• ଦଶମ ଓ ଦ୍ଵାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବା ପ୍ରସଙ୍ଗ
  • ଯେଉଁ ପିଲା ସ୍କୁଲ ଆସିବେନି, ସେମାନେ ଅନ୍‌ଲାଇନ କ୍ଲାସ୍‌ କରିବେ‘: ସମୀର ଦାଶ
  • ବାଲେଶ୍ୱରରେ ହେଲା ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଚ୍ଛେଦ
  • ଶବ ବ୍ୟବଚ୍ଛେଦ ପରେ ହାଇଦରର ମୃତଦେହକୁ ସ୍ଥାନାନ୍ତର
  • କେନ୍ଦ୍ରାପଡା ରଣପଡା ଗାଁକୁ ଗଲା ହାଇଦରର ମୃତଦେହ
  • ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କଲେ ଷ୍ଟାର ବକ୍ସର ମେରି କମ୍
  • ସେପଟେ ଟେବୁଲ ଟେନିସରେ ଦ୍ୱିତୀୟ ରାଉଣ୍ଡରେ ଜିତିଲେ ମନିକା ବାତ୍ରା
  • ଡୋମିନସ୍ ର ବଡ ଘୋଷଣା
  • ଟୋକିଓ ଅଲମ୍ପିକରେ ବିଜେତା ମୀରାବାଇ ଚାନୁଙ୍କୁ ଆଜୀବନ ମାଗଣାରେ ଯୋଗାଇବ ପିଜା
  • ଓଡିଆ ପୁଅ ଇସାକ୍ ମୁଣ୍ଡାଙ୍କୁ ‘ମନ୍ କି ବାତ୍’ରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ହାଇୱେରେ ତାପସୀଙ୍କ ହାଇବ୍ରିଡ୍ ଷ୍ଟାଇଲ୍! ଫ୍ୟାନ୍ସ ଦେଲେ ଏମିତି ରିଆକ୍ସନ୍

ସୋସିଆଲ ମିଡିଆରେ ସକ୍ରିୟ ଥିବା ତାପସୀ ଇନଷ୍ଟାଗ୍ରାମରେ ତାଙ୍କର ଏକ ନୂଆ ଫଟୋ ସେୟାର କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଚାଲିଛି। ଏହି ଫଟୋରେ, ତାପସୀ ପନ୍ନୁ ଶାଢୀ-ବ୍ଲାଉଜ ସହିତ ସ୍ପର୍ଟ୍ସ ସୁ ପିନ୍ଧିଥିବାର ନଜର ଆସିଛନ୍ତି।

ହାଇୱେରେ ତାପସୀଙ୍କ ହାଇବ୍ରିଡ୍ ଷ୍ଟାଇଲ୍! ଫ୍ୟାନ୍ସ ଦେଲେ ଏମିତି ରିଆକ୍ସନ୍
ଫାଇଲ ଫଟୋ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଷ୍ଟାଇଲ୍ ଟିକେ ନିଆରା। ସେ ପ୍ରତ୍ୟେକ କାର୍ଯ୍ୟକୁ ଏକ ଆଇକନିକ୍ ଏବଂ ଭିନ୍ନ ଶୈଳୀରେ ଉପସ୍ଥାପନ କରିବା ପାଇଁ ବେଶ ଜଣାଶୁଣା। ସୋସିଆଲ ମିଡିଆରେ ସକ୍ରିୟ ଥିବା ତାପସୀ ଇନଷ୍ଟାଗ୍ରାମରେ ତାଙ୍କର ଏକ ନୂଆ ଫଟୋ ସେୟାର କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଚାଲିଛି। ଏହି ଫଟୋରେ, ତାପସୀ ପନ୍ନୁ ଶାଢୀ-ବ୍ଲାଉଜ ସହିତ ସ୍ପର୍ଟ୍ସ ସୁ ପିନ୍ଧିଥିବାର ନଜର ଆସିଛନ୍ତି।

ଚର୍ଚ୍ଚିତ ଫଟୋରେ ତାପସୀ ପନ୍ନୁ (Taapsee Pannu) ଚଷମା ସହ ଏକ ରାଜକୀୟ ନୀଳ ରଙ୍ଗର ବ୍ଲାଉଜ୍ ଏବଂ ସୁବର୍ଣ୍ଣ-ଧଳା ରଙ୍ଗର ଶାଢୀ ପିନ୍ଧିଛନ୍ତି। ସେ ଭାରତୀୟ ପାରମ୍ପାରୀକ ପୋଷାକ ସହ ସ୍ପର୍ଟ୍ସ ସୁ ପିନ୍ଧି ଅନନ୍ୟ ଶୈଳୀ (Style) ରେ ସେ ଜେବ୍ରା କ୍ରସିଂରୁ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି। ତାପସୀ ପନ୍ନୁର ଏହି ଫଟୋ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି। କିଛି ଘଣ୍ଟା ମଧ୍ୟରେ, ଫଟୋକୁ ତିନି ଲକ୍ଷରୁ ଅଧିକ ଲାଇକ୍ ମିଳିଛି।

Also Read: Age କେବଳ ଏକ ନମ୍ବର: ନିଜର ହଟ୍ Look ରେ ଫ୍ୟାନ୍ସଙ୍କୁ ଘାଇଲା କଲେ ଏହି ଟେଲି ଅଭିନେତ୍ରୀ

ତାପସୀଙ୍କ ପ୍ରଶଂସକମାନେ ଫଟୋକୁ ଖୁବ୍ ପସନ୍ଦ କରିଛନ୍ତି। ଅନେକ ୟୁଜର୍ସ ହାର୍ଟ, ଫାୟାର ଏବଂ କିସ୍ ଭଳି ଇମୋଜି ମାଧ୍ୟମ ନିଜର ଭାବନାକୁ ପ୍ରକାଶ କରିଥିବାବେଳେ ସେମାନେ ତାପସୀ ପନ୍ନୁଙ୍କ ଏହି ଆଉଟ୍ ଲୁକ୍ ଷ୍ଟାଇଲକୁ ସମ୍ପୂର୍ଣ୍ଣ ଭିନ୍ନ କହିଛନ୍ତି। ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି - ଆରେ ବାଃ, ଭାରତୀୟ ନାରୀ ଆସିଗଲେ। ସେଠାରେ ଅନ୍ୟ ଜଣେ ଲେଖିଛନ୍ତି - ତାଙ୍କର କଥା ହିଁ କିଛି ନିଆରା। ତାପସୀଙ୍କ ଫଟୋ ଉପରେ କେହି କେହି କମେଣ୍ଟ ଦେଇଛନ୍ତି - କ’ଣ ଏଇଟା ହାଇବ୍ରିଡ୍? ଅନ୍ୟ କେହି ଜଣେ ଲେଖିଛନ୍ତି - ଆରେ ତୁମେ କ’ଣ କରିଛ?

 

 
 
 
 

 
 
 
 
 
 
 
 
 
 
 

A post shared by Taapsee Pannu (@taapsee)

ସୂଚନାଯୋଗ୍ୟ, ଖୁବ୍ କମ୍ ସମୟ ମଧ୍ୟରେ ଅଭିନେତ୍ରୀ ତାପସୀ ପନ୍ନୁ ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ହିନ୍ଦୀ ସିନେମା 'ଚଶମେ ବଦ୍ଦୁର'ରୁ ସେ ନିଜର କ୍ୟାରିୟର ଆରମ୍ଭ ହୋଇଥିଲେ। ଏହାପୂର୍ବରୁ ସେ ତାମିଲ, ତେଲୁଗୁ ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରେ କାମ କରିଥିଲେ। ଅନେକ ସମୟରେ ତାପସୀ ସାମାଜିକ ମୁଦ୍ଦାକୁ ନେଇ ନିଜ ସ୍ୱର ଉଠାନ୍ତି। ବେଳେ ବେଳେ ସେ ବିବାଦକୁ ମଧ୍ୟ ଟାଣି ହୋଇଆସନ୍ତି।