• ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ୨ ଜଣ ବାହାର ରାଜ୍ୟର ଭକ୍ତ
  • ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ଥିବା ବେଳେ ଉଭୟଙ୍କ ପ୍ରବେଶକୁ ନେଇ ଉଠିଛି ପ୍ରଶ୍ନ
  • ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • CBI ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା
  • ଉତ୍ତର ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୩ ଦିନ ବର୍ଷା ସମ୍ଭାବନା
  • ଆଜି ପାଇଁ ୨୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍
  • ଦେଶରେ ୨୪ ଘଣ୍ଟାରେ ୨୯ ହଜାର ୬୯୮ ପଜିଟିଭ୍ ଚିହ୍ନଟ , ୪୧୫ ମୃତ
  • ରାଜ୍ୟରେ ଆଜି ୧୬୨୯ କୋରୋନା ପଜିଟିଭ ଚିହ୍ନଟ, ୬୦ ମୃତ
  • ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ

ବିବାଦୀୟ ବିଜନେସମ୍ୟାନ୍! ରାଜ କୁନ୍ଦ୍ରାଙ୍କ ନାମରେ ଆସିଛି ଏହି ସବୁ ଅଭିଯୋଗ

ପର୍ଣ୍ଣଗ୍ରାଫି ଫିଲ୍ମ ନିର୍ମାଣ କରୁଥିବା ଅଭିଯୋଗରେ ସେ ଏବେ ଗିରଫ ହୋଇ ପୋଲିସ ହେପାଜତରେ ଅଛନ୍ତି। ତେବେ ତାଙ୍କର ଅଭିଯୋଗର ଲିଷ୍ଟ ଲମ୍ବା ଅଛି। ନିକଟ ଅତୀତରେ ରାଜ କୁନ୍ଦ୍ରାଙ୍କ ନାମରେ ଅନେକ ସଙ୍ଗୀନ ଅଭିଯୋଗ ଆସିଛି। 

ବିବାଦୀୟ ବିଜନେସମ୍ୟାନ୍! ରାଜ କୁନ୍ଦ୍ରାଙ୍କ ନାମରେ ଆସିଛି ଏହି ସବୁ ଅଭିଯୋଗ
ଫାଇଲ ଫଟୋ

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ସବୁଠୁ ଚର୍ଚ୍ଚିତ ଚେହେରା ସାଜିଛନ୍ତି ପ୍ରତିଷ୍ଠିତ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଲ୍ପା ସେଠୀଙ୍କ ପତି ରାଜ କୁନ୍ଦ୍ରା। ପର୍ଣ୍ଣଗ୍ରାଫି ଫିଲ୍ମ ନିର୍ମାଣ କରୁଥିବା ଅଭିଯୋଗରେ ସେ ଏବେ ଗିରଫ ହୋଇ ପୋଲିସ ହେପାଜତରେ ଅଛନ୍ତି। ତେବେ ତାଙ୍କର ଅଭିଯୋଗର ଲିଷ୍ଟ ଲମ୍ବା ଅଛି। ନିକଟ ଅତୀତରେ ରାଜ କୁନ୍ଦ୍ରାଙ୍କ ନାମରେ ଅନେକ ସଙ୍ଗୀନ ଅଭିଯୋଗ ଆସିଛି। ତେବେ ଆସନ୍ତୁ ଜାଣିବା ସେ ଗୁଡିକ କ'ଣ? 

ସୋମବାର ବିଳମ୍ବିତ ରାତିରେ ମୁମ୍ବାଇ ପୋଲିସ (Mumbai Police) ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା (Raj Kundra) ଙ୍କୁ ଅଶ୍ଳୀଳ ଭିଡିଓ ତିଆରି କରିବା ଅଭିଯୋଗରେ ଗିରଫ କରିଛି। ରାଜଙ୍କୁ ମଙ୍ଗଳବାର ମୁମ୍ବାଇ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା ଏବଂ ଜୁଲାଇ ୨୩ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି। ରାଜ କୁନ୍ଦ୍ରାଙ୍କ ଲିଙ୍କ ଏବେ ବ୍ରିଟେନ଼ର ପର୍ଣ୍ଣ ଇଣ୍ଡଷ୍ଟ୍ରୀ ସହିତ ମଧ୍ୟ ଯୋଡି ହେଉଛି।

Also Read: ପୁଣି ରାଗି ଗଲେ କଙ୍ଗନା, Film Industryକୁ କହିଲେ ଏହି କଥା

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଦଳର ପୂର୍ବତନ ସହ-ମାଲିକ ରାଜସ୍ଥାନ ରୟାଲ୍ସଙ୍କୁ ବ୍ୟାଟିଂ ଅଭିଯୋଗ କରାଯିବା ପରେ ତାଙ୍କୁ ଆଜୀବନ କ୍ରିକେଟରୁ ବାସନ୍ଦ କରାଯାଇଥିଲା। କୁନ୍ଦ୍ରା ଏବଂ ପୂର୍ବତନ ଆଇସିସି ମୁଖ୍ୟ ଏନ.ଶ୍ରୀନିବାସନଙ୍କ ପୁତୁରା ଗୁରୁନାଥ ମେୟପ୍ପନ ବ୍ୟାଟିଂରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଦିଲ୍ଲୀ ପୋଲିସ ଦ୍ୱାରା କ୍ଲିନ୍ ଚିଟ୍ ଦିଆଯିବା ପରେ ରାଜ କୁନ୍ଦ୍ରା ୨୦୧୮ରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ।

୨୦୧୭ରେ ଏକ ଟେକ୍ସଟାଇଲ୍ କମ୍ପାନୀ, ରାଜ କୁନ୍ଦ୍ରଙ୍କ ବିରୁଦ୍ଧରେ ୨୪ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ଆଣିଥିଲା। ଦାଖଲ ହୋଇଥିବା ଅଭିଯୋଗରେ ଟେକ୍ସଟାଇଲ୍ କମ୍ପାନୀ କହିଛି ଯେ, ରାଜ କୁନ୍ଦ୍ରା ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ଶିଳ୍ପା ସେଠୀ ନିର୍ଦ୍ଦିଷ୍ଟ କମ୍ପାନୀ ନାମରେ ଜମା କରିଥିବା ଟଙ୍କା ସେମାନଙ୍କୁ କେବେ ଦିଆଯାଇ ନାହିଁ। ତାଙ୍କ ବିରୋଧରେ ପୋଲିସ ମାମଲା ମଧ୍ୟ ଦାଏର କରିଥିଲା।

Also Read: ରକ୍ତାକ୍ତ ଅବସ୍ଥାରେ Ludo ଖେଳୁଛନ୍ତି Sunny Leone, କେମିତି ଖଣ୍ଡିଆ ହେଲା ଓଠ ଓ ମୁଣ୍ଡ?

୨୦୧୮ ମସିହାରେ ରାଜ କୁନ୍ଦ୍ରା ଏକ ବିଟକଏନ୍ ସ୍କାମରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ପୁଣେ କ୍ରାଇମ ଶାଖା ଅନୁଯାୟୀ, କିଛି ବଲିଉଡ ଅଭିନେତା ବିଟକଏନରେ ଟଙ୍କା ବିନିଯୋଗ କରିବା ପାଇଁ ବେଆଇନ ଭାବେ ପ୍ରୋତ୍ସାହିତ କରୁଥିଲେ। ଏହି ରାକେଟ ଉପରେ ପୋଲିସ ପ୍ରାୟ ୨ ହଜାର କୋଟି ଟଙ୍କା ଜବତ କରିଥିବା କୁହାଯାଉଛି।

ନିକଟରେ ଏକ ପୋର୍ଟାଲକୁ ଦେଇଥିବା ସାକ୍ଷାତକାରରେ ରାଜ କୁନ୍ଦ୍ରା ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୂର୍ବ ପତ୍ନୀ କବିତାଙ୍କ ସମ୍ପର୍କ ପୂର୍ବ ଶାଳକଙ୍କ ସହ ଥିଲା। ତାଙ୍କର ପୂର୍ବତନ ପତ୍ନୀ ଅଲଗା ହେବାର କାରଣ ଶିଳ୍ପା ବୋଲି କହିବା ପରେ ରାଜଙ୍କ ଏହି ବିବୃତ୍ତି ସାମ୍ନାକୁ ଆସିଛି।