• ବଦଳିଲେ BMC କମିସନର ପ୍ରେମଚନ୍ଦ୍ର ଚୌଧୁରୀ
  • ୧୯୯୭ ବ୍ୟାଚ୍ IAS ସଞ୍ଜୟ କୁମାର ସିଂ ହେଲେ BMC କମିଶନର
  • ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ଦାୟିତ୍ବ
  • BMC ପକ୍ଷରୁ ଆରମ୍ଭ ହେଲା ଡ୍ରାଇଭ ଇନ୍ ଟେଷ୍ଟିଂ
  • ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ୪୮ ହଜାର ୪୨୧
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୦୫ ଜଣଙ୍କ ଜୀବନ
  • ରାଜ୍ୟରେ ଆଜି ୧୭ ଜଣଙ୍କ ମୁଣ୍ଡ ନେଲା କୋରୋନା
  • ରାଜ୍ୟରେ ଆଜି ୧୦ ହଜାର ୯୮୨ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଆଜିଠୁ ତେଲଙ୍ଗାନାରେ ୧୦ ଦିନିଆ ଲକ୍‌ଡାଉନ୍
  • ସାଧୁସନ୍ଥ, ଭିକାରୀ, କଏଦୀ ଓ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ହେବ ଟିକାକରଣ

IPL 2021 ଉଦଘାଟନୀ ମ୍ୟାଚ୍: ବେକାର ଗଲା ହର୍ଷ ପଟେଲଙ୍କ ପରିଶ୍ରମ, ୨ ୱିକେଟରେ RCB ବିଜୟ

ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ କ୍ରୀଡା ମହାକୁମ୍ଭ IPL 2021ର ଆଜି ପ୍ରଥମ ଖେଳାଯାଇଛି। ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ MI ପ୍ରଥମେ  ବ୍ୟାଟିଂ କରି RCB ଆଗରେ ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। 

IPL 2021 ଉଦଘାଟନୀ ମ୍ୟାଚ୍: ବେକାର ଗଲା ହର୍ଷ ପଟେଲଙ୍କ ପରିଶ୍ରମ, ୨ ୱିକେଟରେ RCB  ବିଜୟ
IPL 2021 ଉଦଘାଟନୀ ମ୍ୟାଚ୍: ବେକାର ଗଲା ହର୍ଷ ପଟେଲଙ୍କ ପରିଶ୍ରମ, ୨ ୱିକେଟରେ RCB ବିଜୟ

ଚେନ୍ନାଇ: IPL 2021 ଉଦଘାଟନୀ ମ୍ୟାଚରେ ବେଙ୍ଗାଲୁରୁର ଦଳ ମୁମ୍ବାଇକୁ ୨ ୱିକେଟରେ ପରାସ୍ତ କରିଛି।  ଶେଷ ଓଭରର ଶେଷ ବଲ୍ ପର୍ଯ୍ୟନ୍ତ ଚାଲିଥିବା ଏହି ମ୍ୟାଚ ଅତ୍ୟନ୍ତ ଆକର୍ଷଣୀୟ ଥିଲା। RCB ଅଧିନାୟକ ବିରାଟ କୋହଲି ୨୯ ବଲରେ ୩୩ ରନ୍ ସଂଗ୍ରହ କରିଥିଲେ। ଏବି ଡିଭିଲିୟର୍ସ ୪୮ ରନର ଇନିଂସ ଖେଳିଥିଲେ।

ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ କ୍ରୀଡା ମହାକୁମ୍ଭ IPL 2021ର ଆଜି ପ୍ରଥମ ଖେଳାଯାଇଛି। ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ MI ପ୍ରଥମେ  ବ୍ୟାଟିଂ କରି RCB ଆଗରେ ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। RCB ବିପକ୍ଷରେ ହର୍ଷଲ ପଟେଲ ଚମତ୍କାର ବୋଲିଂ କରି ଗୋଟିଏ ମ୍ୟାଚରେ ୫ଟି ୱିକେଟ୍ ନେଇଥିଲେ। ସେ ୪ ଓଭରରେ ମାତ୍ର ୨୭ ରନ୍ ଦେଇଛନ୍ତି। ଶେଷ ଓଭରରେ ହର୍ଷଲ ୩ ୱିକେଟ୍ ନେଇ ମୁମ୍ବାଇକୁ ବିଜୟ ଆଶା ଦେଖାଇଥିଲେ।

Also Read: ଦୀର୍ଘ ୨୨ ମାସ ପରେ ଭାରତରେ IPL: ଆଜି ଉଦଘାଟନ, ଜାଣନ୍ତୁ କେବେ କାହାର ମୁକାବିଲା

ମୁମ୍ବାଇ କ୍ୟାପ୍ଟେନ ତଥା ଓପନ ରୋହିତ ଶର୍ମା ଦୁର୍ଭାଗ୍ୟଜନକ ଢଙ୍ଗରେ ଆଉଟ୍ ହୋଇଥିଲେ। ସେ ୧୫ ବଲରେ ୧୯ ରନ୍ କରିଥିଲେ। ଗତ ସିଜନରେ ମୁମ୍ବାଇ ପାଇଁ ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନ ଥିବା କ୍ରିସ୍ ଲିନ୍ ପ୍ରଥମ ମ୍ୟାଚରେ ରନର ବର୍ଷା କରିଛନ୍ତି। ସେ ମୁମ୍ବାଇ ପାଇଁ ଡେବ୍ୟୁ ମ୍ୟାଚରେ ୩୫ ବଲରେ ୪୯ ରନ କରିବାରେ ସଫଳ ହୋଇଛନ୍ତି। ଆଉ ଅର୍ଦ୍ଧ ଶତକ ଯୋଡିବା ପୂର୍ବରୁ ୱାଶିଂଟନ ସୁନ୍ଦରଙ୍କ ବଲରେ କ୍ୟାଚ୍ ଆଉଟ ହୋଇଥିଲେ।

Also Read: କୋରୋନା ବିଜୟୀ IPL 2021! ଟିକା ନେଇ ମଇଦାନକୁ ଓହ୍ଲାଇବେ ଖେଳାଳି

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), କ୍ରିସ୍ ଲିନ୍, ଇଶାନ୍ କିଶାନ୍, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କିରନ୍ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ମାର୍କୋ ଜେନସେନ୍, ରାହୁଲ ଚହର, ଜସପ୍ରୀତ ବୁମ୍ରା, ଟ୍ରେଣ୍ଟ ବୋଲ୍ଟ

ଆରସିବି: ବିରାଟ କୋହଲି (ଅଧିନାୟକ), ରଜତ ପାଟିଦାର, ଏବି ଡିଭିଲିୟର୍ସ, ଗ୍ଲେନ୍ ମ୍ୟାକ୍ସୱେଲ, ଡାନିଏଲ ଖ୍ରୀଷ୍ଟିଆନ, ୱାଶିଂଟନ୍ ସୁନ୍ଦର, ଶାହାବାଜ ଅହମ୍ମଦ, ହର୍ଷଲ ପଟେଲ, କାଇଲ ଜେମସନ, ମହମ୍ମଦ ସିରାଜ, ଯଜୁବେନ୍ଦ୍ର ଚହଲ