Advertisement
Article Detail0/zeeodisha/odisha869466

ୱାଣ୍ଡର ଗାର୍ଲଙ୍କୁ ବି ପଛରେ ପକାଇଦେଇଥିଲେ ଆଶିକ୍ ଗାର୍ଲ ତନୁଶ୍ରୀ

 ନିଜ ନିଆରା ଅନ୍ଦାଜ ଓ ଠାଣିରେ ତନୁଶ୍ରୀ ସେତେବେଳେ  ଯୁବକଙ୍କ ମନରେ ରାଜ କରୁଥିଲେ । ଏହି ଫିଲ୍ମରେ ତନୁଶ୍ରୀ ଓ ଇମ୍ରାନ ହାସମୀଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା । 'ଆଶିକ୍ ବନାୟା ଆପନେ'  ପରେ ତନୁଶ୍ରୀଙ୍କୁ ଅନେକ ପ୍ରୋଜେକ୍ଟରେ କାମ କରିବାକୁ ପଡ଼ିଥିଲା।

ୱାଣ୍ଡର ଗାର୍ଲଙ୍କୁ ବି ପଛରେ ପକାଇଦେଇଥିଲେ ଆଶିକ୍ ଗାର୍ଲ ତନୁଶ୍ରୀ

ତପସ୍ୱିନୀ ମହାଳିକ, ନୂଆଦିଲ୍ଲୀ:  ତନୁଶ୍ରୀ ଦତ୍ତଙ୍କ ପ୍ରଥମ ଫିଲ୍ମ 'ଆଶିକ୍ ବନାୟା ଆପନେ' ବଲିଉଡରେ ଖଲବଲି ସୃଷ୍ଟି କରିଥିଲା । ନିଜ ନିଆରା ଅନ୍ଦାଜ ଓ ଠାଣିରେ ତନୁଶ୍ରୀ ସେତେବେଳେ  ଯୁବକଙ୍କ ମନରେ ରାଜ କରୁଥିଲେ । ଏହି ଫିଲ୍ମରେ ତନୁଶ୍ରୀ ଓ ଇମ୍ରାନ ହାସମୀଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା । 'ଆଶିକ୍ ବନାୟା ଆପନେ'  ପରେ ତନୁଶ୍ରୀଙ୍କୁ ଅନେକ ପ୍ରୋଜେକ୍ଟରେ କାମ କରିବାକୁ ପଡ଼ିଥିଲା,  କିନ୍ତୁ ତାଙ୍କ କ୍ୟାରିୟର ସେତେଟା ଆଗକୁ ବଢିଲା ନାହିଁ ,  କି ସେ ବେଶି ଦିନ ପାଇଁ ବଲିଉଡରେ ତିଷ୍ଠି ରହିପାରିଲେ ନାହିଁ । 

ତନୁଶ୍ରୀ ଦତ୍ତ ଝାଡ଼ଖଣ୍ଡ (Jharkhand) ର ଜାମସେଦପୁରରେ ଜନ୍ମଗ୍ରହଣ କରିଥିଲେ। ଆଜିକାଲି ତନୁଶ୍ରୀ ବହୁ ଚର୍ଚ୍ଚାରେ ଅଛନ୍ତି କାରଣ ସେ ପ୍ରାୟ ୧୫ କିଲୋ ଓଜନ ହ୍ରାସ କରିଛନ୍ତି  ଏବଂ ଦୀର୍ଘ ବର୍ଷ ପରେ ସେ ପୁଣି ଫିଲ୍ମରେ କାମ କରିବାକୁ ଯାଉଛନ୍ତି ।  ଏକ ସାକ୍ଷାତକାର (Interview) ରେ ଅଭିନେତ୍ରୀ ନିଜେ ଏହି ସୂଚନା ଦେଇଛନ୍ତି।

Also Read: କଟକବାସୀଙ୍କ ପାଇଁ ହୋଲି କଟକଣା ଜାରି

Add Zee News as a Preferred Source

୨୦୦୫ ରେ ଫେମିନା ମିସ୍ ଇଣ୍ଡିଆ (Femina Miss India) ଟାଇଟଲ୍ ଜିତିବା ପରେ ତନୁଶ୍ରୀ ହିନ୍ଦୀ ସିନେମାରେ "ଆଶିକ୍ ବନାୟା ଆପନେ (Aashiq Banaya Aapne) ''  ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ଫେମିନା ମିସ୍ ଇଣ୍ଡିଆ ଜିତିବା ପରେ ତନୁଶ୍ରୀ ମିସ୍ ୟୁନିଭର୍ସରେ ଭାଗ ନେବାକୁ ଭାରତ ଯାଇଥିଲେ। ଯଦିଓ ସେ ସେଠାରେ ଫାଇନାଲରେ ମଧ୍ୟ ପହଞ୍ଚିପାରି ନଥିଲେ, କିନ୍ତୁ ଏକ ମଜାଦାର କଥା ହେଲା ଯେ, ତନୁଶ୍ରୀ  (Tanushree Dutta)  ଏହି ପ୍ରତିଯୋଗିତାରେ ୱାଣ୍ଡର ୱମେନ ନାମରେ ପ୍ରସିଦ୍ଧ ଗାଲି ଗାଲୋଟଙ୍କୁ ପରାସ୍ତ କରିଥିଲେ। 

fallback

Also Read:  ପ୍ରିତୀ ଜିଣ୍ଟାଙ୍କୁ କିସ୍ କରି ଫସିଲେ ରିତେଶ, ଜେନିଲିଆ ନେଲେ ଏମିତି ପଦକ୍ଷେପ

କିନ୍ତୁ ତନୁଶ୍ରୀ ଦତ୍ତ ୨୦୧୦  ଠାରୁ ଚଳଚ୍ଚିତ୍ରଠାରୁ ଦୂରରେ ଅଛନ୍ତି, ଗାଲ୍ ଗାଡୋଟ୍ ଦୁନିଆର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଭାବରେ ଜଣାଶୁଣା ।  ଏବଂ ସେ ଯେଉଁଠାରେ ଅଛନ୍ତି ସେଠାରେ ପହଞ୍ଚିବା ପ୍ରତ୍ୟେକ ଅଭିନେତ୍ରୀଙ୍କ ସ୍ୱପ୍ନ  ପାଇଁ ସ୍ୱପ୍ନ। ତନୁଶ୍ରୀ ଦତ୍ତଙ୍କ ଭଉଣୀ ଇଶିତା ଦତ୍ତ ମଧ୍ୟ ଅଭିନୟ ଦୁନିଆରେ ସକ୍ରିୟ ଅଛନ୍ତି।

Also Read: ଧୂଆଁ କରୁଛନ୍ତି ସୁନ୍ଦରୀ ସୋନମ୍

୨୦୧୦ ପରେ, ତନୁଶ୍ରୀ ଚଳଚ୍ଚିତ୍ରରୁ ନିଜକୁ ଦୂରେଇ ରଖିଥିଲେ ଏବଂ ପରେ ଏକ ଭିନ୍ନ ଏକ ସଫଳତା ପାଇଲେ । ଗ୍ଲାମରସ୍ ଏବଂ ବୋଲ୍ଡ ଅଭିନେତ୍ରୀ ଭାବରେ ନିଜର ପରିଚୟ ସୃଷ୍ଟି କରିଥିବା ତନୁ କେବଳ ମୋଟା ହୋଇନଥିଲେ ବରଂ ଜଣେ ସାଧାରଣ ମହିଳାଙ୍କ ପରି ଜୀବନଯାପନ ମଧ୍ୟ କରିଥିଲେ। କିନ୍ତୁ ୨୦୧୮  ରେ ପୁଣି ଥରେ, ଅଭିନେତ୍ରୀ ଏକ ସାକ୍ଷାତକାରରେ ନାନା ପାଟେକର (Actor Nana Patekar) ଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ନେଇ ମୁହଁ ଖୋଲିଥିଲେ ଏବଂ ଏଠାରୁ ହିଁ Mee too ଆନ୍ଦୋଳନ ଆରମ୍ଭ ହୋଇଥିଲା 

Also Read: ମଶା କାମୁଡି଼ବା ଠାରୁ ଦୂରେଇ ରଖିବ ଏହି ୫ଟି ଗଛ

ତନୁଶ୍ରୀ ଦତ୍ତ, ବଲିଉଡ ଫିଲ୍ମ ଢୋଲ, ରିସ୍କ, ଗୁଡ୍ ବଏ-ବ୍ୟାଡ୍ ବଏ, ସ୍ପିଡ୍, ସାସ୍ ବାହୁ ଏବଂ ସେନ୍ସେକ୍ସ, ରକ୍ ଏବଂ ଆପାର୍ଟମେଣ୍ଟ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତେବେ ସେ ପ୍ରଥମ ଚଳଚ୍ଚିତ୍ରରୁ ପାଇଥିବା ସଫଳତା ଆଉ ପୂରଣ ହୋଇପାରିଲା ନାହିଁ । ହେଲେ ଏବେ ସମୟ କହିବ ତନୁଶ୍ରୀ (Tanushree Dutta) ଙ୍କ ଦ୍ୱିତୀୟ ଇନିଂସ କେତେ ସଫଳ ହେବ ।

Edited: Zee Odisha Desk 

About the Author