ପତିଙ୍କ ଖୁଲାସା ପରେ ଟେନସନରେ ଶିଲ୍ପା, ସେୟାର କଲେ ଏହି ଇମୋସ୍ନାଲ ପୋଷ୍ଟ୍
Advertisement

ପତିଙ୍କ ଖୁଲାସା ପରେ ଟେନସନରେ ଶିଲ୍ପା, ସେୟାର କଲେ ଏହି ଇମୋସ୍ନାଲ ପୋଷ୍ଟ୍

ଏକ ସାକ୍ଷାତକାରରେ ସେ ସ୍ପଷ୍ଟ କରିଛନ୍ତି ଯେ, ଶିଳ୍ପା ତାଙ୍କର ପ୍ରଥମ ବିବାହ ଭାଙ୍ଗିବା ପଛର କାରଣ ନୁହେଁ। କବିତା ତାଙ୍କୁ ଧୋକା ଦେଇଛନ୍ତି। କବିତା ତାଙ୍କ ଭଉଣୀର ପୂର୍ବ ସ୍ୱାମୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ, ଯେଉଁ କାରଣରୁ ତାଙ୍କ ବିବାହ ଭାଙ୍ଗି ଯାଇଥିଲା।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଆଜିକାଲି ବହୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନିକଟରେ ରାଜ ତାଙ୍କ ପୂର୍ବ ପତ୍ନୀ କବିତାଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ଦେଇଥିଲେ। ଏକ ସାକ୍ଷାତକାରରେ ସେ ସ୍ପଷ୍ଟ କରିଛନ୍ତି ଯେ, ଶିଳ୍ପା ତାଙ୍କର ପ୍ରଥମ ବିବାହ ଭାଙ୍ଗିବା ପଛର କାରଣ ନୁହେଁ। କବିତା ତାଙ୍କୁ ଧୋକା ଦେଇଛନ୍ତି। କବିତା ତାଙ୍କ ଭଉଣୀର ପୂର୍ବ ସ୍ୱାମୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ, ଯେଉଁ କାରଣରୁ ତାଙ୍କ ବିବାହ ଭାଙ୍ଗି ଯାଇଥିଲା।

ସ୍ୱାମୀ ରାଜ କୁନ୍ଦ୍ରା (Raj Kundra) ଙ୍କ ଏହି ଖୁଲାସା ପରେ ଶିଳ୍ପା (Shilpa Shetty) ଅଧିକ ଭାବୁକ ହୋଇଯାଇଛନ୍ତି। ତାଙ୍କର ଏକ ପୋଷ୍ଟ ସାମାଜିକ ଗଣମାଧ୍ୟମର ହେଡଲାଇନ ପାଲଟିଛି। ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ବହିର ଫଟୋ ସେୟାର କରିଛନ୍ତି। ଯେଉଁଥିରେ 'Shared Suffering' ଶୀର୍ଷକ ସହିତ ପୃଷ୍ଠା ଦେଖାଯାଉଛି। ସେଥିରେ ଲେଖା ଅଛି, 'ଉତ୍ତମତା ବିଚ୍ଛିନ୍ନତାରେ ଉପସ୍ଥିତ ନାହିଁ। ପ୍ରତ୍ୟେକ ଉତ୍ତମ କାର୍ଯ୍ୟ ଅଧିକ ଭଲରେ ସହାୟକ ହୁଏ। ସେହିଭଳି, ଯେତେବେଳେ ଆମେ ଏକ ଭଲ କାମ କରିବାରେ ବିଳମ୍ବ କରୁ, ଆମ ସମସ୍ତଙ୍କୁ କଷ୍ଟ ସହିବାକୁ ପଡିବ।

Also Read: ଗାଁ ମୁଣ୍ଡ ବରଗଛରେ ଶୁଭୁନି ରଜ ଦୋଳିର କଟମଟ ଶବ୍ଦ

ସେଥିରେ ପୁଣି ଲେଖା ଅଛି 'ବେଳେବେଳେ ଭଲ ଲୋକମାନଙ୍କ ପ୍ରତି ହେଉଥିବା ଖରାପ ଜିନିଷ ବିଷୟରେ ଆମେ ଦେଖୁ କିମ୍ବା ଶୁଣୁ କିନ୍ତୁ ଆମେ କିଛି କରୁନାହୁଁ। କାରଣ ସେମାନେ ବହୁତ ଦୂରରେ କିମ୍ବା ଆମଠାରୁ ଦୂରେଇ ଯାଇଛନ୍ତି। ଦୁନିଆର ଯେକୌଣସି ଠାରେ ଯେତେବେଳେ ଜଣେ ଭଲ ବ୍ୟକ୍ତି ଉପରେ ଆକ୍ରମଣ ହୁଏ, ଆହତ ହୁଅନ୍ତି, ଗିରଫ ହୁଅନ୍ତି, ଜେଲରେ ରୁହନ୍ତି, ତାଙ୍କୁ ନିର୍ଯାତନା ଦିଆଯାଏ କିମ୍ବା ହତ୍ୟା ହତ୍ୟା କରାଯାଏ, ଆମେ ସମସ୍ତେ ଟିକେ ଅସୁରକ୍ଷିତ ହୋଇପଡୁ। ଶିଳ୍ପାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ସେ ସ୍ୱାମୀ ରାଜଙ୍କ ଦ୍ୱାରା କରାଯାଇଥିବା ଖୁଲାସାକୁ ଇଙ୍ଗିତ କରିଥିବା ଭଳି ମନେ ହେଉଛି।

fallback

ଶିଳ୍ପା ସେଟ୍ଟୀ, ରାଜ କୁନ୍ଦ୍ରାଙ୍କ ପ୍ରଥମ ପତ୍ନୀ କବିତା କୁଣ୍ଡ୍ରାଙ୍କ ବିବାହ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ରାଜ ଏହା ସ୍ପଷ୍ଟ କରିଛନ୍ତି ଯେ, ଶିଳ୍ପା ଏଥିରେ ସମ୍ପୃକ୍ତ ନୁହଁନ୍ତି। ଉଭୟ ସେତେବେଳେ ପରସ୍ପରକୁ ମଧ୍ୟ ଜାଣି ନ ଥିଲେ। ଅଭିନେତ୍ରୀ ୨୦୦୯ ମସିହାରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ। ଏହା ଶିଳ୍ପାଙ୍କ ସହ ରାଜଙ୍କର ଦ୍ୱିତୀୟ ବିବାହ ଥିଲା। ଏହାପୂର୍ବରୁ, ରାଜ ୨୦୦୩ ମସିହାରେ ମଡେଲ କବିତାଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୦୬ ମସିହାରେ ଉଭୟଙ୍କ ବିଚ୍ଛେଦ ହୋଇଥିଲେ। ଛାଡପତ୍ର ପରେ ରାଜ ଏବଂ ଶିଳ୍ପା ନିକଟତର ହୋଇଥିଲେ ଏବଂ ୨୨ ନଭେମ୍ବର ୨୦୦୯ରେ ଦୁହେଁ ସାତ ଜନ୍ମର ସାଥି ହୋଇଥିଲେ।