• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥
  • ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୭୫୫ ଛୁଇଁଲା ।
  • ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୩୪ କୋରୋନା ସଂକ୍ରମିତ ଚିହ୍ନଟ ॥

ଛଠ୍ ପୂଜା ପାଇଁ ରାଜ୍ୟର ଜଳାଶୟ ପରିସରରେ ୧୪୪ ଧାରା

କୋରୋନା ସଂକ୍ରମଣକୁ ଦେଖି ଏଥର ଦେଶର ଅନେକ ରାଜ୍ୟରେ ଛଠ୍ ପୂଜା ଉପରେ ପ୍ରତିବନ୍ଧକ ଲଗାଯାଇଛି।   

ଛଠ୍ ପୂଜା ପାଇଁ ରାଜ୍ୟର ଜଳାଶୟ ପରିସରରେ ୧୪୪ ଧାରା
ପ୍ରତିକାତ୍ମକ ଫଟୋ

ମୁକେଶ ପ୍ରଧାନ, ଝାରସୁଗୁଡା: ଅନ୍ୟ ରାଜ୍ୟ ପରି ଓଡିଶାରେ ବି ଛଠ୍ ପୂଜା ଉପରେ ଲାଗିଲା କଟକଣା। ଛଠ୍ ପୂଜାରେ ଜନସମାଗନ ନିୟନ୍ତ୍ରଣ କରିବାକୁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଲଗାଇଲେ ଧାରା ୧୪୪। ପୋଖରୀ ତଥା ନଦୀ ଘାଟରେ ଭିଡକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। 

ଛଠ ପୂଜା ପାଳନ ସମୟରେ ପୋଖରୀ ତଥା ନଦୀ ଘାଟରେ ଜନ ସମାଗମକୁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। କୋରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଥରକରେ କେବଳ ୫ ଜଣ ବ୍ୟକ୍ତି ନଦୀ ତଥା ପୋଖରୀ ଘାଟରେ ଏକତ୍ରିତ ହୋଇ ପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଇବ ନଦୀ ଘାଟ, ବୁରୋମାଲର କାଲା ତାଲାବ, ବୁଡାପଡା ପୋଖରୀ, ଗୌନ୍ତିଆପଡା ପୋଖରୀ, ପୁରୁଣାବସ୍ତି ପୋଖରୀ, ଚୌକିପଡା, ତାଲପଟିଆ, ରାମଗଡ, ମଣ୍ଡଲିଆ, ହିଲଟପ, ମଧୁବନ ନଗର, ଭୋଇପଡା ପରି ୩୦ଟି ପୋଖରୀ ତଥା ନଦୀ ଘାଟରେ ୧୪୪ ଧାରା ଲାଗୁ କରାଯାଇଛି।

ଗୁରୁବାର ଅପରାହ୍ନ ୪ରୁ ସନ୍ଧ୍ୟା ୬,  ଶୁକ୍ରବାର ସକାଳ ୪ ରୁ ୭ ଏବଂ ସନ୍ଧ୍ୟା ୪ ରୁ ୬ ଏବଂ ଶନିବାର ସକାଳ ୪ ରୁ ୬ଟା ଯାଏ ଏହି ଘାଟ ଗୁଡିକରେ ଧାରା ୧୪୪  ଧାରା ବଳବତ୍ତର ରହିବ। ଘାଟର ଶହେ ମିଟର ମଧ୍ୟରେ ଜନସମାଗମ ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଥିବା ବେଳେ ଏହାକୁ ଉଲଙ୍ଘନ କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।