ପୁଣି ଚାଲିଲା YO YO Honey Singh ଙ୍କ ଯାଦୁ
Advertisement

ପୁଣି ଚାଲିଲା YO YO Honey Singh ଙ୍କ ଯାଦୁ

ଗୀତର ପ୍ରଥମ ଟ୍ରେଲର ରିଲିଜ ପରେ ପୁରା ଗୀତର ରିଲିଜକୁ ଅତି ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ ୟୋ ୟୋ ଫ୍ୟାନ୍ସ। 

ପୁଣି ଚାଲିଲା YO YO Honey Singh ଙ୍କ ଯାଦୁ

ନୂଆଦିଲ୍ଲୀ: ଫେମସ ରାପର ୟୋ ୟୋ ହନି ସିଂ ପୁଣିଥରେ ନିଜର ଧମାକାଦାର ଷ୍ଟାଇଲରେ ନିଜ ଫ୍ୟାନ୍ସଙ୍କ ହାର୍ଟବିଟ ବଢାଇବାକୁ ଆସିଯାଇଛନ୍ତି । ତାଙ୍କର ଲାଟେଷ୍ଟେ ସଙ୍ଗ ସୟାନ୍ ଜୀ ଆଜି ରିଲିଜ କରାଯାଇଛି । ଏହି ଗୀତର ପ୍ରଥମ ଟ୍ରେଲର ରିଲିଜ ପରେ ପୁରା ଗୀତର ରିଲିଜକୁ ଅତି ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ ୟୋ ୟୋ ଫ୍ୟାନ୍ସ। ସେଥିପାଇଁ ଏହି ଗୀତ ରିଲିଜ ହେବାର କିଛି ଘଣ୍ଟାରେ ୩୧ ଲକ୍ଷରୁ ଅଧିକ ଥର ଦେଖାସରିଲାଣି । 

ସବୁଠାରୁ ବଡ଼ କଥା ହେଲା ଏହି ଜବରଦସ୍ତ ଗୀତରେ ନଜର ଆସିଛନ୍ତି ବଲିଉଡ ଅଭିନେତ୍ରୀ ନୁଶରତ ଭରୁଚା (Nushrratt Bharuccha)। ଏହି ଗୀତରେ ନୁଶରତ ଭରୁଚାଙ୍କ ଠୁମକା ତାଙ୍କ ଫ୍ୟାନ୍ସଙ୍କୁ ଦିୱାନା କରିଛି । ଏହି ଗୀତରେ ଅଭିନେତ୍ରୀ ନୁଶରତ ଭରୁଚା ଉଭୟେ ଏଥେନିକ୍ ଓ ମଡର୍ଣ୍ଣ ଲୁକରେ ଫ୍ୟାନ୍ସଙ୍କ ସାମ୍ନାରେ ନିଜର ଜଲୱା ଦେଖାଇଛନ୍ତି । ଏହି ଜବରଦସ୍ତ ଗୀତଟି ଟି-ସିରିଜ୍ (T-series) ବ୍ୟାନରରେ ପ୍ରସ୍ତୁତ କରାଯାଇଥିବା ବେଳେ ଏଥିରେ ୟୋ ୟୋ ହନି ସିଂ (Yo Yo Honey Singh) ଙ୍କ ସହ କଣ୍ଠଦାନ କରିଛନ୍ତି ନେହା କକ୍କଡ (Neha Kakkar) । ଯାହାକୁ ନେଇ ସିଙ୍ଗର ନେହାଙ୍କ ଫ୍ୟାନ୍ସ (Fans of Neha) ବି ଗୀତ ଦେଖି ଜବରଦସ୍ତ ରେସପନ୍ସ ଦେଇଛନ୍ତି । 

Also Read: ଶାରୀରିକ ସମ୍ପର୍କ ରଖିବା ପାଇଁ ଦେବାକୁ ହେବ ଆଗୁଆ ସୂଚନା...

ଗୀତଟି ରିଲିଜ ହେବାପରେ ୩୧ ଲକ୍ଷ ୪୮ ହଜାର ୪୪୮ ଥର ଦେଖା ସରିଲାଣି । ଏଠାରେ ସୂଚନାଥାଉକି, ଏହି ଗୀତର ଯେତେବେଳେ ଟିଜର (Teaser) ରିଲିଜ କରାଯାଇଥିଲା ସେତେବେଳେ ଲୋକଙ୍କର ଅନେକ ଭଲ ରେସପନ୍ସ ମିଳିଥିଲା । ଏହାପୂର୍ବରୁ ରାପର ହନି ସିଂଙ୍କ ଫାଷ୍ଟ କିସ୍ (First Kiss) ଓ ଜିଙ୍ଗଲ ବେଲ୍ (Jingle Bell) ସଙ୍ଗ ମଧ୍ୟ ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଥିଲା । 

Also Read: ଏହି ୬ଟି ଗୁଣ ଥିବା ପୁରୁଷଙ୍କୁ କରନ୍ତୁନି ହାତଛଡ଼ା

ସେପଟେ ବଲିଉଡ ଅଭିନେତ୍ରୀ ନୁଶରତ ଭରୁଚାଙ୍କ କଥା କହିବା ତେବେ, ଏହି ଅଭିନେତ୍ରୀ ଜଣଙ୍କ ଖୁବକମ୍ ଦିନରେ ଅନେକ ସଫଳତା ହାସଲ କରିଛନ୍ତି । ଶେଷଥର ପାଇଁ ଅଭିନେତ୍ରୀଙ୍କୁ ଫିଲ୍ମ ଛଲାଙ୍ଗ (Chhalaang) ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ସେ ଅଭିନେତା ରାଜକୁମାର ରାଓ (Actor Rajkumar Rao) ଓ ଜୀଶାନ ଆୟୁବଙ୍କ ସହ ସ୍କ୍ରିନ ସେୟାର କରିଥିଲେ । ଏହି ଫିଲ୍ମର ଏକ ଜବରଦସ୍ତ ଗୀତ କେୟାର ନୀ କରଦା (Care Ni Karada) ଏବେ ବି ସୋସିଆଲ ମିଡିଆ (Social Media)ରେ ଖୁବ ଭାଇରାଲ ହେବାରେ ଲାଗିଛି ।