• ଉତ୍ତରାଞ୍ଚଳ DIGଙ୍କ ନିକଟରେ KKBN କ୍ୟାଡର ମାଓବାଦୀ ଆଇତୁ କୋର୍ସାର ଆତ୍ମସମର୍ପଣ
  • କେନ୍ଦ୍ରାପଡ଼ା ରସାବଳୀକୁ ଜି.ଆଇ ଟ୍ୟାଗ ଦାବି କଲେ ୩ BJD ସାଂସଦ
  • କେନ୍ଦ୍ରାପଡ଼ା: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା
  • ଦେଶରେ ଦିନକରେ ୪୧ ହଜାର ୮୩୧ ଜଣ କୋରୋନାରେ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୪୧ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୧ ହଜାର ୬୪୯ ଜଣ କୋରୋନାରେ ଆକ୍ରାନ୍ତ
  • ରାଜ୍ୟରେ ୨୪ ଘଣ୍ଟାରେ ୧୪୩୭ ପଜିଟିଭ୍ ଚିହ୍ନଟ
  • ରାଜ୍ୟରେ ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • ଜାପାନରେ ଅଗଷ୍ଟ ୩୧ ଯାଏଁ ଜରୁରୀ ପରିସ୍ଥିତି
  • କୋରୋନା ସଂକ୍ରମଣକୁ ଦେଖି ଘୋଷଣା କଲେ ସରକାର

୧୭ ବର୍ଷ ହେଲାଣି ବିବାହ କରିସାରିଛନ୍ତି ସଲମାନ ! ସାମ୍ନାକୁ ଆସିଲା ସ୍ତ୍ରୀ ଓ ଝିଅଙ୍କ ନାଁ

ସେଥିରେ ଲେଖା ହୋଇଛି,ଯେ "କେଉଁଠି ଲୁଚିକି ରହିଛୁ ଡରୁଆ । ଭାରତ ରେ ସମସ୍ତଙ୍କୁ ଜଣା ଅଛି ଯେ, ତୁମେ ତୁମ ସ୍ତ୍ରୀ ନୁର୍ ଓ ୧୭ ବର୍ଷୀୟ ଝିଅକୁ ଦୁବାଇ ରେ ଲୁଚାଇ ରଖିଛୁ ଆଉ କେତେଦିନ ଲୋକଙ୍କୁ ମୂର୍ଖ ବୋଲି ଭାବିବ" ।

୧୭ ବର୍ଷ ହେଲାଣି ବିବାହ କରିସାରିଛନ୍ତି ସଲମାନ ! ସାମ୍ନାକୁ ଆସିଲା ସ୍ତ୍ରୀ ଓ ଝିଅଙ୍କ ନାଁ

ନୂଆଦିଲ୍ଲୀ: ଟ୍ରୋଲ କରିବାକୁ ଚାହୁଁଥିବା ଲୋକମାନେ କେଉଁ ବି ସ୍ତର ପର୍ଯ୍ୟନ୍ତ ଯାଇପାରନ୍ତି । କେବଳ ସମାଲୋଚନା ନୁହେଁ ଆରୋପ ପ୍ରତ୍ୟାରୋପ ଲଗାଇବାକୁ ମଧ୍ୟ ସେମାନେ ପଛକୁ ଘୁଞ୍ଚନ୍ତି ନାହିଁ । ତେବେ ଆଜି କାଲି ଦୁନିଆରେ ଏସବୁ ବେଶି ଦେଖିବାକୁ ମିଳୁଛି । ସୁପରଷ୍ଟାର ସଲମାନ ଖାନ ନିକଟରେ ନିଜ ଭାଇ ଅରବାଜ ଖାନଙ୍କ ଟକ ସୋ ପିଞ୍ଚ୍ ଟୁରେ ନଜର ଆସିଥିଲେ ଆଉ ନିଜ ବିଷୟରେ ଏମିତି କିଛି ଖୁଲାସା କରିଛନ୍ତି ଯାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ।

ଏହି ରିଆଲିଟି ସୋ (Reality Show) ଏମିତି ଯେଉଁଥିରେ ଅତିଥି ମାନେ ନିଜ ଟ୍ରୋଲର୍ସଙ୍କ କମେଣ୍ଟର ଖୋଲାଖୋଲି ଜବାବ ଦେବା ସହ ପ୍ରତିକ୍ରିୟା ରଖିଥାନ୍ତି । ହେଲେ ପ୍ରତିଟି କ୍ଷେତ୍ରରେ ସଲମାନ (Salman Khan) ଙ୍କ ପ୍ରତି ଭଲ ଓ ପଜିଟିଭ୍ ରିଆକ୍ସନ ହିଁ  ଆସିଥାଏ । ସେପଟେ କିଛି ଟ୍ରୋଲର୍ସ ତାଙ୍କୁ ଅନଲାଇନ ବିବାଦରେ ଟାଣିବାକୁ ମଧ୍ୟ ପ୍ରଚେଷ୍ଟା କରିଛନ୍ତି । ସେହି ସୋରେ ଅରବାଜ ଏମିତି ଏକ ଟ୍ରୋଲ କମେଣ୍ଟ ସେୟାର କରିଛନ୍ତି ଯାହାକୁ ନେଇ ଫ୍ୟାନ୍ସ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ସେଥିରେ ଲେଖା ହୋଇଛି,ଯେ "କେଉଁଠି ଲୁଚିକି ରହିଛୁ ଡରୁଆ । ଭାରତ (India) ରେ ସମସ୍ତଙ୍କୁ ଜଣା ଅଛି ଯେ, ତୁମେ ତୁମ ସ୍ତ୍ରୀ ନୁର୍ (Wife Noor) ଓ ୧୭ ବର୍ଷୀୟ ଝିଅକୁ ଦୁବାଇ (Dubai) ରେ ଲୁଚାଇ ରଖିଛୁ ଆଉ କେତେଦିନ ଲୋକଙ୍କୁ ମୂର୍ଖ ବୋଲି ଭାବିବ" । 

Also Read: 'ଗିରଫରୁ ବଞ୍ଚିବା ପାଇଁ କ୍ରାଇମ ବ୍ରାଞ୍ଚକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ ରାଜ କୁନ୍ଦ୍ରା'

ସେପଟେ ଅଭିନେତା ସଲମାନ ଖାନ ଏହି ଗୁଜବକୁ ଖଣ୍ଡନ କରି କହିଛନ୍ତି ଯେ, ଲୋକମାନେ ବୋକା ନୁହଁନ୍ତି ସମସ୍ତଙ୍କୁ ଜଣା ଯେ, ଏକଥା ମିଛ ଓ ସମ୍ପୂର୍ଣ୍ଣ ଭିତ୍ତିହୀନ । ସଲମାନ (Salman Khan) ଙ୍କ କହିବାକଥା, ମୋତେ କିଛି ଜଣା ନାହିଁ ସେ ବ୍ୟକ୍ତି ବିଶେଷ କାହା ବିଷୟରେ ଓ କେଉଁଠାରେ ଏମିତି ପୋଷ୍ଟ କରିଛନ୍ତି । ଏହାପରେ ସଲମାନ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ତାଙ୍କୁ ସମ୍ମାନିତ କରାଯିବା ଉଚିତ୍ ! ମୋର କେହି ସ୍ତ୍ରୀ ନାହାଁନ୍ତି । ଭାରତରେ ୯ ବର୍ଷ ବୟସରୁ ମୁଁ ଗ୍ୟାଲାକ୍ସି ଆପାର୍ଟମେଣ୍ଟରେ ରହୁଛି । ମୁଁ ଏହି ବ୍ୟକ୍ତିବିଶେଷଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁନି ଯେ, ମୁଁ କେଉଁଠାରେ ରହୁଛି କାରଣ ପୁରା ଦେଶ ଜାଣିଛି ମୁଁ କେଉଁଠାରେ ରହୁଛି ।

Also Read: ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସୋରେ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ସୋସିଆଲ ମିଡିଆ (Social Media) ରେ ସବୁଠାରୁ ଆକ୍ଟିଭ୍ ସହ ଚତୁରତାର ସହ କିଏ ହ୍ୟାଣ୍ଡେଲ କରନ୍ତି ଅଭିନେତ୍ରୀ ଦିଶା ପଟାନୀ ନା କ୍ୟାଟ୍ରିନା କୈଫ୍ (Katrina Kaif) । ତେବେ ସେ କ୍ୟାଟଙ୍କ ନାଁ ନେଇଥିଲେ ଆଉ କହିଥିଲେ କ୍ୟାଟ ସୋସିଆଲ ମିଡିଆକୁ ଖୁବ ଭଲ ଭାବେ ହ୍ୟାଣ୍ଡେଲ କରିବା ଶିଖିଛନ୍ତି ।