T20 World Cup 2021: କିୱିକୁ ହରାଇ ଟି-୨୦ର ନୂଆ 'କିଙ୍ଗ୍' ବନିଲା କଙ୍ଗାରୁ
Advertisement

T20 World Cup 2021: କିୱିକୁ ହରାଇ ଟି-୨୦ର ନୂଆ 'କିଙ୍ଗ୍' ବନିଲା କଙ୍ଗାରୁ

T20 World Cupର ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୭୨ ରନ୍ ସଂଗ୍ରହ କରିଥିଲା। ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନମାନେ ମନ୍ଥର ଗତିରେ ମ୍ୟାଚକୁ ଆରମ୍ଭ କରିଥିଲେ। କିନ୍ତୁ ଅଧିନାୟକ କେନ୍ ୱିଲିୟମସନ ଏକ ଚମତ୍କାର ଇନିଂସ ଖେଳିବା ସହ ସ୍କୋରକୁ ଆଗକୁ ନେଇଥିଲେ।

ସୌ: ସୋସିଆଲ ମି଼ଡିଆ

ନୂଆଦିଲ୍ଲୀ: ICC T20 World Cupର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି। କଙ୍ଗାରୁ ଦଳ ପ୍ରଥମ ଥର ପାଇଁ T20 World Cup ଟାଇଟଲ ଜିତିଛି। ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୪ ୱିକେଟ୍ ହରାଇ ୧୭୨ ରନ୍ ସ୍କୋର କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ଏକପାଖିଆ ଜିତିଥିଲା। 
ନ୍ୟୁଜିଲ୍ୟାଣ୍ଡ 173 ରନ୍‌ର ଟାର୍ଗେଟ ଦେଇଥିଲା

T20 World Cupର ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୭୨ ରନ୍ ସଂଗ୍ରହ କରିଥିଲା। ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନମାନେ ମନ୍ଥର ଗତିରେ ମ୍ୟାଚକୁ ଆରମ୍ଭ କରିଥିଲେ। କିନ୍ତୁ ଅଧିନାୟକ କେନ୍ ୱିଲିୟମସନ ଏକ ଚମତ୍କାର ଇନିଂସ ଖେଳିବା ସହ ସ୍କୋରକୁ ଆଗକୁ ନେଇଥିଲେ। ମାର୍ଟିନ ଗୁପଟିଲ ଏକ ମନ୍ଥର ଇନିଂସ ଖେଳିଥିଲେ, ସେ ୩୫ ବଲରେ ମାତ୍ର ୨୮ ରନ୍ ସଂଗ୍ରହ କରିଥିଲେ। ତାଙ୍କ ହେତୁ କିୱି ଦଳ ପ୍ରଥମ ୧୦ ଓଭରରେ ଅଧିକ ରନ୍ ସ୍କୋର କରିପାରି ନଥିଲା, ଯାହା ତାଙ୍କୁ ୮ ୱିକେଟରେ ପରାସ୍ତ କରିଛି।

Also Read: T20 World Cup 2021 Final: AUS-NZ ମଧ୍ୟରେ କାହିଁକି ହୁଏ IND-PAK ଭଳି ଲଢେଇ?

କେନ୍ ୱିଲିୟମ୍ସନ୍ ଏକ ଜବରଦସ୍ତ ଇନିଂସ ଖେଳିଥିଲେ

ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମ୍ସନ୍ ଏକ ଜବରଦସ୍ତ ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ। କେନ୍ ଦଳ ପାଇଁ ୮୫ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ସେ ୧୦ଟି ଚୌକା ଓ ୩ଟି ଛକା ମାରିଥିଲେ। ତାଙ୍କ ଇନିଂସ ଯୋଗୁଁ ନ୍ୟୁଜିଲାଣ୍ଡ ଏକ ବଡ଼ ସ୍କୋର କରିଥିଲା। ତାଙ୍କ ବ୍ୟତୀତ ଓପନର୍ ମାର୍ଟିନ୍ ଗୁପ୍ତିଲ୍ ୩୫ ବଲରେ ୨୮ ରନ୍ ସଂଗ୍ରହ କରିଥିଲେ। ଚାରିଟି ୱିକେଟ୍ ହରାଇ ୨୦ ଓଭରରେ ନ୍ୟୁଜିଲାଣ୍ଡ ୧୭୨ ରନ୍ ସଂଗ୍ରହ କରିଥିଲା। ଅଧିନାୟକ ଭାବରେ T20 World Cupର ଫାଇନାଲରେ କେନ୍ ୱିଲିୟମସନ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି।

ୱାର୍ଣ୍ଣରଙ୍କ ଝଡ଼ରେ ଉଡିଲା ନ୍ୟୁଜିଲାଣ୍ଡ

ଅଷ୍ଟ୍ରେଲିଆର ଓପନିଂ ଭଲ ନଥିଲା। ଅଧିନାୟକ ଆରୋନ ଫିଞ୍ଚ ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ଡେଭିଡ ୱାର୍ନର କ୍ରିଜ ସମ୍ଭାଳିଥିଲେ। ଏହି ବିସ୍ଫୋରକ ଓପନର୍ ୩୮ ବଲରେ ୫୩ ରନ କରି ଝଡ଼ ସୃଷ୍ଟି କରିଥିଲେ। ସେ ଏହି ଇନିଂସରେ ୪ଟି ଚୌକା ଓ ୩ଟି ଛକା ମାରିଥିଲେ। ୱାର୍ଣ୍ଣରଙ୍କ ଇନିଂସ ଅଷ୍ଟ୍ରେଲିଆର ବିଜୟର ମୂଳଦୁଆ ପକାଇଥିଲା। ମିଚେଲ ମାର୍ଶଙ୍କ ଦମଦାର ଇନିଂସ ଯୋଗୁଁ ଅଷ୍ଟ୍ରେଲିଆ ଜିତିଥିଲା। ସେ ୫୦ ବଲରେ ୭୭ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୮ଟି ଚୌକା ଏବଂ ୪ଟି ଲମ୍ବା ଛକା ଥିଲା।

Also Read: କ'ଣ, ଏତେ ଖରାପ ବିରାଟଙ୍କ ବ୍ୟାଟିଂ? ଏହି ପରାମର୍ଶ ଦେଲେ ପାକିସ୍ତାନୀ ଖେଳାଳି

ହେଜଲଉଡଙ୍କ ବିପଜ୍ଜନକ ବୋଲିଂ

ଅଷ୍ଟ୍ରେଲୀୟ ବୋଲର ଜୋଶ ହେଜଲଉଡ୍ ସାଂଘାତିକ ବୋଲିଂ କରିଥିଲେ, ସେ ୪ ଓଭରରେ ୧୬ ରନ୍ ପାଇଁ ୩ ୱିକେଟ୍ ନେଇଥିଲେ। ମିଚେଲ ଷ୍ଟାର୍କ ସବୁଠାରୁ ମହଙ୍ଗା ବୋଲର ବୋଲି ପ୍ରମାଣିତ କରିଥିଲେ। ସେ ୪ ଓଭରରେ ୬୦ ରନ୍ ଦେଇଥିଲେ। ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନମାନେ ଅଷ୍ଟ୍ରେଲିଆ ବୋଲର୍ସଙ୍କ ଧୋଇ ଦେଇଥିଲେ। କିନ୍ତୁ ନିଜ ପାଳିରେ ନ୍ୟୁଜିଲ୍ୟାଣ୍ଡର ବୋଲର ମ୍ୟାଚକୁ ନିୟନ୍ତ୍ରଣରେ ରଖିପାରିନଥିଲେ, କେବଳ ଟ୍ରେଣ୍ଟ ବୋଲ୍ଟ ୪ ଓଭରରେ ୧୮ ରନ୍ ପାଇଁ ୨ଟି ୱିକେଟ୍ ନେଇଥିଲେ, ଅନ୍ୟ ସମସ୍ତ ବୋଲର ଲକ୍ଷ୍ୟରୁ ବିଚ୍ୟୁତ ହୋଇଥିଲେ।

T20  ନୂତନ ଚାମ୍ପିୟନ ପାଇଛି
 
ଆଇସିସି ଟି-୨୦ ବିଶ୍ୱକପ ୨୦୨୧ରେ ବିଶ୍ୱ ଏକ ନୂତନ ଟିମ ଚାମ୍ପିୟନ ହୋଇଛି। ଅଷ୍ଟ୍ରେଲିଆ, କିୱି ଦଳକୁ ୮ ୱିକେଟରେ ପରାସ୍ତ କରିଛି। ଏହାପୂର୍ବରୁ ଅଷ୍ଟ୍ରେଲିଆ ୨୧୧୮ ବିଶ୍ୱକପର ଫାଇନାଲରେ ପହଞ୍ଚିଥିଲା, ଯେଉଁଠାରେ ସେମାନଙ୍କୁ ଇଂଲଣ୍ଡ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ବର୍ତ୍ତମାନର ଟି-୨୦ ବିଶ୍ୱକପ୍‌ର ଫାଇନାଲରେ ଅଷ୍ଟ୍ରେଲିଆର ବୋଲର ଏବଂ ବ୍ୟାଟ୍ସମ୍ୟାନମାନେ ନିଜର ଦବଦବା ଦେଖାଇବା ସହ କ୍ରିକେଟ ଜଗତର କିଙ୍ଗ୍ ଭାବେ ପ୍ରମାଣିତ କରିଛନ୍ତି।।