• ଦେଶରେ ୨୪ ଘଣ୍ଟାରେ ୬୨,୪୮୦ ପଜିଟିଭ୍ ଚିହ୍ନଟ
  • ୧୫୮୭ ଆକ୍ରାନ୍ତଙ୍କ ଜୀବନ ନେଲା କୋରୋନା
  • ମୟୂରଭଞ୍ଜ PRM ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ
  • ଭିସି ଜରିଆରେ ଶିଳନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
  • ଓଡ଼ିଶା ହକି ଆଡହକ କମିଟି ଅଧ୍ୟକ୍ଷ ହେଲେ ଦିଲ୍ଲୀପ ତିର୍କି
  • ଭୋଳାନାଥ ସିଂହ, ରାଜେନ୍ଦ୍ର ପାଣି, ଆର.କେ.ଶ୍ରୀବାସ୍ତବ, ଅଧିପ ଦାସ ଆଡହକ କମିଟି ସଦସ୍ୟ
  • ତପୁ ମିଶ୍ରଙ୍କ ଚିକିତ୍ସା ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୧ଲକ୍ଷ ଟଙ୍କା ପ୍ରଦାନ
  • ଅଗଷ୍ଟ ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ
  • ଦଶମ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ପାଇଁ ନିଷ୍ପତ୍ତି ନେଇଛି CHSE
  • ରଥଯାତ୍ରାର ରିତିନୀତିର ୪୮ ଘଣ୍ଟା ପୂର୍ବରୁ ସେବାୟତଙ୍କ RT-PCR ଟେଷ୍ଟ

କ୍ୟାରିୟରର ମାଇଲଷ୍ଟୋନରେ ଖସି ପିଡିଲେ ସେରେନା ୱିଲିୟମସ୍

ଅଷ୍ଟ୍ରେଲୀଆନ ଓପନ୍ ପରଠାରୁ ସେରେନା ୱିଲିୟମ୍ସ (Serena Williams) କୌଣସି ବଡ ଟୁର୍ଣ୍ଣାମେଣ୍ଟ ଖେଳି ନଥିଲେ। ବୁଧବାର ଓପନିଂ ସେଟରେ ଦୁଇଥର ବ୍ରେକଡାଉନ୍ ହୋଇ ସୁଦ୍ଧା ପ୍ରଥମ ତିନି ସେଟରେ ପଏଣ୍ଟକୁ ସରୁକ୍ଷିତ ରଖି Nadia Podoroskaଙ୍କ ସହ ଚତୁର୍ଥ ସେଟରେ ଟାଇବ୍ରେକର ସେ ସମ୍ମୁଖୀନ ହୋଇଥିଲେ।

କ୍ୟାରିୟରର ମାଇଲଷ୍ଟୋନରେ ଖସି ପିଡିଲେ ସେରେନା ୱିଲିୟମସ୍
ସୌ- ସୋସିଆଲ ମିଡିିଆ

ନୂଆଦିଲ୍ଲୀ: ଗତକାଲି ୨୩ତମ ଗ୍ରାଣ୍ଡସ୍ଲାମ ବିଜୟିନୀ ସେରେନା ୱିଲିୟମସ୍ ତାଙ୍କ କ୍ୟାରିୟର ୧୦୦୦ତମ ମ୍ୟାଚ ଖେଳିଛନ୍ତି। ଏହା ତାଙ୍କର ସିଙ୍ଗଲ ବର୍ଗର ମାଇଲଷ୍ଟୋନ ଥିଲା। ଇଟାଲୀଆନ ଓପନର ଦ୍ୱିତୀୟ ରାଉଣ୍ଡରେ Nadia Podoroska ବିପକ୍ଷରେ ୭-୬ (୬) ୭-୫ରେ ହାରିବା ସହ ସେରେନା ୱିଲିୟମ୍ସଙ୍କ ୧୦୦୦ତମ ଟୁର୍ ଶେଷ ହୋଇଛି।

ଅଷ୍ଟ୍ରେଲୀଆନ ଓପନ୍ ପରଠାରୁ ସେରେନା ୱିଲିୟମ୍ସ (Serena Williams) କୌଣସି ବଡ ଟୁର୍ଣ୍ଣାମେଣ୍ଟ ଖେଳି ନଥିଲେ। ବୁଧବାର ଓପନିଂ ସେଟରେ ଦୁଇଥର ବ୍ରେକଡାଉନ୍ ହୋଇ ସୁଦ୍ଧା ପ୍ରଥମ ତିନି ସେଟରେ ପଏଣ୍ଟକୁ ସରୁକ୍ଷିତ ରଖି Nadia Podoroskaଙ୍କ ସହ ଚତୁର୍ଥ ସେଟରେ ଟାଇବ୍ରେକର ସେ ସମ୍ମୁଖୀନ ହୋଇଥିଲେ। ଏକ ଘଣ୍ଚା ୫୮ ମିନିଟର ଲଢେଇ ପରେ ଆର୍ଜେଣ୍ଟିନା ଷ୍ଟାର Podoroska ବଜୟ ହୋଇଛନ୍ତି।

Also Read: କୋରୋନା ଟିକାକରଣ: ଅଭାବ ପାଇଁ ଅବଧି ବଢିଲା !

ବୁଧବାର ରୋମରେ ଅନୁଷ୍ଠିତ Italian Openରେ ସେରେନା ୱିଲିୟମ୍ସ ଓ ପୋଡୋରୋସ୍କା ମୁହାଁମୁହିଁ ହୋଇଥିଲେ। ୨୪ ବର୍ଷୀୟା ପୋଡୋରୋସ୍କା ଦ୍ୱିତୀୟ ସେଟରେ ୫-୨ରେ ଅଗ୍ରଣୀ ଥିଲେ। ଆଉ ଏହି ପ୍ରଥମ ମ୍ୟାଚରେ ହିଁ ସେ ନିଜ କ୍ୟାରିୟରରେ ଟପ୍-୧୦ର ଖେଳାଳିଙ୍କୁ ତୃତୀୟ ଥର ପାଇଁ ପରାଜୟ କରିଛନ୍ତି। ଆଉ ଏହି ବିଜୟ ପରେ Nadia Podoroska ବେସ ଖୁସି ଥିବା କହିଛନ୍ତି।

ସେପଟେ ଆହତ କାରଣରୁ ଡିଫେଣ୍ଡିଂ ଚମ୍ପିଆନ Simona Halep ଅବସର ନେବାକୁ ବାଧ୍ୟ ହୋଇଛନ୍ତି। ଆହତ ହେବା ପୂର୍ବରୁ ସେ ପୂର୍ବତନ ନଂ-୧  Angelique Kerber ବିପକ୍ଷରେ ୬-୧, ୩-୩ ପଏଣ୍ଟରେ ଆଗୁଆ ଥିଲେ। ନାଓମି ଓସାକା ମଧ୍ୟ ଆମେରିକାର ଜେସିକା ପେଗୁଲାଙ୍କ ଠାରୁ ୭-୬ (୨) ୬-୨ରେ ହରାଇବା ପରେ ଆଉଟ୍ ହୋଇଛନ୍ତି। ପୁରୁଷ ବର୍ଗରେ Rafael Nadalଙ୍କୁ ସ୍ଥାନୀୟ ଯୁବ ଟେନିସ ଷ୍ଟାର ଜାନିକ ସିନରଙ୍କ ଏକ କଡା ଚ୍ୟାଲେଞ୍ଜ ଦେଇଛନ୍ତି।