• ପଂଚାୟତ ନିର୍ବାଚନ ପୂର୍ବରୁ ଦକ୍ଷିଣାଞ୍ଚଳରେ ଭୁଶୁଡ଼ିଛି କଂଗ୍ରେସ ଦୁର୍ଗ
  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଲ୍‌ଥ୍‌ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା
  • ଭବାନୀପାଟଣା ସ୍ଥିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘରକୁ ଅଣ୍ଡାମାଡ଼
  • ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଣ୍ଡାମାଡ଼ କଲେ ଯୁବ କଂଗ୍ରେସ କର୍ମୀ
  • ମାମଲାରେ ମନ୍ତ୍ରୀଙ୍କ ନାଁ ଆସିଥିବାରୁ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି
  • ପିଲାଙ୍କୁ ଟିକା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା
  • ପିଲାମାନଙ୍କୁ ୨ଟି ଡୋଜରେ ଟିକାକରଣ କରିବା ପାଇଁ ପରାମର୍ଶ ଅଛି
  • ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଭିଡିଓ କନଫରେନ୍ସିଂରେ ତାଲିମ ଦିଆଯିବ
  • ଯେଉଁ ସମୟରେ ନିର୍ଦ୍ଦେଶ ଆସିବ ତୁରନ୍ତ ଟିକାକରଣ କାର୍ଯ୍ୟ ଆରମ୍ଭ କରିବୁ

ଏହି ଭାରତୀୟ କ୍ରିକେଟରଙ୍କ ପତ୍ନୀ ଆଗରେ ବଲିଉଡ୍ ହିରୋଇନ ଫେଲ୍

ନୀତୀଶ ଏବଂ ସାଞ୍ଚି ଫେବୃଆରୀ ୨୦୧୯ରେ ବିବାହ କରିଥିଲେ। ନୀତୀଶ ତାଙ୍କ ଖେଳ ପାଇଁ ପ୍ରସିଦ୍ଧ, କିନ୍ତୁ ତାଙ୍କ ପତ୍ନୀ ସାଞ୍ଚି ମାରୱା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି। ସାଞ୍ଚିଙ୍କ କ୍ୟାରିଅର୍ ୨୦୧୫ରେ ଆରମ୍ଭ ହୋଇଥିଲା।

 ଏହି ଭାରତୀୟ କ୍ରିକେଟରଙ୍କ ପତ୍ନୀ ଆଗରେ ବଲିଉଡ୍ ହିରୋଇନ ଫେଲ୍
ସୌ: ସୋସିଆଲ ମି଼ଡିଆ

ନୂଆଦିଲ୍ଲୀ: କ୍ରିକେଟ୍ ଦୁନିଆରେ KKR ତାରକା ବ୍ୟାଟ୍ସମ୍ୟାନ୍ ନୀତିଶ ରାଣାଙ୍କ ବହୁତ ବଡ ନାମ ରହିଛି। ରାଣା ମିଡିଲ ଅର୍ଡରର ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍। ତାଙ୍କ ଖେଳ ସହିତ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଆଲୋଚନା ହୋଇଥାଏ। ବିଶେଷ କରି ନୀତିଶଙ୍କ ପତ୍ନୀ ସାଞ୍ଚି ମାରୱାଙ୍କୁ ନେଇ ଚର୍ଚ୍ଚା ଚାଲେ। ସୁନ୍ଦରତାରେ ସାଞ୍ଚି କୌଣସି ଅଭିନେତ୍ରୀଙ୍କଠାରୁ କମ୍ ନୁହଁନ୍ତି। 

କୋଲକାତା ନାଇଟ୍ ରାଇଡର୍ସ (KKR) ବ୍ୟାଟ୍ସମ୍ୟାନ୍ ନୀତୀଶ ରାଣା (Nitish Rana) ଏବଂ ତାଙ୍କ ପତ୍ନୀ ସାଞ୍ଚି ମାରୱା (Saachi Marwah) ଙ୍କ ଯୋଡି ବହୁତ ସୁନ୍ଦର। ସାଞ୍ଚି ମାରୱା ବୃତ୍ତିରେ ଜଣେ ଇଣ୍ଟେରିୟର ଡିଜାଇନର୍। ନୀତୀଶ ଏବଂ ସାଞ୍ଚି ଫେବୃଆରୀ ୨୦୧୯ରେ ବିବାହ କରିଥିଲେ। ନୀତୀଶ ତାଙ୍କ ଖେଳ ପାଇଁ ପ୍ରସିଦ୍ଧ, କିନ୍ତୁ ତାଙ୍କ ପତ୍ନୀ ସାଞ୍ଚି ମାରୱା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି। ସାଞ୍ଚିଙ୍କ କ୍ୟାରିଅର୍ ୨୦୧୫ରେ ଆରମ୍ଭ ହୋଇଥିଲା।

Also Read: ସ୍ୱରା ଭାସ୍କର 'ଅନଲାଇନ୍ ଯୌନ ଉତ୍ପୀଡନ'ର ଶିକାର; ଭିଡିଓ ଭାଇରାଲ, ଦିଲ୍ଲୀରେ FIR

ସାଞ୍ଚି ମାରୱା ଅନ୍ସାଲ ବିଶ୍ୱବିଦ୍ୟାଳୟର ସୁଶାନ୍ତ ସ୍କୁଲ ଅଫ୍ ଡିଜାଇନରୁ ଅଧ୍ୟୟନ କରିଛନ୍ତି। ସେ ଅନେକ ନାମୀଦାମୀ ଇଣ୍ଟେରିୟର ଡିଜାଇନରଙ୍କ ଠାରୁ ମଧ୍ୟ ତାଲିମ ନେଇଛନ୍ତି। ଏହି ଦମ୍ପତି ଏକ ସାକ୍ଷାତକାରରେ କହିଛନ୍ତି ଯେ, ପ୍ରାୟତଃ ଛୋଟ ଛୋଟ ଜିନିଷ ଉପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥାଏ। ତକିଆ ପାଇଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥାଏ ବୋଲି ନୀତିଶ କହିଥିଲେ।