ଏହି ବିବାଦରେ ଫସିଲେ ସଚିନ ତେନ୍ଦୁଲକର, ICIJ ଯାଞ୍ଚରେ ହେଲା ବଡ଼ ଖୁଲାସା
Advertisement

ଏହି ବିବାଦରେ ଫସିଲେ ସଚିନ ତେନ୍ଦୁଲକର, ICIJ ଯାଞ୍ଚରେ ହେଲା ବଡ଼ ଖୁଲାସା

ICIJ  ଏକ କୋଟି ୧୯ ଲକ୍ଷ ଡକ୍ୟୁମେଣ୍ଟ ସ୍କାନ କରିଥିଲା ​​ଯେଉଁଥିରେ ୧୧୭ଟି ଦେଶରୁ ୬୦୦ ସାମ୍ବାଦିକ ଏକାଠି ହୋଇଥିଲେ। ସେଥିରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ତଥା ଭାରତରତ୍ନ ସଚିନ ତେନ୍ଦୁଲକର ନାମ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ କନ୍ସୋର୍ଟିୟମ୍ ଅଫ୍ ଇନଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଷ୍ଟ (ICIJ ) ପୁଣି ଥରେ ଟିକସ ଫାଙ୍କିବା ଘଟଣାର ଯାଞ୍ଚ କରି ଏକ ବଡ଼ ରହସ୍ୟର ଉନ୍ମୋଚନ କରିଛି। ୨୦୧୬ରେ ଲିକ୍ ହୋଇଥିବା ପାନାମା ପେପର ମାମଲାରେ ବଡ ବଡ ବ୍ୟବସାୟୀଙ୍କ ନାମ ଟିକସ ଫାଙ୍କିବା ତାଲିକାରେ ସାମିଲ ହୋଇଥିଲା। ଏବେ ପୁଣି ICIJ ଦାବି କରିଛି ଯେ ଭାରତୀୟ ସେଲିବ୍ରିଟିମାନେ ମଧ୍ୟ ଟ୍ୟାକ୍ସ ଚୋରିରେ ଜଡିତ ଅଛନ୍ତି। ଏଥିରେ ଭାରତୀୟ ଭେଟେରାନ ଖେଳାଳିଙ୍କ ନାମ ମଧ୍ୟ ବାହାରକୁ ଆସୁଛି।

ଇଣ୍ଟରନ୍ୟାସନାଲ କନ୍ସୋର୍ଟିୟମ୍ ଅଫ୍ ଇନଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଷ୍ଟସ୍ (International Consortium of Investigative Journalists) ଏକ ରିପୋର୍ଟରେ ଦାବି କରିଛି ଯେ, ପାନାମା ପେପର ଲିକ୍ ହେବା ପରେ ଅନେକ ଭାରତୀୟ ସେଲିବ୍ରିଟି ସତର୍କ ଅଛନ୍ତି, ଯାହାଦ୍ୱାରା ସେମାନଙ୍କର ଟ୍ୟାକ୍ସ ଫାଙ୍କାର ଖୁଲାସା ହୋଇପାରିବ ନାହିଁ। ICIJ  ଏକ କୋଟି ୧୯ ଲକ୍ଷ ଡକ୍ୟୁମେଣ୍ଟ ସ୍କାନ କରିଥିଲା ​​ଯେଉଁଥିରେ ୧୧୭ଟି ଦେଶରୁ ୬୦୦ ସାମ୍ବାଦିକ ଏକାଠି ହୋଇଥିଲେ। ସେଥିରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ତଥା ଭାରତରତ୍ନ ସଚିନ ତେନ୍ଦୁଲକର ନାମ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି।

Also Read: Playoffs ପୂର୍ବରୁ ଧୋନିଙ୍କୁ ଡରାଉଛି ଏହି ସମସ୍ୟା, CSKକୁ ହୋଇପାରେ ବଡ଼ କ୍ଷତି

ICIJର ଯାଞ୍ଚରେ ଗଡ ଅଫ୍ କ୍ରିକେଟ୍ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କ ନାମ ମଧ୍ୟ ଆସିଛି। ICIJ ଅନୁଯାୟୀ, ପାନାମା ପେପର ଲିକ୍ ମାମଲାର ତିନି ମାସ ପରେ ସଚିନ ତାଙ୍କ ବ୍ରିଟିଶ ଦ୍ୱୀପପୁଞ୍ଜର ସମ୍ପତ୍ତି ବିକ୍ରି ଆରମ୍ଭ କରିଥିଲେ। ଏହି ରିପୋର୍ଟରେ ପ୍ରାୟ ୬୦ରୁ ଅଧିକ ଭାରତୀୟଙ୍କ ବିରୁଦ୍ଧରେ ପ୍ରମାଣ ସଂଗ୍ରହ କରାଯାଇଛି ଏବଂ ଏହା ଖୁବଶୀଘ୍ର ପ୍ରକାଶ ପାଇବ। ୨୦୧୬ରେ କରାଯାଇଥିବା ଅନୁସନ୍ଧାନରେ ଏହା ଜଣାପଡିଛି ଯେ, ଭାରତର ଅନେକ ସରକାରୀ କର୍ମଚାରୀ, କ୍ରୀଡା ଏବଂ ସିନେ ତାରକା ମଧ୍ୟ ଏଥିରେ ଜଡିତ ଥିଲେ। ଚଳିତବର୍ଷ ଜୁଲାଇରେ ଭାରତ ସରକାର, ପାନାମା ପେପର ସହ ଜଡିତ ୨୦,୦୭୮ କୋଟି ଟଙ୍କା ମୂଲ୍ୟର ବେଆଇନ ସମ୍ପତ୍ତିର ଖୁଲାସା କରିଥିଲେ।

ସୂଚନାଯୋଗ୍ୟ, ICIJ ୨୦୧୬ରେ ଏକ ଅନୁସନ୍ଧାନ କରିଥିଲା, ଯେଉଁଥିରେ ଏହା ବିଶ୍ୱର ବହୁ ପ୍ରସିଦ୍ଧ ବ୍ୟକ୍ତିଙ୍କ ଟିକସ ଫାଙ୍କିବା ବିଷୟରେ ଜାଣାପଡିଥିଲା। ଏହି ଅନୁସନ୍ଧାନରେ ଜୋର୍ଡାନର ରାଜା, ୟୁକ୍ରେନ, କେନିଆ ଏବଂ ଇକ୍ୟୁଏଡରର ରାଷ୍ଟ୍ରପତି, ଚେକ ରିପବ୍ଲିକର ପ୍ରଧାନମନ୍ତ୍ରୀ, ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଟୋନ ବ୍ଲେୟାର ସାମିଲ ହୋଇଥିଲେ। କେବଳ ଏତିକି ନୁହେଁ, ସେଥିରେ ଭାରତ, ଆମେରିକା ଏବଂ ଋଷ ଭଳି ଦେଶରୁ ୧୩୦ ଜଣ ଆରବପତିଙ୍କ ନାମ ପ୍ରକାଶ ପାଇଛି।