• ଆଜିଠାରୁ ଭୁବନେଶ୍ୱର ବିମାନବନ୍ଦରରେ ଚେକିଂ ଆରମ୍ଭ
  • ଯାତ୍ରୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତା ମୂଳକ
  • ରେଳ ଷ୍ଟେସନରେ ମଧ୍ୟ କଡ଼ାକଡ଼ି ଚେକିଂ ହେଉଛି
  • ରିପୋର୍ଟ ଆଣି ନ ଥିଲେ ୭ ଦିନ ହୋମ୍ କ୍ୱାରେନଣ୍ଟାଇନ୍
  • କୌଣସି ଯାତ୍ରୀଙ୍କ ଲକ୍ଷଣ ଦେଖାଦେଲେ ଟେଷ୍ଟ ପାଇଁ ବ୍ୟବସ୍ଥା
  • ବିଏମସି ପକ୍ଷରୁ ମାର୍କେଟ ମାନଙ୍କରେ ଚେକିଂ ଜୋରଦାର
  • ଉତ୍କଳ ବିଶ୍ୱବିଦ୍ୟାଳୟର ୪ଜଣ କୋରୋନା ପଜିଟିଭ୍ ଚିହ୍ନଟ
  • ୪ଜଣ କୋରୋନା ସଂକ୍ରମିତଙ୍କ କଣ୍ଟାକଟ୍ରେସିଂ ଚାଲିଛି
  • ବିଏମସି ପକ୍ଷରୁ ଦେୟଯୁକ୍ତ ସଂଗରୋଧ ଆରମ୍ଭ
  • ବାତାନୁକୂଳ ଓ ସାଧାରଣ ବର୍ଗରେ ଲୋକଙ୍କୁ ସେବା ଉପଲବ୍ଧ

ବିବାହ କରିବେ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀ !

ବି-ଟାଉନର ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଜୋରଦାର ପ୍ରସ୍ତୁତିରେ ଲାଗିପଡି଼ଛନ୍ତି ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡଭାନୀ !  

ବିବାହ କରିବେ ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀ !

ନୂଆଦିଲ୍ଲୀ: ଏବେ ବଲିଉଡରେ ଲଗାତାର ଭାବେ ବାଜି ଚାଲିଛି ସେହନାଇ । ମାନେ ଏବେ ବଲିଉଡରେ ଲଗାତାର ଅଭିନେତା ଓ ଅଭିନେତ୍ରୀ ମାନେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଆଜି ବି ବରୁଣ ଧୱନ ଓ ନତାଶା ଦଲାଲ ଜନ୍ମ ଜନ୍ମର ସାଥୀ ହୋଇଛନ୍ତି । ତେବେ ଏମିତି କିଛି ଫଟୋ ଏବେ ବି-ଟାଉନର ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ତେବେ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଜୋରଦାର ପ୍ରସ୍ତୁତିରେ ଲାଗିପଡି଼ଛନ୍ତି ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡଭାନୀ ! 

Also Read:ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି The Kapil Sharma ସୋ !

ବହୁ ସମୟ ଧରି ଉଭୟେ ରିଲେସନସିପ ଓ ଡେଟିଂ କରୁଥିବା ନେଇ ଖବର ଚାଲୁଥିବା ବେଳେ ଉଭୟଙ୍କ ପକ୍ଷରୁ ସେମିତି କିଛି ଇସାରା ମଧ୍ୟ ମିଳିସାରିଛି । ହେଲେ ଏହି କପଲ (Couple) ଏବେ ନିଜ ପରିବାର ଲୋକଙ୍କୁ ସହମତିକୁ ଅପେକ୍ଷା କରିଥିବା ନେଇ ସୂଚନା ରହିଛି। କାରଣ ଏହି କପଲ ଏବେ ନିଜ ଫ୍ୟାମିଲିଙ୍କ ସହ ଲଞ୍ଚରେ ଯାଉଥିବା କିଛି ଫଟୋ ଖୁବ ଭାଇରାଲ (Photo Viral)  ହେଉଛି ।

Also Read: ଅଭିନେତ୍ରୀ ସ୍ବରା ଭାଷ୍କରଙ୍କୁ ଚିଡ଼ାଇବାକୁ ଯାଇ ୟେ କଣ କହିଦେଲେ କଙ୍ଗନା...

ଏ ସୂଚନା ମଧ୍ୟ ଆମେ ଆପଣଙ୍କୁ ଦେଉଛୁ ଯେ, ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ ବିଭିନ୍ନ ସ୍ଥାନରେ ଡେଟିଂ ହେଉ ବା ସପିଂ କରୁଥିବା ସମୟରେ ଗଣମାଧ୍ୟମ ସାମ୍ନାରେ ଆସିଛନ୍ତି । ହେଲେ ଏବେ ଯାଏଁ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା (sidharth malhotra) ଓ ଅଭିନେତ୍ରୀ କିଆରା ଆଡଭାନୀ (kiara advani)  ନିଜର ସମ୍ପର୍କକୁ ନେଇ କୌଣସି ଠୋସ୍ ପ୍ରତିକ୍ରିୟା ଦେଇନାହାଁନ୍ତି । ମାତ୍ର ୨୦୨୧ ବର୍ଷ ପ୍ରାରମ୍ଭରୁ ଯେବେ ଉଭୟେ ସାଥୀ ହୋଇ ମାଳଦ୍ୱୀପ୍ (Maldives)ଯାଇଥିଲେ, ତେବେ ତାଙ୍କ ଫ୍ୟାନ୍ସ ଫଲୋଅର୍ସଙ୍କୁ ଏହି ସମ୍ପର୍କର ସତ୍ୟତା ଉପରେ ଭରଷା ଆସିଯାଇଥିଲା । ଦୁହିଁଙ୍କୁ ଏୟାର ପୋର୍ଟ (Airport)ରେ ସାଥୀରେ ଯିବା ସହ ଫେରିବା ସମୟରେ ସ୍ପଟ (Spot) କରାଯାଇଥିଲା ।

Also Read: ସବୁଠାରୁ ବଡ଼ ପରିବାର: ଜଣେ ବ୍ୟକ୍ତିଙ୍କ ୨୭ ସ୍ତ୍ରୀ ସହ ୧୫୦ ପିଲା

ତେବେ ଦୁହିଁଙ୍କ ଫିଲ୍ମ ପ୍ରୋଜେକ୍ଟ ଉପରେ ଯଦି ଆମେ ଚର୍ଚ୍ଚା କରିବା ତେବେ, କିଆରା ଆଡଭାନୀଙ୍କୁ ଶେଷ ଥର "ଇନ୍ଦୁ କି ଜୱାନୀ" (Indu ki jawani) ଫିଲ୍ମରେ ଦେଖିବାକୁ ପାଇଥିଲେ ଦର୍ଶକ । ଏହାପୂର୍ବରୁ ସେ ଖିଲାଡି କୁମାରଙ୍କ ସହ ଫିଲ୍ମ "ଲକ୍ଷ୍ମୀ" (Laxmi) ରେ ମଧ୍ୟ ନଜର ଆସିଥିଲେ । କିୟାରାଙ୍କ ହାତରେ ଏବେ "ଜୁଗ୍ ଜୁଗ୍ ଜିୟୋ", "ଶେରଶାହ" ଓ "ଭୁଲ ଭଲୈୟା ୨" ଫିଲ୍ମର ପ୍ରୋଜେକ୍ଟ ମଧ୍ୟ ରହିଛି । ସେପଟେ ଆକ୍ଟର ସିଦ୍ଧାର୍ଥ ମଲହୋତ୍ରା ଫିଲ୍ମ "ଶେରଶାହା" (Shershaah ) ଓ "ଥ୍ୟାଙ୍କ ଗଡ୍" (Thank God) ଫିଲ୍ମରେ ନଜର ଆସିବେ । ସବୁଠାରୁ ଖାସ କଥା ହେଲା ଚର୍ଚ୍ଚା ହେଉଥିବା ଏହି ଦୁଇଷ୍ଟାର ଏକାସାଥୀରେ Shershaah ଫିଲ୍ମରେ ସ୍କ୍ରିନ ସେୟାର କରିବେ ।