ଆୟେଶା ମୁଖାର୍ଜୀ ମଙ୍ଗଳବାର ତାଙ୍କ ନୂତନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭାବପ୍ରବଣ ପୋଷ୍ଟ କରି ଦୁହିଁଙ୍କ ସମ୍ପର୍କର ସମାପ୍ତିକୁ ନିଶ୍ଚିତ କରିଛନ୍ତି। ସୋସିଆଲ ମିଡିଆରେ ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ଶିଖର ଧାୱନଙ୍କୁ ତାଙ୍କ ଛାଡପତ୍ର ବିଷୟରେ ଫ୍ୟାନ୍ସ ପ୍ରଶ୍ନ କରିବା ଆରମ୍ଭ କରିଥିଲେ। ଯଦିଓ ଶିଖର ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାଁନ୍ତି।
Trending Photos
ନୂଆଦିଲ୍ଲୀ: କ୍ରିକେଟ ପିଚର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗବ୍ବର ଏବେ ଦାମ୍ପତ୍ୟ ଜୀବନର ପିଚରେ କ୍ଲିନ୍ ବୋଲ୍ଡ୍ ହୋଇଛନ୍ତି। ଟିମ୍ ଇଣ୍ଡିଆର ଓପନର୍ ଶିଖର ଧାୱନ ଏବଂ ପତ୍ନୀ ଆୟେଶା ମୁଖାର୍ଜୀ ବିବାହର ୯ ବର୍ଷ ପରେ ଅଲଗା ହୋଇଥିଲେ। ଆୟେଶା ମୁଖାର୍ଜୀ ମଙ୍ଗଳବାର ତାଙ୍କ ନୂତନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭାବପ୍ରବଣ ପୋଷ୍ଟ କରି ଦୁହିଁଙ୍କ ସମ୍ପର୍କର ସମାପ୍ତିକୁ ନିଶ୍ଚିତ କରିଛନ୍ତି। ସୋସିଆଲ ମିଡିଆରେ ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ଶିଖର ଧାୱନଙ୍କୁ ତାଙ୍କ ଛାଡପତ୍ର ବିଷୟରେ ଫ୍ୟାନ୍ସ ପ୍ରଶ୍ନ କରିବା ଆରମ୍ଭ କରିଥିଲେ। ଯଦିଓ ଶିଖର ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାଁନ୍ତି।
ଦୀର୍ଘ ସମୟ ଧରି ଶିଖର ଧାୱନ ଏବଂ ପତ୍ନୀ ଆୟେଶା ମୁଖାର୍ଜୀଙ୍କ ସଂପର୍କରେ ତିକ୍ତତା ଥିଲା। ହରଭଜନ ସିଂହଙ୍କ ମଧ୍ୟସ୍ତତାରେ ଶିଖର ଓ ଆୟେଶା ସୋସିଆଲ ମିଡିଆରେ ପରସ୍ପରଙ୍କ ପରିଚୟ ହୋଇଥିଲା। ପରେ ଶିଖ୍ ରୀତିନୀତି ଅନୁଯାୟୀ ୨୦୧୨ରେ ଶିଖର ଧାୱନ ଏବଂ ଆୟେଶା ବିବାହ କରିଥିଲେ। ଶିଖରଙ୍କଠାରୁ ଆୟେଶା ବୟସରେ ୧୦ ବର୍ଷ ବଡ ଏବଂ ବିବାହ ପୂର୍ବରୁ ତାଙ୍କର ଛାଡପତ୍ର ହୋଇଥିଲେ। ଆୟେଶାଙ୍କର ପ୍ରଥମ ସ୍ୱାମୀଙ୍କଠାରୁ ଦୁଇଟି ଝିଅ ଅଛନ୍ତି। ସେହି ଦୁଇ ଝିଅଙ୍କୁ ଶିଖର ଗ୍ରହଣ କରିଥିବା ବେଳେ ଆୟେଶା ଓ ତାଙ୍କର ଜୋରାଭର୍ ନାମକ ଏକ ସାତ ବର୍ଷର ପୁଅ ଅଛି।
Also Read: Ind vs Eng: Team Indiaର ଦୁଇ ଷ୍ଟାର୍ ଖେଳାଳି ଆହତ, କ'ଣ ହେବ ୫ମ ଟେଷ୍ଟର ଭାଗ୍ୟ?
ଆୟେଶାଙ୍କ ମା ବଙ୍ଗିୟ ହୋଇଥିବାବେଳେ ପିତା ଜଣେ ଅଷ୍ଟ୍ରେଲୀୟ ଥିଲେ। ଆୟେଶା ଭାରତରେ ଜନ୍ମ ଗ୍ରହଣ କରିଥିଲେ କିନ୍ତୁ ମାତ୍ର ଆଠ ବର୍ଷ ବୟସରେ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ। ଆୟେଶା ମେଲବର୍ଣ୍ଣରେ ଜଣେ ବକ୍ସର ଭାବରେ କାର୍ଯ୍ୟ କରିଛନ୍ତି। ଫେସବୁକ୍ ମାଧ୍ୟମରେ ଶିଖର (Shikhar Dhawan) ଏବଂ ଆୟେଶା (Aesha Mukerji) ସାକ୍ଷାତ ହୋଇଥିଲେ। ଦୁହିଁଙ୍କୁ ଏକାଠି କରିବାରେ ଭାରତୀୟ ବୋଲର ହରଭଜନ ସିଂହ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
କୁହାଯାଇଛି ଯେ ଧାୱନ ଆୟେଶାଙ୍କ ଫଟୋ ହରଭଜନଙ୍କ ଫେସବୁକ ଆକାଉଣ୍ଟରେ ଦେଖିଥିଲେ ଏବଂ ଏହା ପରେ ତାଙ୍କୁ ଫ୍ରେଣ୍ଡ ରିକ୍ୱ୍ୟୁଷ୍ଟ ପଠାଇଥିଲେ। ଏହା ପରେ ଦୁହେଁ ପରସ୍ପର ସହ ଚାଟିଂ ଆରମ୍ଭ କଲେ ଏବଂ ଧୀରେ ଧୀରେ ସେମାନେ ପରସ୍ପରର ନିକଟତର ହେଲେ। ତେବେ ଶିଖରଙ୍କ ପରିବାର ସଦସ୍ୟ ଏହି ସମ୍ପର୍କକୁ ବିରୋଧ କରିଥିଲେ। କିନ୍ତୁ ପରେ ବିବାହ ପାଇ ରାଜି ହୋଇଥିଲେ। ବିବାହ ବିଚ୍ଛେଦ ନେଇ ଆୟେଶା ତାଙ୍କ ଇନଷ୍ଟାରେ ସୂଚନା ଦେଇଛନ୍ତି। କିନ୍ତୁ ସେ ବିବାହ ବିଚ୍ଛେଦର କାରଣ ସ୍ପଷ୍ଟ କରିନାହାନ୍ତି।
Also Read: ବିକିନିରେ ମିଥୁନଙ୍କ ବୋହୂ Madalsa Sharma, ଦେଖନ୍ତୁ ଗ୍ଲାମରଙ୍କ ଫଟୋ
ସୂଚନାଯୋଗ୍ୟ, ଆଗାମୀ ଟି-୨୦ ବିଶ୍ୱକପ ଦଳରେ ସ୍ଥାନ ପାଇବାକୁ ଶିଖର ଧାୱନ ପ୍ରସ୍ତୁତ ହେଉଛନ୍ତି। ଆଜି ବିଶ୍ୱକପ ଦଳ ଘୋଷଣା କରାଯାଇପାରେ। ଶିଖରଙ୍କ ସମ୍ମୁଖରେ ଏବେ କେଏଲ ରାହୁଲ ମୁଖ୍ୟ ପ୍ରତିଦ୍ୱନ୍ଦୀଭାବେ ଉଭା ହୋଇଛନ୍ତି। ଦିଲ୍ଲୀ ପାଇଁ ଘରୋଇ କ୍ରିକେଟ୍ IPL ଖେଳୁଥିବା ଧାୱନ ବର୍ତ୍ତମାନ ୟୁଏଇ କ୍ୟାମ୍ପରେ ଅଛନ୍ତି। ଯେଉଁଠାରେ ସେ ଆଗାମୀ IPL 2021ର ଦ୍ୱିତୀୟାର୍ଦ୍ଧ ଖେଳିବେ।