)
ନୂଆଦିଲ୍ଲୀ: ସୋମବାର ବଲିଉଡର ସୁପରଷ୍ଟାର ସଲମାନ ଖାନ ତାଙ୍କର ୫୬ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତାଙ୍କ ପାଇଁ ଏହା ପ୍ରକୃତରେ ଏକ ସ୍ପେସିଆଲ ଦିନ ହେବ। ଜନ୍ମଦିନର ରାତିକ ପୂର୍ବରୁ ଫାର୍ମହାଉସରେ ସାପ କାମୁଡ଼ିବା ପରେ ସଲମାନ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ। ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଥିବାବେଳେ ସେ ସୋମବାର ତାଙ୍କ ପାନଭେଲ ଫାର୍ମହାଉସରେ ଜନ୍ମଦିନ ଆୟୋଜନ କରିଛନ୍ତି। ପ୍ରତିବର୍ଷ ଭଳି, ଏଥର ମଧ୍ୟ ସଲମାନ ଡିସେମ୍ବର ୨୭ରେ ବନ୍ଧୁ ଏବଂ ପରିବାର ଗହଣରେ ରହିବେ।
ସଲମାନ ଖାନ (Salman Khan) ହେଉଛନ୍ତି ଜଣେ ଏମିତି ଜଣେ ଅଭିନେତା ଯିଏ ନିଜକୁ ଇଣ୍ଡଷ୍ଟ୍ରିରେ ଏକ ବ୍ରାଣ୍ଡ ଭାବରେ ସଫଳତାର ସହ ପ୍ରତିଷ୍ଠିତ କରିଛନ୍ତି। ଗତ ତିନି ବର୍ଷରୁ ଅଧିକ ସମୟ ଧରି ତାଙ୍କ କ୍ୟାରିଅରରେ ପ୍ରେମ ରତନ ଧନ ପାୟୋ ପରି ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇନାହାଁନ୍ତି ବରଂ ପ୍ରଶଂସକଙ୍କୁ ମନରଞ୍ଜନର ଖୋରାକ ମଧ୍ୟ ଯୋଗାଇଛନ୍ତି। ସୋମବାର ସଲମାନ ତାଙ୍କର ୫୬ତମ ଜନ୍ମଦିନ ପାଳନ କରୁଥିବାବେଳେ ତାଙ୍କର ପ୍ରଶଂସକ ଏବଂ ବନ୍ଧୁମାନଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟିଛି। ସୁପରଷ୍ଟାର ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ଏକ ସରପ୍ରାଇଜ୍ ଦେଇଛନ୍ତି। ନିଜ ଜନ୍ମଦିନ ଅବସରରେ ସଲମାନ ନିଜର ଆଗାମୀ ଫିଲ୍ମ ବଜରଙ୍ଗୀ ଭାଇଜାନର ଟାଇଟଲ ରିଭିଲ କରିଛନ୍ତି।
ଗଣମାଧ୍ୟମ ସହ ଆଲୋଚନା ବେଳେ ସଲମାନ ଖାନ, ଏସ୍ ଏସ୍ ରାଜାମୌଲି (SS Rajamouli) ଙ୍କ ସହ ତାଙ୍କର ପ୍ରଜେକ୍ଟର କଳ୍ପନାଜଳ୍ପନାକୁ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମ ନିର୍ମାତାଙ୍କ ସହ କୌଣସି କଲାବରେସନ କରୁନାହାଁନ୍ତି। କିନ୍ତୁ ରାଜାମୌଲିଙ୍କ ପିତା କେ ଭି ବିଜୟେନ୍ଦ୍ର ପ୍ରସାଦଙ୍କ ସହ 'ବଜରଙ୍ଗୀ ଭାଇଜାନ ୨' (Bajrangi Bhaijaan) ପାଇଁ କାମ କରିବା ବିଷୟରେ କହିଛନ୍ତି। ସଲମାନ ଏହା ମଧ୍ୟ କହିଛନ୍ତି ଯେ 'ଟାଇଗର ୩'ର ସୁଟିଂ ଶେଷ କରିବା ପରେ ସେ 'ନୋ ଏଣ୍ଟ୍ରି' ସିକ୍ୱେଲ ଏବଂ 'କାଭି ଇଦ୍ କାଭି ଦିୱାଲୀରେ କାମ କରିବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ଶନିବାର ରାତିରେ ସଲମାନ ଖାନଙ୍କୁ ତାଙ୍କ ଫାର୍ମହାଉସରେ ଏକ ବିଷହୀନ ସାପ କାମୁଡିଥିଲା। ବିଳମ୍ବିତ ରାତିରେ ଘରେ ପଶିଥିବା ସାପକୁ ବାହାରେ କାଢୁଥିବା ସମୟରେ ହାତକୁ କାମୁଡିଥିଲା। ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା ବେଳେ ପ୍ରାୟ ୬ ଘଣ୍ଟା ପରେ ଡିସଚାର୍ଜ ହୋଇଥିଲେ। ବର୍ତ୍ତମାନ ସଲମାନ ସୁସ୍ଥ ଥିବା ସୂଚନା ମିଳିଛି। ତାଙ୍କର ଜନ୍ମଦିନ ପାର୍ଟିକୁ ବହୁ ମାନ୍ୟଗଣ୍ୟ ଓ ଭିଆଇପି ଗେଷ୍ଟଙ୍କୁ ନିମନ୍ତ୍ରଣ କରାଯାଇଛି।