ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଗେମ୍ ଚେଞ୍ଜର ଋଷଭ ପନ୍ତ। ୱିକେଟ କିପର ତଥା ବିସ୍ଫୋରକ ବ୍ୟାଟସମ୍ୟାନ ପନ୍ତଙ୍କ ବ୍ୟାଟିଂକୁ ଅଧିନାୟକ ରୋହିତ ଶର୍ମା ପ୍ରଶଂସା କରିଛନ୍ତି। 'ପନ୍ତ, ଯେକୌଣସି ମୁହୂର୍ତ୍ତରେ ଖେଳର ମୋଡ଼ ବଦଳାଇ ପାରିବେ' ବୋଲି ହିଟ୍ ମ୍ୟାନ୍ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ନିକଟରେ ଶେଷ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆର ୱିକେଟ କିପର ଋଷଭ୍ ପନ୍ତ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ମୋହାଲି ଟେଷ୍ଟରେ ପନ୍ତ ୯୭ ବଲରୁ ୯୬ ରନ୍ କରିଥିଲେ। ଏଥିରେ ୯ଟି ଚୌକା ଓ ୪ଟି ବିଶାଳ ଛକା ସାମିଲ ଥିଲା। ଭାରତ ଏହି ମ୍ୟାଚରେ ଗୋଟିଏ ଇନିଂସ ଏବଂ ୨୨୨ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ସେହିଭଳି ଅନ୍ତିମ ଟେଷ୍ଟରେ ମଧ୍ୟ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। 


Also Read: India vs Sri Lanka 2nd Test: ଭାଗ୍ୟ ଭରସାରେ ଭ୍ରମଣକାରୀ, ପିଙ୍କ୍ ବଲରେ ମ୍ୟାଜିକ୍ କରିବେ ଏହି ଖେଳାଳି


 


ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଇନିଂସରେ ଋଷଭ୍ ପନ୍ତ ୨୬ ବଲରୁ ୩୯ ରନ୍ କରିଥିଲେ। ହେଲେ ଦ୍ୱିତୀୟ ଇନିଂସରେ ସେ ଆହୁରି ଆଟାକିଂ ଖେଳିଥିଲେ। ୭ଟି ଚୌକା ଏବଂ ୨ଟି ଚମତ୍କାରୀ ଛକା ସହ ପନ୍ତ ଅର୍ଦ୍ଧଶତକ ପୂରଣ କରିଥିଲେ। ଏପରି କି ୨୮ ବଲରୁ ୫୦ ରନ୍ କରି ପୂର୍ବତନ ଅଧିନାୟକ ତଥା ବିଶ୍ୱକପ୍ ବିଜେତା କପିଲ ଦେବଙ୍କ ରେକର୍ଡ ବ୍ରେକ୍ କରିଥିଲେ। ପୂର୍ବରୁ ୧୯୮୨ ମସିହାରେ ପାକିସ୍ତାନ ବିପକ୍ଷ କରାଚି ଟେଷ୍ଟରେ କପିଲ ଦେବ ୩୦ ବଲରୁ ଅର୍ଦ୍ଧଶତକ କରିଥିବା ବେଳେ ଏବେ ପନ୍ତ ଏହି ରେକର୍ଡକୁ ଭାଙ୍ଗିଛନ୍ତି।


ଋଷଭ ପନ୍ତ ଏଯାଏ ୩୦ଟି ଟେଷ୍ଟରୁ ୧୯୨୦ ରନ୍ କରିଥିବା ବେଳେ ଏଥିରେ ୪ଟି ଶତକ ଓ ୯ଟି ଅର୍ଦ୍ଧଶତକ ରହିଛି। ସେହିପରି ୨୪ଟି ଦିନିକିଆରେ ୫ଟି ଅର୍ଦ୍ଧଶତକ ସହ ବିସ୍ଫୋରକ ବ୍ୟାଟର ପନ୍ତ ୭୧୫ ରନ୍ କରିଛନ୍ତି। ୪୩ଟି ଟି-ଟ୍ୱେଣ୍ଟିରେ ତାଙ୍କ ନାଁରେ ୩ଟି ଅର୍ଦ୍ଧଶତକ ସହ ୬୮୩ ରନ୍ ରହିଛି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜକୁ ଭାରତ ୨-୦ରେ କ୍ଲିନ୍ ସୁଇପ୍ କରିଛି। ଏଥିରେ ପନ୍ତ ଦମଦାର ପ୍ରଦର୍ଶନ କରି ମ୍ୟାନ୍ ଅଫ୍ ଦି ସିରିଜ ବିବେଚିତ ହୋଇଛନ୍ତି। ଯାହାକୁ କ୍ୟାପେଟନ୍ ରୋହିତ ବେଶ୍ ପ୍ରଶଂସା କରିଛନ୍ତି। 


Also Read: Women's World Cup 2022: ତିନି ଦିନରେ ଦ୍ୱିତୀୟ ଇତିହାସ ରଚିଲେ ମିତାଲି ରାଜ


ଭାରତର ୱିକେଟ କିପର ସବୁ ପ୍ରକାର ସିଚୁଏସନକୁ ଫେସ୍ କରିଥାନ୍ତି। ନିଜ ଇଚ୍ଛା ଅନୁସାରେ ସେ ସଟ୍ ଖେଳିଥାନ୍ତି ଏବଂ ଅଧିକାଂଶ ସମୟରେ ସଫଳ ମଧ୍ୟ ହୁଅନ୍ତି। ବିଶେଷକରି ଆଟାକିଂ ଖେଳିବାରେ ସେ ମାହିର। ଏପରିକି ଅସମ୍ଭବକୁ ଋଷଭ ସମ୍ଭବ କରିପାରନ୍ତି। ଋଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ ଦ୍ୱାରା ଯେ କୌଣସି ମୁହୂର୍ତ୍ତରେ ଦଳକୁ ବିଜୟୀ କରାଇପାରିବେ ବୋଲି ଅଧିନାୟକ ରୋହିତ ଶର୍ମା ବେଶ୍ ପ୍ରଶଂସା କରିଛନ୍ତି।