ମହାମାରୀ ପାଇଁ ବିବାହ ଅଟକାଇଥିଲେ ଅଭିନେତ୍ରୀ, ଏବେ ପୁଅ ହେବେ ବାପାର ବାରାତି
Advertisement

ମହାମାରୀ ପାଇଁ ବିବାହ ଅଟକାଇଥିଲେ ଅଭିନେତ୍ରୀ, ଏବେ ପୁଅ ହେବେ ବାପାର ବାରାତି

ଅଭିନେତ୍ରୀ ପୂଜା ବାନାର୍ଜୀ (Puja Banerjee) ଏବଂ କୁନାଲ ବର୍ମା (Kunal Verma) ଶୀଘ୍ର ବିବାହ କରିବେ। ବାସ୍ତବରେ ସେ କୋରୋନା ଲକଡାଉନ ପାଇଁ ବିବାହ କରିପାରିନଥିଲେ। ସେମାନଙ୍କ ବିବାହ ସ୍ଥଗିତ ରଖାଯାଇଥିଲା।

ଡିଜାଇନ୍ ଫଟୋ

 

ନୂଆଦିଲ୍ଲୀ: ଅବିବାହିତା ମା ହେବାପରେ ଟିଭି ଅଭିନେତ୍ରୀ ପୂଜା ବାନାର୍ଜୀ ଚର୍ଚ୍ଚାରେ ଅଛନ୍ତି। ଏବେ ସେ ପୁଣି ଥରେ ଗଣମାଧ୍ୟମର ହେଡଲାଇନ୍ ପାଲଟିଛନ୍ତି। କାରଣ ବର୍ତ୍ତମାନ ତାଙ୍କ ପୁଅର ଏକ ବର୍ଷ ବୟସ ହେବା ପରେ ସେ ବିବାହ କରିବାକୁ ଯାଉଛନ୍ତି। ଏହା ତାଙ୍କ ସ୍ୱାମୀ କୁନାଲ ବର୍ମା ନିଜେ ପ୍ରକାଶ କରିଛନ୍ତି।

ଅଭିନେତ୍ରୀ ପୂଜା ବାନାର୍ଜୀ (Puja Banerjee) ଏବଂ କୁନାଲ ବର୍ମା (Kunal Verma) ଶୀଘ୍ର ବିବାହ କରିବେ। ବାସ୍ତବରେ ସେ କୋରୋନା ଲକଡାଉନ ପାଇଁ ବିବାହ କରିପାରିନଥିଲେ। ସେମାନଙ୍କ ବିବାହ ସ୍ଥଗିତ ରଖାଯାଇଥିଲା। ଏବେ ନଭେମ୍ବର ୧୫ରେ ଉଭୟ ଗୋଆରେ ବିବାହ କରିବାକୁ ଯାଉଛନ୍ତି। ବିଶେଷ କଥା ହେଉଛି ଏହି ବିବାହରେ ଉଭୟଙ୍କ ପୁଅ କୃଷିବ ମଧ୍ୟ ଏଥିରେ ସାମିଲ ହେବେ। ଟିଭି କପଲ ପୂଜା ବାନାର୍ଜୀ ଏବଂ କୁନାଲ ଭର୍ମା ଦୀର୍ଘ ଦିନ ଧରି ବିବାହ କରିବାକୁ ଚାହୁଁଥିଲେ। ମହାମାରୀ ପାଇଁ ବିବାହ ତ ହେଲା ନାହିଁ, କିନ୍ତୁ ଏବେ ତାଙ୍କର ବର୍ଷକର ସନ୍ତାନ ଅଛି।

କୁନାଲ ବର୍ମା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଆମେ ଏପ୍ରିଲ ୨୦ରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲୁ କିନ୍ତୁ କୋରୋନା ହେତୁ ଆମକୁ ବିବାହ ବାତିଲ କରିବାକୁ ପଡିଥିଲା। ସେହି ସମୟରେ ଯଦିଓ ଆମର କୋର୍ଟ ବିବାହ ହୋଇଥିଲା ଏବଂ ତା’ପରେ ପୂଜା ଗର୍ଭବତୀ ହୋଇଥିଲେ ଏବଂ ପାରମ୍ପାରିକ ଶୈଳୀରେ ବିବାହ କରିବାର ଯୋଜନା ବାକି ରହିଲା। କୁନାଲ ବର୍ମା ଏହା ମଧ୍ୟ କହିଛନ୍ତି ଯେ, ପୁଅ ଜନ୍ମ ପରେ ଧ୍ୟାନ ବିବାହରୁ ଦୂରେଇ ଯାଇଥିଲା ଏବଂ ସେ ପୁଅର ଯତ୍ନ ଉପରେ ଧ୍ୟାନ ଦେଉଥିଲେ।

କୁନାଲ ଆହୁରି କହିଛନ୍ତି, 'ପୂଜା ଚାହୁଁଛନ୍ତି ଯେ ଆମେ ବୈଦିକ ରିତି ନୀତିରେ ବିବାହ କରିବା। ସେଥିପାଇଁ ମୁଁ ପୂଜାଙ୍କ ଖୁସି ପାଇଁ ବିବାହ ଯୋଜନା କରିଛି।' ପୂଜା ବାନାର୍ଜୀ ଏବଂ କୁନାଲ ବର୍ମା ବର୍ତ୍ତମାନ ୧୫ ନଭେମ୍ବରରେ ଗୋଆରେ ବିବାହ କରୁଛନ୍ତି। କୌତୁହଳର ବିଷୟ ହେଉଛି ୨୦୨୦ରେ ମଧ୍ୟ ସେମାନେ ଏକ ଡେଷ୍ଟିଂନେସନ୍ ବିବାହ କରିବାକୁ ଚାହୁଁଥିଲେ। ବର୍ତ୍ତମାନ ନଭେମ୍ବର ୧୫ରେ ସେ ଏହା ସଫଳ ହେଉଛି।

ଟେଲି କପଲଙ୍କ ତିନି ଦିନିଆ ବିବାହ ଉତ୍ସବରେ କକଟେଲ ପାର୍ଟି, କନ୍ସର୍ଟ ଏବଂ ବିବାହ ହେବ। ପାର୍ଟିର ଥିମ୍ ସବୁଜ ଏବଂ ଗୋଲାପି ରଙ୍ଗର ରଖାଯାଇଛି। କୁନାଲ ଏବଂ ତାଙ୍କ ପୁଅ ଶେରୱାନି ପିନ୍ଧିବେ ଓ ପୂଜାଙ୍କୁ ସବୁଜ ପୋଷାକରେ ଦେଖିବାକୁ ମିଳିବ। ବିଶେଷ କଥା ହେଉଛି ପୁଅ ମଧ୍ୟ କୁନାଲଙ୍କ ସହିତ ଘୋଡ଼ିରେ ବସିବାକୁ ଯାଉଛି, ଯିଏ ପରେ ତାଙ୍କ ସାଙ୍ଗଙ୍କୁ କହିବ ଯେ, ମୁଁ ମୋ ବାପାଙ୍କ ବିବାହରେ ଯୋଗ ଦେଇଛି। ଏହା ଅତ୍ୟନ୍ତ ଅଦ୍ଭୁତ କିନ୍ତୁ କୋରୋନା ମହାମାରୀ ସବୁକିଛି ବଦଳାଇ ଦେଇଛି।