• ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୧ ଲକ୍ଷ ୨୧ ହଜାର ୩୧୧ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪ ହଜାର ୨ଜଣଙ୍କ ଜୀବନ
  • ଦିନକରେ ନୂଆ ୮୪ ହଜାର ୩୩୨ ନୂଆ ପଜିଟିଭ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୭ ଜଣଙ୍କ ଜୀବନ ନେଲା କିଲର କୋରୋନା
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୮୫୨ ପଜିଟିଭ ଚିହ୍ନଟ
  • UG/PG ପରୀକ୍ଷା ହେବ, ପୁଣି ୧୮ରେ ବୈଠକ
  • ଆଜି ଅତିପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି
  • ଦିଲ୍ଲୀ ଲାଜପତ ନଗର କପଡା ସୋରୁମରେ ଅଗ୍ନିକାଣ୍ଡ, ୧୬ ଦମକଳ ନିୟୋଜିତ
  • ଇସ୍ତଫା ଦେଲେ ତେଲେଙ୍ଗାନା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଇ. ରାଜେନ୍ଦ୍ର
  • କୃଷକ ଆନ୍ଦୋଳନ: ୨୬ରେ ରାଜଭବନ ଘେରାଓ

ସୋସିଆଲ ମିଡିଆରେ ହରଭଜନଙ୍କ ଗୁହାରି ଶୁଣିଲେ ସୋନୁ ସୁଦ୍

ସୋନୁ ସୁଦ ପ୍ରାୟ ଏକ ବର୍ଷ ଧରି ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ଯେଉଁଥିପାଇଁ ତାଙ୍କୁ ଦେଶ ବିଦେଶରେ ଖୁବ ପ୍ରଶଂସା କରାଯାଉଛି। ସୋନୁ ପ୍ରଥମେ ଲକଡାଉନ (Lockdown) ରେ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ, ଯାହା ପରେ ଖାଦ୍ୟ, ଔଷଧ ଏବଂ ଅନେକ ଉପାୟରେ ଏହି କୋରୋନା ସଙ୍କଟ ବେଳେ ଅଭାବୀ ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖାଯାଏ।

ସୋସିଆଲ ମିଡିଆରେ ହରଭଜନଙ୍କ ଗୁହାରି ଶୁଣିଲେ ସୋନୁ ସୁଦ୍
ଡିଜାଇନ ଫଟୋ

ନୂଆଦିଲ୍ଲୀ: କୋରୋନା ହରାଇବା ପାଇଁ ପ୍ରଶାସନ ଏବଂ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଅନେକ ସେଲିବ୍ରିଟି ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ କ୍ରମାଗତ ଭାବରେ ଆଗକୁ ଆସୁଛନ୍ତି। ଏଥିମଧ୍ୟରୁ ଅଭିନେତା ସୋନୁ ସୁଦ ହେଉଛନ୍ତି ଅନ୍ୟତମ। କେବଳ ଗରିବ ନୁହଁ ଅନେକ ନେତା ମନ୍ତ୍ରୀ ଓ VIP ମଧ୍ୟ ତାଙ୍କୁ କୋରୋନାରୁ ଉଦ୍ଧାର ପାଇଁ ଗୁହାରି କରିଛନ୍ତି। ଆଉ ସୋନୁ ନିସଙ୍କୋଟରେ ନିଜ ପାରୁ ପର୍ଯ୍ୟନ୍ତ ସହାଯ୍ୟ କରିବାକୁ ଚେଷ୍ଟା କରିଛନ୍ତି।

ସୋନୁ ସୁଦ ପ୍ରାୟ ଏକ ବର୍ଷ ଧରି ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ଯେଉଁଥିପାଇଁ ତାଙ୍କୁ ଦେଶ ବିଦେଶରେ ଖୁବ ପ୍ରଶଂସା କରାଯାଉଛି। ସୋନୁ ପ୍ରଥମେ ଲକଡାଉନ (Lockdown) ରେ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ, ଯାହା ପରେ ଖାଦ୍ୟ, ଔଷଧ ଏବଂ ଅନେକ ଉପାୟରେ ଏହି କୋରୋନା ସଙ୍କଟ ବେଳେ ଅଭାବୀ ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖାଯାଏ।

Also Read: ପୁଣି କେନ୍ଦ୍ରକୁ କୋରୋନା ଟିକା ମାଗିଲା ରାଜ୍ୟ

ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବଲିଉଡ ଅଭିନେତା ସୋନୁ (Sonu Sood) ଦିନରାତି ଲାଗିପଡିଛନ୍ତି।ସୋନୁ ଆଜିକାଲି ଏତେ ସକ୍ରିୟ ଯେ ଏକ ଟୁଇଟ୍ କଲେ ଲୋକଙ୍କୁ ସାହାଯ୍ୟ ପହଞ୍ଚାଉଛି। ଏହି ସମୟରେ ଯେତେବେଳେ କ୍ରିକେଟର ହରଭଜନ ସିଂ (Harbhajan Singh) ଟ୍ୱିଟରରେ ସାହାଯ୍ୟ ମାଗିଥିଲେ। ଆଉ ସେତେବେଳେ ମଧ୍ୟ ସୋନୁ ସାମ୍ନାକୁ ଆସିଥିଲେ।

ବାସ୍ତବରେ ହରଭଜନ ଏହି ସାହାଯ୍ୟ ନିଜ ପାଇଁ ନୁହେଁ ବରଂ କର୍ଣ୍ଣାଟକର ଜଣେ ରୋଗୀଙ୍କ ପାଇଁ ମାଗିଥିଲେ। ହରଭଜନ ଟ୍ୱିଟ୍ କରି ଲେଖିଛନ୍ତି ଯେ 'ଗୋଟିଏ ରେମଡିସିଭର୍ ଇଞ୍ଜେକ୍ସନ୍ ଆବଶ୍ୟକ ଅଛି। ହସ୍ପିଟାଲର ନାମ ବାସାପ୍ପା ଏବଂ ଏହା କର୍ଣ୍ଣାଟକରେ ଅବସ୍ଥିତ। ପରେ ହରଭଜନଙ୍କ ଟ୍ୱିଟ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା। ଆଉ କାଳ ବିଳମ୍ବ ନ କରି ସୋନୁ ସୁଦ୍ ରୋଗୀଙ୍କ ନିକଟରେ ଇଞ୍ଜେକସନ୍ ପହଞ୍ଚାଯିବ ବୋଲି କହିଥିଲେ।

Also Read: ରେଖା-ଇମ୍ରାନଙ୍କ ଅଧୁରା ଲଭ୍ ଷ୍ଟୋରୀ, ବିବାହ ଯାଏଁ ଯାଇଥିଲା କଥା

ସୋନୁଙ୍କ ସାହାଯ୍ୟର ଆଶ୍ୱସ୍ତନା ପାଇବା ପରେ ହରଭଜନ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କ୍ରିକେଟର ଲେଖିଛନ୍ତି ଯେ, ଧନ୍ୟବାଦ ମୋର ଭାଇ, ଭଗବାନ ଆପଣଙ୍କୁ କୃପା କରନ୍ତୁ, ଅଧିକ ଶକ୍ତି ଦିଅନ୍ତୁ। ସୂଚନାଯୋଗ୍ୟ, ଆଜିକାଲି ଅଭିନେତା ସୋନୁ ସୁଦ୍ ଅକ୍ସିଜେନ୍, ଶଯ୍ୟା ଏବଂ ରେମଡିସଭିର ଇଞ୍ଜେକ୍ସନ ଦେଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।