Advertisement
Article Detail0/zeeodisha/odisha860394

ସୁଶାନ୍ତ ମୃତ୍ୟୁ ମାମଲା: NCB କହିଲା ମୁଖ୍ୟ ଅଭିଯୁକ୍ତ କିଏ ?

ପୂର୍ବରୁ ଅଭିଯୁକ୍ତ ଥିବା ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ନାମ ତ ରହିଛି ତାଛଡ଼ା ଏଥିରେ ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନଙ୍କ ଭଳି ଅନେକଙ୍କ ନାମ ଥାଇପାରେ ବୋଲି କୁହାଯାଉଛି।

ସୁଶାନ୍ତ ମୃତ୍ୟୁ ମାମଲା: NCB କହିଲା ମୁଖ୍ୟ ଅଭିଯୁକ୍ତ କିଏ ?

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆଉ କିଛିଟା ମାସଗଲେ ବର୍ଷେ ପୁରିଯିବ । ହେଲେ ଏହି ମାମଲା ଏବେ ଯାଏ ବି ଥଣ୍ଡା ପଡ଼ିନି। ଆଜି ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଏନସିବି ୧୨ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ଏକ ସେସନ କୋର୍ଟରେ ଦାଖଲ ହୋଇଥିବା ଏହି ଚାର୍ଜସିଟରେ, ପୂର୍ବରୁ ଅଭିଯୁକ୍ତ ଥିବା ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ନାମ ତ ରହିଛି ତାଛଡ଼ା ଏଥିରେ ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନଙ୍କ ଭଳି ଅନେକଙ୍କ ନାମ ଥାଇପାରେ ବୋଲି କୁହାଯାଉଛି। ଏନସିବି ଅନେକ ଡ୍ରଗ୍ସ ବେପାରୀଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରିଛି। ଚାର୍ଜସିଟରେ ଦର୍ଶାଯାଇଥିବା ତଥ୍ୟରେ କୁହାଯାଇଛି ଯେ, ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ ହିଁ ମୁଖ୍ୟ ଅଭିଯୁକ୍ତ।

ସୂତ୍ର ଅନୁସାରେ, NCB ଚାର୍ଜସିଟ ୧୨ ହଜାର ପୃଷ୍ଠାର ଦାଖଲ କରିଛି ଯାହା ଡିଜିଟାଲ ଫର୍ମାଟର ୫୦ ହଜାର ଫର୍ଦ୍ଧ ରହିଛି । ଏହି ଚାର୍ଜସିଟରେ ସର୍ବମୋଟ ୩୩ ଜଣଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି । NCB ଡ୍ରଗ୍ସ ମାମଲାରେ ଡିଜିଟାଲ ଆଧାରରେ ତିଆରି କରିଛି ଚାର୍ଜସିଟ୍ । କୋର୍ଟରେ ଏହି ଚାର୍ଜସିଟକୁ ନେଇ NCN ର ଜଣେ ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ ।

Also Read: ପଶ୍ଚିମବଙ୍ଗରେ ଖେଳ ବିଗାଡ଼ିବ 'ରସଗୋଲା' !

Add Zee News as a Preferred Source

ସୁଶାନ୍ତ ସିଂ (Sushant Singh Rajput) ମାମଲାରେ କୋର୍ଟରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିବା ପରେ NCB ତିନିମାସ ମଧ୍ୟରେ ଏକ ସପ୍ଲିମେଣ୍ଟ୍ରୀ ଚାର୍ଜସିଟ୍ ଦାଖଲ କରିପାରେ । ଏହି ସପ୍ଲିମେଣ୍ଟ୍ରୀ ଚାର୍ଜସିଟ୍ ବି ବଲିଉଡର ନାମୀଦାମୀ ଆକ୍ଟ୍ରେଷ ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କ ନାଁ ବି ସାମ୍ନାକୁ ଆସିପାରେ। ହେଲେ ସୂତ୍ର ଅନୁସାରେ, ଏହି ତାଲିକାରେ ଦୀପିକା ପାଦୁକୋଣଙ୍କ ନାଁ ନଥିବା କୁହାଯାଉଛି ।

Also Read: କଳାକୋଟର କଳାକାରନାମା; ଟ୍ରକ ଛଡ଼ାଇବାକୁ ଯାଇ ଓକିଲ ଗିରଫ

ଗତବର୍ଷ  ଅଗଷ୍ଟ ମାସରେ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏନସିବି ଦୁଇଟି Drugs ସମ୍ବନ୍ଧୀୟ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଗତ ବର୍ଷ ସେପ୍ଟେମ୍ବରରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ (Rhea Chakraborty) ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ (Showik Chakraborty) ଙ୍କୁ ଗିରଫ କରାଯିବା ପରେ ରିୟାଙ୍କୁ ପରେ ଜାମିନ ମିଳିଥିଲା ।

About the Author