଗଷ୍ଟ ୩ ଯାଏ ମାଓବାଦୀଙ୍କ ସହିଦ ସପ୍ତାହ
  • ଦେଶରେ ଦିନକରେ ୪୩ ହଜାର ୬୭୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୬୪୦ ଜଣଙ୍କ ଜୀବନ
  • ଉତ୍ତର-ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଘନୀଭୂତ
  • ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗରେ ଗତି କରିବ

ରେଖା-ଇମ୍ରାନଙ୍କ ଅଧୁରା ଲଭ୍ ଷ୍ଟୋରୀ, ବିବାହ ଯାଏଁ ଯାଇଥିଲା କଥା

ଦିନେ ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ରେଖା (Rekha) ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଙ୍କ ମଧ୍ୟ ଗଠିଉଠିଥିଲା ପ୍ରେମ ସମ୍ପର୍କ। ସେମାନେ ପରସ୍ପରକୁ ବିବାହ କରିବା ପାଇଁ ମଧ୍ୟ ପ୍ରସ୍ତୁତି ହୋଇସାରିଥିଲେ। ଆପଣ ନିଶ୍ଚିତ ଭାବରେ ଭାବୁଥିବେ କାହିଁକି ହଠାତ୍ ଆମେ ଅତୀତର ଏହି ପ୍ରେମ କାହାଣୀ ଆପଣଙ୍କୁ କହୁଛୁ।

ରେଖା-ଇମ୍ରାନଙ୍କ ଅଧୁରା ଲଭ୍ ଷ୍ଟୋରୀ, ବିବାହ ଯାଏଁ ଯାଇଥିଲା କଥା
ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ଭିତରେ ଗୋଟିଏ ସମାନତା ରହିଛି। ଉଭୟ ଦେଶର କ୍ରିକେଟ୍ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟରେ ଏକ ବିଶେଷ ସଂଯୋଗ ଅଛି। ଅନେକ ବଲିଉଡ ସେଲିବ୍ରିଟି, କ୍ରିକେଟରଙ୍କୁ ବିବାହ କରିଛନ୍ତି। କିନ୍ତୁ ଅନେକଙ୍କ ପ୍ରେମର କାହାଣୀ ଏବେ ବି ଅକୁହା ରହିଯାଇଛି। ସେଭଳି ଏକ ଲଭ୍ ଷ୍ଟୋରୀ ଆଜି ଆମେ ଆପଣଙ୍କୁ କହିବୁ। ତେବେ ଆସନ୍ତୁ ଜାଣିବା କ୍ରିକେଟ୍ ଏବଂ ବଲିଉଡର ଦୁନିଆର ଦୁଇଟି ପ୍ରସିଦ୍ଧ ଯୋଡିର ଅସମ୍ପୂର୍ଣ୍ଣ ପ୍ରେମ କାହାଣୀ।

ଦିନେ ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ ରେଖା (Rekha) ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଙ୍କ ମଧ୍ୟ ଗଠିଉଠିଥିଲା ପ୍ରେମ ସମ୍ପର୍କ। ସେମାନେ ପରସ୍ପରକୁ ବିବାହ କରିବା ପାଇଁ ମଧ୍ୟ ପ୍ରସ୍ତୁତି ହୋଇସାରିଥିଲେ। ଆପଣ ନିଶ୍ଚିତ ଭାବରେ ଭାବୁଥିବେ କାହିଁକି ହଠାତ୍ ଆମେ ଅତୀତର ଏହି ପ୍ରେମ କାହାଣୀ ଆପଣଙ୍କୁ କହୁଛୁ। କଥା କଣ କି, ନିକଟରେ ଇନଷ୍ଟାଗ୍ରାମରେ ଏକ ଖବରକାଗଜର କଟିଂ ଭାଇରାଲ୍ ହୋଇଥିଲା। ଏହି କଟିଂ ରେଖା ଏବଂ ଇମ୍ରାନ ଖାନଙ୍କ ପ୍ରେମ ସମ୍ପର୍କର ଏକ ଡକ୍ୟୁମେଣ୍ଟ ପରି ଦେଖାଯାଉଛି। କାରଣ ଏଥିରେ ଲେଖାଥିବା ବିଷୟ ପଢିବା ପରେ ଆପଣ ମଧ୍ୟ ଚକିତ ହୋଇଯିବେ। ତେବେ ଭାଇରାଲ ହେଉଥିବା ଖବର ଷ୍ଟାର ଖବରକାଗଜରେ ୧୧ ଜୁନ୍ ୧୯୮୫ରେ ପ୍ରକାଶିତ ହୋଇଥିଲା।

Also Read: କୋରୋନା ସଙ୍କଟ ବେଳେ ଖୁସି ଖବର; ଦେଶରେ ଖୁବଶୀଘ୍ର ୨ରୁ ୧୮ ବର୍ଷୀୟ ପିଲାଙ୍କ ଟିକାକରଣ

ପେପର କଟିଂରେ ସେହି ସମୟର ରେଖା ଏବଂ ଇମ୍ରାନ ଖାନଙ୍କ ଫଟୋ ଛପିଛି | ଏହାର ଶୀର୍ଷକ ଉଭୟଙ୍କ ବିବାହ ସହିତ ଜଡିତ ଥିବା ପରି ମନେହୁଏ। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ରେଖା ଏବଂ ଇମ୍ରାନ ବିବାହ କରିବାକୁ ଯାଉଛନ୍ତି। ଆହୁରି ମଧ୍ୟ ଆର୍ଟିକିଲରେ ଇଣ୍ଡିଆନ୍ ଫିଲ୍ମ ଜର୍ଣ୍ଣାଲ୍ ମୁଭିକୁ ଉଦ୍ଧୃତ କରି ଏହା ମଧ୍ୟ ପ୍ରକାଶ ପାଇଛି ଯେ, ଏହି ବିବାହର ନିଷ୍ପତ୍ତିରେ ରେଖାଙ୍କ ମାଆ ଅତ୍ୟନ୍ତ ଖୁସି ଥିଲେ ଏବଂ ସେ ଜ୍ୟୋତିଷଙ୍କ ସହ କଥା ହୋଇ ଉଭୟଙ୍କ କୁଣ୍ଡଳୀ ମଧ୍ୟ ଦେଖାଇଥିଲେ। ଅର୍ଥାତ୍ ଏହା ସ୍ପଷ୍ଟ ଯେ ଏହି ସମ୍ପର୍କ ଉପରେ ରେଖାଙ୍କ ପରିବାରର ନିମନ୍ତ୍ରଣ କାର୍ଡ ମଧ୍ୟ ତିଆରି କରାଯାଇଥିଲା।

 

 
 
 
 

 
 
 
 
 
 
 
 
 
 
 

A post shared by Sanam Maher (@topbastard)

ସୂଚନାନୁସାରେ ବର୍ତ୍ତମାନର ପାକିସ୍ତାନ ପ୍ରଧାନମନ୍ତ୍ରୀ (Pakistan PM) ଇମ୍ରାନ ଖାନଙ୍କ ସହ ବିବାହ ପୂର୍ବରୁ ମୁମ୍ବାଇରେ ରେଖାଙ୍କ ସହ କିଛି ସମୟ ଅତିବାହିତ କରିଥିଲେ। ଏହି ପ୍ରେମୀ ଯୁଗଳଙ୍କୁ ଅନେକ ଥର ମୁମ୍ବାଇ ବିଚ୍ (Mumbai) ଏବଂ ନାଇଟ୍ କ୍ଲବରେ ଲୋକମାନେ ଏକାଠି ହୋଇଥିବାର ଦେଖାଯାଇଥିଲା। ଭାଇରାଲ ପେପର କଟିଂରେ ଇମ୍ରାନଙ୍କ ଏକ ବିବୃତ୍ତି ମଧ୍ୟ ଛପା ଯାଇଛି। ଯେଉଁଥିରେ ସେ କହିଛନ୍ତି, 'ମୁଁ ଅଭିନେତ୍ରୀଙ୍କ ସହିତ କିଛି ସମୟ ବିତାଇବାକୁ ପସନ୍ଦ କରେ ଏବଂ ତା’ପରେ ମୁଁ ଆଗକୁ ବଢିଯାଏ। ମୁଁ ଜଣେ ଫିଲ୍ମ ଅଭିନେତ୍ରୀଙ୍କୁ ବିବାହ କରିପାରିବି ନାହିଁ।' ସୂଚନାଯଓଗ୍ୟ ଯେ, ଏହା ପୂର୍ବରୁ ଜିନତ ଅମାନ ଏବଂ ଶବାନା ଆଜମିଙ୍କ ସହ ଇମ୍ରାନଙ୍କର ସମ୍ପର୍କ ଥିଲା।