• ରାଜ୍ୟରେ ଭୟଙ୍କର ଭାବେ ମାଡୁଛି କରୋନା। ୨୪ ଘଣ୍ଟାରେ ୧୭୮୪ ନୂଆ ଆକ୍ରାନ୍ତ ଚିହ୍ନଟ
  • ନୂଆପଡାରେ ସର୍ବାଧିକ ୩୦୩ ସଂକ୍ରମିତ, ୨ଜଣଙ୍କ ମୃତ୍ୟୁ
  • ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ୟାକୁବ ଗିରଫ
  • କାଲି ଚାଉଳିଆଗଞ୍ଜ ଥାନାରେ ଅତ୍ମସମର୍ପଣ କରିଥିଲା ୟାକୁବ
  • ହାଇଦର ଫେରାର ପଛରେ ୟାକୁବର ଭୂମିକାକୁ ନେଇ ଖୋଳତାଡ଼ କରୁଛି ପୋଲିସ୍
  • ନୂଆ ମୁଖ୍ୟ ନିର୍ବାଚନ କମିଶନର ହେବେ ସୁଶିଲ ଚନ୍ଦ୍ରା
  • ଆସନ୍ତା ବର୍ଷ ମେ ୧୪ ଯାଏ ସମ୍ଭାଳିବେ ପଦ
  • ୨୦୨୨ ଆରମ୍ଭରେ ଉତ୍ତରପ୍ରଦେଶ ଓ ପଞ୍ଜାବ ଭଳି ୫ ରାଜ୍ୟର ନିର୍ବାଚନ ପରିଚାଳନା ଚ୍ୟାଲେଞ୍ଜ

OTTରେ ଦବଙ୍ଗ ଗାର୍ଲଙ୍କ ଦମଦାର ଏଣ୍ଟ୍ରୀ

ସୋନାକ୍ଷୀ (Sonakshi Sinha) ଜଣେ ଏଭଳି ଅଭିନେତ୍ରୀ ଯିଏ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ବିଭିନ୍ନ ଷ୍ଟାଇଲ୍ ଓ କ୍ୟାରେକ୍ଟରର ଫିଲ୍ମ କରିଛନ୍ତି। ଜଣେ ଘରଣୀଠୁ ଆରମ୍ଭ କରି ପୋଲିସ ଅଫିସର ସବୁ ଭୂମିକାରେ ସେ ନିଜର ଆସିଛନ୍ତି। ଆଉ ଏବେ ସେ OTT platform ରେ ମଧ୍ୟ ନିଜର କାୟା ବିସ୍ତାର କରିବାକୁ ଯାଉଛନ୍ତି।

OTTରେ ଦବଙ୍ଗ ଗାର୍ଲଙ୍କ ଦମଦାର ଏଣ୍ଟ୍ରୀ
OTTରେ ଦବଙ୍ଗ ଗାର୍ଲଙ୍କ ଦମଦାର ଏଣ୍ଟ୍ରୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ସଲମାନ ଖାନଙ୍କ ଅପଜିଟରେ ଫିଲ୍ମ ଦବଙ୍ଗ ମାଧ୍ୟମରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ମାରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା। ଡେବ୍ୟୁ ଚଳଚ୍ଚିତ୍ର ପରଠାରୁ ସୋନାକ୍ଷୀ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ କରିଛନ୍ତି। ଯାହାକୁ ବଡ ପରଦାରେ ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି। ଚଳଚ୍ଚିତ୍ରରେ ସଫଳତା ପାଇବା ପରେ ଏବେ ସୋନାକ୍ଷୀ ଡିଜିଟାଲ୍ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ସୋନାକ୍ଷୀ (Sonakshi Sinha) ଜଣେ ଏଭଳି ଅଭିନେତ୍ରୀ ଯିଏ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ବିଭିନ୍ନ ଷ୍ଟାଇଲ୍ ଓ କ୍ୟାରେକ୍ଟରର ଫିଲ୍ମ କରିଛନ୍ତି। ଜଣେ ଘରଣୀଠୁ ଆରମ୍ଭ କରି ପୋଲିସ ଅଫିସର ସବୁ ଭୂମିକାରେ ସେ ନିଜର ଆସିଛନ୍ତି। ଆଉ ଏବେ ସେ OTT platform ରେ ମଧ୍ୟ ନିଜର କାୟା ବିସ୍ତାର କରିବାକୁ ଯାଉଛନ୍ତି। ନିକଟରେ ଦବଙ୍ଗ ଅଭିନେତ୍ରୀଙ୍କ ଡିଜିଟାଲ୍ ଡେବ୍ୟୁ (Digital Debut) ର ପ୍ରଥମ ଲୁକ୍ ରିଲିଜ୍ ହୋଇଛି। ଏହି ସିରିଜର ଟାଇଟଲ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। 

Also Read: ପୁଣି କଙ୍ଗାନା-ତାପସୀ ମଧ୍ୟରେ ଖଣ୍ଡଯୁଦ୍ଧ!

ସୋନାକ୍ଷୀଙ୍କ ପ୍ରଥମ ଲୁକ୍ (First Look) ସୋସିଆଲ ମିଡିଆରେ ଭାଇରାଲ (Viral) ହେବାରେ ଲାଗିଛି। ସେ ସିରିଜରେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ। ପୋଷ୍ଟରରେ ସୋନାକ୍ଷୀ ଏକ ରେଳ ଟ୍ରାକରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଅଭିନେତ୍ରୀଙ୍କ ଷ୍ଟାଇଲ ପ୍ରଶଂସକଙ୍କୁ ଉତ୍ସାହିତ କରୁଛି। ସିରିଜ କେବେ Amazon Primeରେ ରିଲିଜ ହେବ ଓ ତାହାର ଟାଇଟଲ୍ କଣ ରହିବ ତାହା ସମସ୍ତଙ୍କ ଉତ୍କଣ୍ଠା ବଢାଇ ଦେଇଛି।

ସିରିଜ ବ୍ୟତୀତ ସୋନାକ୍ଷୀଙ୍କୁ ଖୁବଶୀଘ୍ର 'ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ'ରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍ (Ajay Devgan) ଏବଂ ସୋନାକ୍ଷୀ ସିହ୍ନାଙ୍କ ବ୍ୟତୀତ ନୋରା ଫତେହି, ପ୍ରଣିତା ସୁଭାଷ, ସଞ୍ଜୟ ଦତ୍ତ, ଆମି ଭାଇର୍କ, ଶରଦ କେଲକର, ମହେଶ ଶେଟ୍ଟୀ ଭଳି ଅନେକ କଳାକାର ପ୍ରମୁଖ ଭୂମିକାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ଭାରତୀୟ ବାୟୁସେନା ପାଇଲଟ୍ ବିଜୟ କର୍ନିକଙ୍କ କାହାଣୀ ଉପରେ ଆଧାରିତ।