ମେଗାଷ୍ଟାର ଚିରଞ୍ଜିବୀଙ୍କୁ କୋରୋନା, ଟେନସନରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍
Advertisement

ମେଗାଷ୍ଟାର ଚିରଞ୍ଜିବୀଙ୍କୁ କୋରୋନା, ଟେନସନରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍

ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ସାଉଥ ମେଗାଷ୍ଟାର ଚିରଞ୍ଜିବୀ। ଗତ ସପ୍ତାହରେ ସେ ହାଇଦ୍ରାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଭେଟିଥିଲେ।

ଫାଇଲ ଫଟୋ

ନୂଆଦିଲ୍ଲୀ: ତେଲୁଗୁ ଅଭିନେତା ଚିରଞ୍ଜିବୀ କୋରୋନା ପଜିଟିଭ୍ ବାହାରିଛନ୍ତି। ସେ ନିଜେ ଟ୍ୱଟ୍ କରି ଆଜି ଏହାର ସୂଚନା ଦେଇଛନ୍ତି। ସେପଟେ ଚିରଞ୍ଜିବୀଙ୍କ  କୋରୋନା ରିପୋର୍ଟ ତେଲେଙ୍ଗାନ ସରକାରଙ୍କ ଛାତିରେ ଛନକା ପକାଇଛି। କାରଣ ଗତ ସପ୍ତାହରେ ସେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ରାଓଙ୍କୁ ଭେଟିଥିଲେ।

ଚିରଞ୍ଜିବୀ ତାଙ୍କ ଟ୍ୱିଟରେ ଲଖିଛନ୍ତି ଯେ, "ଫିଲ୍ମ 'ଆଚାର୍ଯ୍ୟ'ର ସୁଟିଂ ପୂର୍ବରୁ କୋରୋନା ପରୀକ୍ଷା କରାଯାଇଥିଲା। ଏଥିରେ ମୋର ରିପୋର୍ଟ ପଜିଟିଭ୍ ଆସିଛି। ମୋ ଠାରେ କୋରୋନାର କୌଣସି ଲକ୍ଷଣ ନାହିଁ। ମୁଁ ସୁସ୍ଥ ଅଛି ଏବଂ ନିଜକୁ ସଂଗରୋଧ କରିଛି। ଗତ ୫ ଦିନ ମଧ୍ୟରେ ମୋର ସଂସ୍ପର୍ଷରେ ଆସିଥିବା ବ୍ୟକ୍ତିମାନେ କୋରୋନା ପରୀକ୍ଷା କରେଇ ନିଅନ୍ତୁ।"

fallback

ସେପଟେ ଚିରଞ୍ଜିବୀଙ୍କ କୋରୋନା ରିପୋର୍ଟ ଆସିଲା ପରେ ଚିନ୍ତାରେ ପଡିଛନ୍ତି ତେଲେଙ୍ଗାନା ସରକାର। କାରଣ ଗତ ଶନିବାର ପ୍ରଗତି ଭବନରେ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଚିରଞ୍ଜିବୀ ଓ ନାଗାର୍ଜୁନ ଭେଟିଥିଲେ। ସେମାନେ ହାଇଦ୍ରାବାଦ ବନ୍ୟା ପ୍ରପୀଡିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦେଢ କୋଟି ଟଙ୍କା ଦେଇଥିଲେ। ଏହି ଅବସରରେ ସାଂସଦ ଜେ.ସନ୍ତୋଷଙ୍କ ସମେତ ଅନେକ ଅଧିକାରୀ ଉପସ୍ଥିତ ଥିଲେ।

fallback

 

ତେବେ ଚିରଞ୍ଜିବୀଙ୍କ ଅପିଲ ମୁତାବକ କେସିଆର ଓ ସନ୍ତୋଷଙ୍କ ବି କୋରୋନା ପରୀକ୍ଷା ହେବ। ସେପଟେ ନାଗାର୍ଜୁନ ବିଗବସ ତେଲୁଗୁ-୪ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏମାନଙ୍କ କଣ୍ଟାକ୍ଚ ଲିଷ୍ଟ ଅଧିକ ଏବଂ କେସିଆରଙ୍କୁ ଭିଟିବା ୩ ଦିନ ବିତି ଯାଇଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢିପାରେ ବୋଲି ଅଶଙ୍କା କରାଯାଉଛି।