ନୂଆଁଖାଇ ପାଇଁ ସଜବାଜ ହେଉଛନ୍ତି କଳାକାର

ଆଉ ମାତ୍ର ଦିନକ ପରେ ନୂଆଁଖାଇ। ଏହି ସମୟରେ ମାଁ ସମଲେଇଙ୍କ ଠାରେ ବର୍ଷର ପ୍ରଥମ ଫସଲ ଅର୍ପଣ କରେ ଚାଷୀ। ସେହିପରି ଭାଵରେ କଳାକାରମାନେ ମଧ୍ୟ ନିଜ ନିଜର ବର୍ଷର ପ୍ରଥମ କଳା ମାଙ୍କ ଉଦ୍ଦେଶ୍ୟରେ ପରିବେଷଣ କରି ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିଥାନ୍ତି।

ନୂଆଁଖାଇ ପାଇଁ ସଜବାଜ ହେଉଛନ୍ତି କଳାକାର
ନୂଆଁଖାଇ ପାଇଁ ସଜବାଜ ହେଉଛନ୍ତି କଳାକାର

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ପାଇଁ କଳାକାର ସଜବାଜ ହେଉଛନ୍ତି। ନୂଆଁଖାଇ ପାଖେଇ ଆସୁଥିବାରୁ କଳାକାରଙ୍କ ମନରେ ଦେଖାଦେଇଛି ଆନନ୍ଦ ଉତ୍ସାହ। ଆରମ୍ଭ ହୋଇଛି ରିହାରସେଲ। ଅଢେଇ ବର୍ଷ ହେବ ସବୁ ଫିକା ପଡିଥିବା ବେଳେ ଏବେ ସରକାରଙ୍କ ତରଫରୁ କୋଭିଡ୍ ନିୟମ କିଛିଟା କୋହଳ କରାଯାଇଛି। ବିଭିନ୍ନ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଦୁଇ ପଇସା ରୋଜଗାର କରିବେ ବୋଲି କଳାକାରମାନେ ଆଶା କରିଛନ୍ତି।

ଆଉ ମାତ୍ର ଦିନକ ପରେ ନୂଆଁଖାଇ। ଏହି ସମୟରେ ମାଁ ସମଲେଇଙ୍କ ଠାରେ ବର୍ଷର ପ୍ରଥମ ଫସଲ ଅର୍ପଣ କରେ ଚାଷୀ। ସେହିପରି ଭାଵରେ କଳାକାରମାନେ ମଧ୍ୟ ନିଜ ନିଜର ବର୍ଷର ପ୍ରଥମ କଳା ମାଙ୍କ ଉଦ୍ଦେଶ୍ୟରେ ପରିବେଷଣ କରି ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିଥାନ୍ତି। ସମ୍ବଲପୁର ସହରରେ ମଧ୍ୟ ଅନେକ ସଂକୃତିକ ଅନୁଷ୍ଠାନ ମାଙ୍କର ମନ୍ଦିର ପ୍ରାଙ୍ଗଣରେ ନୂଆଖାଇ ଦିନ ନିଜ ନିଜର କଳା ପରିବେଷଣ କରିଥାନ୍ତି। କିନ୍ତୁ ବିଗତ ଦୁଇ ବର୍ଷରୁ ଊର୍ଦ୍ଧ୍ବ ହେବ କୋରୋନା ପାଇଁ ଏସବୁ ବନ୍ଦ ରହିଛି। କିନ୍ତୁ ଏବର୍ଷ କୋରୋନା ପାଇଁ ନୀତି ନୀୟମରେ କିଛିଟା ପରିବର୍ତ୍ତନ ହୋଇଥିବା କାରଣରୁ କଳାକାରମାନେ ନିଜର କଳା ପରିବେଷଣ ପାଇଁ ରିହାରସେଲ କରୁଥିବାର ଦେଖାଯାଇଛି।

Also Read: ଓଡ଼ିଶାର YouTube Star ଅର୍ପିତା; ହସ୍ତକଳା ମାଧ୍ୟମରେ ମାସିକ ରୋଜଗାର ଲକ୍ଷେ ଟଙ୍କା

 

ନୂଆଖାଇ ସମୟରେ ମାଙ୍କ ମନ୍ଦିର ପ୍ରାଙ୍ଗଣରେ ନୃତ୍ୟ ପରିବେଷଣ କରି ନିଜର ପ୍ରଥମ ଭେଟି ଦେଇଥାଏ କଳାକାର। ବର୍ଷ ତମାମ ତାଙ୍କର କଳା ପରିବେଷଣ ହେଉ ଏବଂ ଦୁଇ ପଇସା ରୋଜଗାର କରି ନିଜ ପରିବାର ପ୍ରତିପୋଷଣ ହେଉ। ଏହି ଆଶାରେ ମାଙ୍କ ଠାରେ କଳାକାରମାନେ ତାଙ୍କର ପ୍ରଥମ ନୈବେଦ୍ୟ ଅର୍ପଣ କରିଥାନ୍ତି। ବର୍ଷର ନୂଆଁଖାଇରୁ ଆରମ୍ଭ ହେଉଥିବା କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି  କଳାକାର ଆଶା ରଖିଛି।