Advertisement
Article Detail0/zeeodisha/odisha696753
Zee OdishaOdisha Art and Cultureଲିଫ୍ଟ୍ ଦେଇ ପ୍ରେମରେ ପଡିଲେ ଶ୍ରେୟାନ୍

ଲିଫ୍ଟ୍ ଦେଇ ପ୍ରେମରେ ପଡିଲେ ଶ୍ରେୟାନ୍

ଫେରିବା ବାଟରେ ହେଲା ପ୍ରେମ

 

ଲିଫ୍ଟ୍ ଦେଇ ପ୍ରେମରେ ପଡିଲେ ଶ୍ରେୟାନ୍

ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ : ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ସବୁଜ ବନାନୀରେ ଭରପୁର କୋରାପୁଟରୁ କଂକ୍ରିଟର ସହର ଭୁବନେଶ୍ୱରକୁ ଫେରିବା ବାଟରେ ହୁଏ ପ୍ରେମ। ଏକାକୀ ଝିଅକୁ ସାହାଯ୍ୟର ହାତ ବଢାନ୍ତି ସହର ଅଭିମୁଖେ ବାହାରି ଥିବା ଚରିତ୍ରଟିଏ। ଭରଷା ନଥିଲେ ବି ଉପାୟ ବି ନାହିଁ। ବାଧ୍ୟ ହୋଇ ଗାଡ଼ିରେ ବସି ବାହାରନ୍ତି ଉଭୟ ଝିଅ ଓ ପୁଅ। କଥାବାର୍ତ୍ତାରୁ ଆରମ୍ଭ ହୁଏ ବନ୍ଧୁତ୍ୱ ଆଉ ପରେ ପ୍ରେମ। ଏଭଳି କିଛି କାହାଣୀକୁ ନେଇ ଗତିଶୀଳ ହୋଇଛି ନୂଆ ଓଡ଼ିଆ ସିନେମା ଚୁମକି: ସେ'ତ ପାଣିରେ ବୁଡ଼ିବ ନାହିଁ'ର କାହାଣୀ। 

fallback

ଖୁବ୍ ଶୀଘ୍ର ବଡ଼ ପରଦାକୁ ଆସିବାକୁ ଯାଉଛି ନୂଆ ସିନେମା 'ଚୁମକି'। କିଛିଦିନ ତଳେ ଶୁଭ ମହୁରତ ହୋଇଥିବା ବେଳେ କୋରୋନା ସଂକଟ ପାଇଁ ଏହାର ସୁଟିଂ କାର୍ଯ୍ୟରେ ବନ୍ଦ ରହିଥିଲା। ମାତ୍ର ଆଜିଠାରୁ ଏହାର ସୁଟିଂ କାର୍ଯ୍ୟ ଆରମ୍ଭ ହୋଇଛି। ଏବେ ପୁଣି ଥରେ ସୁଟିଂ ପାଇଁ ସଜବାଜ ହୋଇ କାମ ଆଗକୁ ବଢାଇଛନ୍ତି ନିର୍ଦ୍ଦେଶକ ଗିରିଶ୍ ମହାନ୍ତି। ସେ ଆଗରୁ ଅନେକ ସିନେମାରେ କୋରିଓଗ୍ରାଫି କରିଥିବା ସମୟରେ ପ୍ରଥମ ଥର ଏହି ସିନେମାରେ ନିର୍ଦ୍ଦେଶନାର ଭାର ସମ୍ଭାଳିଛନ୍ତି । 

Add Zee News as a Preferred Source

ଭରଦ୍ୱାଜ ପଣ୍ଡା ଓ ସୁରେଶ ପଣ୍ଡା ଏହି ସିନେମା ପାଇଁ ଗୀତ ଲେଖିଥିବା ବେଳେ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ବିଭୁତି ଭୁଷଣ ଗଡ଼ନାୟକ। କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର, ଉଦିତ୍ ନାରାୟଣ, କୁମାର ସାନୁ, ମଣ୍ଟୁ ଛୁରିଆ, ଅସିମା ପଣ୍ଡା, ଅର୍ପିତା ଚୌଧୁରୀ ଏବଂ ପପୁ ପମପମ୍ ଗୀତ ଗୁଡିକୁ ଗାଇଥିବା ସୂଚନା ମିଳିଛି ।  ଅଭିନେତା ଶ୍ରେୟାନଙ୍କ ପ୍ରଥମ ସିନେମାରେ ଖୁବ୍ ଲୋକପ୍ରିୟତା ହାସଲ କରିଥିବା ବେଳେ ଏବେ ଏହି ଦ୍ୱିତୀୟ ସିନେମାରେ ପ୍ରଥମଥର ପାଇଁ ଅଭିନେତ୍ରୀ ଉପାସନା ମହାନ୍ତି (ଚୁମକି)ଙ୍କ ସହ ନଜର ଆସିବେ।

ଏବେ ଏହି ସିନେମାରେ ଶ୍ରେୟାନଙ୍କୁ ଦର୍ଶକେ ଜଣେ କଣ୍ଠଶିଳ୍ପୀ ଭାବେ ଦେଖିବାକୁ ପାଇବେ । ଏହି ସିନେମାଟିର କାହାଣୀ କୌଣସି ରିମେକ୍ ନୁହେଁ ବରଂ ଏକ ନୂଆ କାହାଣୀ ଦର୍ଶକେ ଦେଖିବାକୁ ପାଇବେ ବୋଲି କହିଛନ୍ତି ସିନେମାର ପ୍ରଯୋଜକ ଉପହାର ଭଦ୍ର ଓ ଆନିସ୍ ଭଦ୍ର । ତେବେ ସିନେମାର କିଛି ଭାଗ ଓଡ଼ିଶାର କୋରାପୁଟ୍, ଭୁବନେଶ୍ୱର ଓ ଅନ୍ୟାନ୍ୟ ସ୍ଥାନରେ ସୁଟିଂ କରାଯାଇଥିବା ବେଳେ ଆଉକିଛି ରାଜ୍ୟ ବାହାରେ ଲଦାଖ ଓ ମନାଲିରେ ସୁଟିଂ ହୋଇଛି ।

fallback

ଏଥିସହ ଆପଣଙ୍କ ପ୍ରିୟ କଳାକାର ପ୍ରଦ୍ୟୁମ୍ନ ଲେଙ୍କା, ଚୌଧୁରୀ ବିକାଶ ଦାଶ, ପୁଷ୍ପା ପଣ୍ଡା, ଜ୍ୟୋତି ମିଶ୍ର, ପ୍ରଜ୍ଞା, ଜୋଜୋ, ହାଡୁ ଏମାନେ ମଧ୍ୟ ଏହି ସିନେମାରେ ନଜର ଆସିବେ । ତେବେ କୋରୋନା ଗାଇଡଲାଇନରେ ସିନେମା ହଲ୍ ଖୋଲିବା ନିଷ୍ପତ୍ତି ଅନ୍ତର୍ଭୁକ୍ତ ହେଲେ ଏହି ସିନେମାଟି ଦର୍ଶକଙ୍କ ନିକଟରେ ପହଞ୍ଚିବ ବୋଲି ଜଣାପଡ଼ିଛି ।

 

About the Author