Advertisement
Article Detail0/zeeodisha/odisha985448

OTT ଡେବ୍ୟୁ କରିବେ King Khan! ଏମିତି ହିଣ୍ଟ୍ ଦେଲେ କରଣ ଜୋହର

ଫିଲ୍ମ 'ପଠାନ'ରେ ପୁଣି ଥରେ ସୁପରହିଟ୍ ଯୋଡି ଦୀପିକା ପାଦୁକୋନ୍ ଏବଂ ଶାହାରୁଖ (Shahrukh khan) ଙ୍କୁ ଏକାଠି ଦେଖିବାକୁ ମିଳିବ। ଏହା ବ୍ୟତୀତ ସେଥିରେ ଜନ୍ ଆବ୍ରାହମ୍ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। 

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହାରୁଖ ଖାନ ଦୀର୍ଘ ସମୟ ଧରି ପରଦାରୁ ଦୂରେଇ ରହିଥିଲେ। ତାଙ୍କୁ ଶେଷ ଥର ପାଇଁ ୨୦୧୮ ଫିଲ୍ମ 'ଜିରୋ'ରେ ଦେଖିବାକୁ ମିଳିଥିଲା। ଏଥି ସହିତ ପ୍ରଶଂସକଙ୍କ ଅପେକ୍ଷା ଶୀଘ୍ର ଶେଷ ହେବାକୁ ଯାଉଛ। କାରଣ ବଲିଉଡର ଏହି କିଙ୍ଗ ଖାନ୍ ତାଙ୍କ ଆଗାମୀ ଫିଲ୍ମ 'ପଠାନ'ର ସୁଟିଂ ଆରମ୍ଭ କରିଛନ୍ତି। ଆଉ ଏହାରି ଭିତରେ ଶାହାରୁଖ OTT ଡେବ୍ୟୁ କରିବା ନେଇ ମଧ୍ୟ ହିଣ୍ଟ ମିଳିଛି।

ଫିଲ୍ମ 'ପଠାନ'ରେ ପୁଣି ଥରେ ସୁପରହିଟ୍ ଯୋଡି ଦୀପିକା ପାଦୁକୋନ୍ ଏବଂ ଶାହାରୁଖ (Shahrukh khan) ଙ୍କୁ ଏକାଠି ଦେଖିବାକୁ ମିଳିବ। ଏହା ବ୍ୟତୀତ ସେଥିରେ ଜନ୍ ଆବ୍ରାହମ୍ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏଥି ସହିତ ଖବର ଆସୁଛି ଯେ, ଅନେକ ବଡ କଳାକାରଙ୍କ ପରେ 'କିଙ୍ଗ ଖାନ' ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ଡେବ୍ୟୁ (Digital Debut) କରିପାରନ୍ତି। ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଏପରି କିଛି ସୂଚନା ଦେଇଛନ୍ତି।

Also Read: ମା' ଗର୍ଭରୁ ଦାଉ ସାଧିଛି ଦଇବ! ଭୀମଙ୍କୁ ଅଟକାଇ ପାରିନି ଅଭାବ-ଅନଟନ

Add Zee News as a Preferred Source

କରଣ (Karan Johar) ସେୟାର କରିଥିବା ଭିଡିଓ କ୍ଲିପ୍‌ରେ ଦେଖିବାକୁ ମିଳୁଛି ଯେ, ଶାହାରୁଖ ଖାନ ଘରର ବାଲକୋନୀରେ ଠିଆ ହୋଇ ତାଙ୍କ ପ୍ରଶଂସକଙ୍କୁ ଅଭିବାଦନ ଜଣାଉଛନ୍ତି। ତା’ପରେ ଅଭିନେତା ତାଙ୍କ ସହିତ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ପଚାରୁଛନ୍ତି କି, ସେ କେବେ କାହାର ଘର ସାମ୍ନାରେ ଏତେ ପ୍ରଶଂସକ ଦେଖିଛନ୍ତି କି? ଯାହାର ଉତ୍ତରରେ ବ୍ୟକ୍ତି କୁହନ୍ତି ଯେ, ସେ ଏପର୍ଯ୍ୟନ୍ତ ଦେଖି ନାହାଁନ୍ତି, କିନ୍ତୁ ଆଗକୁ କିଛି କହିପାରିବେ ନାହିଁ।

 

 
 
 
 

 
 
 
 
 
 
 
 
 
 
 

A post shared by Karan Johar (@karanjohar)

ଏହି ବାର୍ତ୍ତାଳାପ ବେଳେ ବ୍ୟକ୍ତି ଜଣକ କହିଛନ୍ତି ଯେ, ଅନ୍ୟ ସମସ୍ତ ଷ୍ଟାରଙ୍କ ସୋ ଏବଂ ଫିଲ୍ମ ଡିସ୍ନି ପ୍ଲସ୍ ହଟଷ୍ଟାର (OTT platform) ରେ ଆସିଛି। କେବଳ ଜଣେ ଅଭିନେତା ଆସି ନାହାଁନ୍ତି ଏବଂ ସେ ଶାହାରୁଖଙ୍କ ଆଡକୁ ସୂଚାଇଛନ୍ତି। ଏହି ପ୍ରୋମୋ ସୁଟରୁ ଲାଗୁଛି ଯେ, ଶାହାରୁଖ ଶୀଘ୍ର ଡିସ୍ନି ପ୍ଲସ୍ ହଟଷ୍ଟାରର କୌଣସି ସୋ କିମ୍ବା ଫିଲ୍ମରେ ନଜର ଆସିପାରନ୍ତି। କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶାହାରୁଖ ଏକ ୱେବସିରିଜ୍କୁ ହଁ କହିଛନ୍ତି, କିନ୍ତୁ ବର୍ତ୍ତମାନ ସୁଦ୍ଧା ସିରିଜ୍ ବିଷୟରେ କୈଣସି ସୂଚନା ମିଳିନାହିଁ।

Also Read: ଓଡ଼ିଶାର YouTube Star ଅର୍ପିତା; ହସ୍ତକଳା ମାଧ୍ୟମରେ ମାସିକ ରୋଜଗାର ଲକ୍ଷେ ଟଙ୍କା

ଶାହାରୁଖଙ୍କ ଭିଡିଓ ସେୟାର କରି କରଣ ଜୋହର କ୍ୟାପସନରେ ଲେଖିଛନ୍ତି, 'କେବେ ଭାବି ନଥିଲି ଯେ ମୁଁ ଏହି ଦିନ ଦେଖିବି, ଯେତେବେଳେ ବଲିଉଡର କିଙ୍ଗ୍ ମଧ୍ୟ ଅସହଜ ଅନୁଭବ କରିବେ। ବର୍ତ୍ତମାନ ମୁଁ ସବୁକିଛି ଦେଖିଛି।' 

About the Author