)
ନୂଆଦିଲ୍ଲୀ: ଯଦି ଆମ ଚାରିପାଖରେ ନକାରାତ୍ମକ ଶକ୍ତିର ମାତ୍ରା ବଢେ ତେବେ ଏହା ଜୀବନରେ ନିରାଶାଭାବ ମଧ୍ୟ ବୃଦ୍ଧି ପାଇଥାଏ | ଏଥିପାଇଁ ବାସ୍ତୁଦୋଷ ମଧ୍ୟ କାରଣ ହୋଇପାରେ | ଯଦି ମନରେ ନକରାତ୍ମକ ଚିନ୍ତାଧାରାର ବଢୁଛି, ତେବେ ଆପଣ ବାସ୍ତୁରେ ବର୍ଣ୍ଣିତ ସହଜ ପଦକ୍ଷେପମାନ ଗ୍ରହଣ କରିପାରିବେ | ଏହି ପଦକ୍ଷେପଗୁଡ଼ିକ ଆପଣଙ୍କୁ ଜୀବନରେ ଆନନ୍ଦ ଉଲ୍ଲାସ ତଥା ସକରାତ୍ମକ ପରିବେଶ ମଧ୍ୟ ସୃଷ୍ଟି କରିଥାଏ |
ଯଦି ଚତୁର୍ଦ୍ଦିଗ ନିରାଶାରେ ପରିଣତ ହୁଏ, ତେବେ ଶିବଙ୍କର ପ୍ରଶଂସା, ମହାମୃତ୍ୟୁଞ୍ଜୟ ମନ୍ତ୍ର, ଶିବ କବଚ, ଦେବୀ କବଚ ପାଠ କରନ୍ତୁ | ନିୟମିତ ଭାବରେ ଶିବଙ୍କୁ ଜଳାଭିଷେକ ମଧ୍ୟ କରନ୍ତୁ। ପଞ୍ଚଅନ୍ନ ଗହମ, ଜଓ୍ୱର, ଚାଉଳ, ମୁଗ ଓ ବାଜରାକୁ ମଧ୍ୟ ଦାନ କରିଥାନ୍ତି। ପକ୍ଷୀମାନଙ୍କୁ ଅନ୍ନ ଦାନ କରନ୍ତୁ। ଲୁଣ ମିଶା ପାଣିରେ ଦୈନିକ ସ୍ନାନ କରନ୍ତୁ।
ଘରର ଚତୁର୍ଦିଗ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। କବାଟ, ଝରକା ଆଦିକୁ ଦୈନିକ ପୋଛାପୋଛି କରନ୍ତୁ। ଏହା ସହିତ ଘରେ ଭଗବାନଙ୍କୁ ରଖି ପୂଜାର୍ଚ୍ଚନା କରନ୍ତୁ। ଧୂପ ଜଳାନ୍ତୁ। ଗାୟତ୍ରୀ ମନ୍ତ୍ର ବୋଲନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଚତୁପାର୍ଶ୍ୱରୁ ନକରାତ୍ମକ ଶକ୍ତି ଲୋପ ପାଇଭ। ଆପଣଙ୍କ ଜୀବନରେ ଖୁସିର ମାତ୍ରା ବୃଦ୍ଧି ପାଇବ।
ସେହିପରି ପର୍ବପର୍ବାଣୀରେ ଘରେ ହୋମ କରନ୍ତୁ। ଘରେ ଆସବାବପତ୍ରକୁ ବ୍ୟବସ୍ଥିତ ଉପାୟରେ ରଖନ୍ତୁ। ପୁରୁଣା ଜିନିଷକୁ ଘରେ ରଖନ୍ତୁ ନାହିଁ। ଘରର ଦୁଆର କିମ୍ୱା ଝରକାରେ ଲାଗିଥିବା ପରଦା ପୁରୁଣା ହୋଇ ଯାଇଥିଲେ ତାକୁ ବଦଳାନ୍ତୁ। ଘରର ଯେଉଁ ସ୍ଥାନରେ ନକରାତ୍ମକ ପରିବେଶ ସୃଷ୍ଟି ହେଉଛି ସେଠାରେ ତାଳି ବଜାନ୍ତୁ। ଘରେ ନିଶ୍ଚିତ ଭାବେ ତୁଳସୀ ଗଛ ଲଗାନ୍ତୁ। ଶନିବାର ଦିନ ବସ୍ତ୍ର ଏବଂ ଖାଦ୍ୟ ଦାନ କରନ୍ତୁ। ଘରେ ଶାନ୍ତି ବଜାୟ ରଖନ୍ତୁ। ଏଭଳି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ଲୋପ ପାଇବ। ଭାଗ୍ୟରେ ପରିବର୍ତ୍ତନ ହେବା ସହିତ ଦୁର୍ଭାଗ୍ୟରୁ ମୁକ୍ତି ମିଳିଥାଏ ।