• କାଲିଠୁ ରାଜ୍ୟରେ ଟିକାକରଣର ବଡ଼ ଅଭିଯାନ
  • ୨ ହଜାର ଟିକା କେନ୍ଦ୍ରରେ ଦିନକୁ ୩ ଲକ୍ଷ ଟିକା ଦେବା ଲକ୍ଷ୍ୟ
  • ବିନା ପୂର୍ବ ପଞ୍ଜୀକରଣରେ ସିଧାସଳଖ ନେଇପାରିବେ ଟିକା
  • ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ
  • ପ୍ରଥମ ଇଂନିସରେ ୨୧୭ ରନରେ ଭାରତ ଅଲଆଉଟ
  • ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ
  • ସକାଳ ୮ଟା ୩୦ରେ ଆରମ୍ଭ ହେବ ପହଣ୍ଡି
  • ଅପରାହ୍ନ ୨ଟାରେ ଛେରା ପହଁରା, ୩ଟାରେ ରଥଟଣା
  • ସୁନାବେଶ ଓ ନିଳାଦ୍ରୀ ବିଜେ ପାଇଁ ନୀତିନିର୍ଘଣ୍ଟ
  • ବାହୁଡା ଯାତ୍ରା ପାଇଁ ନୀତିନିର୍ଘଣ୍ଟ,ଜୁଲାଇ ୨୦ରେ ହେବ ବାହୁଡା ଯାତ୍ରା

ପୁଣି ଏକାସାଥୀରେ ହସାଇ ହସାଇ ବେଦମ କରିବେ କପିଲ-ସୁନିଲ୍

ଆଗାମୀ ଦିନରେ ଫୁଲ୍ ଏନର୍ଜି ସହ ଓ ଫୁଲ ପ୍ୟାକ୍ଡ ଏଣ୍ଟରଟେନମେଣ୍ଟ ଧରି ଫେରୁଛନ୍ତି ଦ କପିଲ ଶର୍ମା ସୋ ମେକର । 

ପୁଣି ଏକାସାଥୀରେ ହସାଇ ହସାଇ ବେଦମ କରିବେ କପିଲ-ସୁନିଲ୍

ନୂଆଦିଲ୍ଲୀ: ଟିଭି ପରଦାର ମୋଷ୍ଟ ପପୁଲାର ସୋ ଦ କପିଲ ଶର୍ମା କୁ ଝୁରୁଛନ୍ତି ଫ୍ୟାନ୍ସ । କାରଣ କପିଲ ଏବେ ଦ୍ୱିତୀୟ ସନ୍ତାନର ବାପା ହୋଇଥିବା ବେଳେ ସେ କିଛିଦିନ ପାଇଁ  ପରଦାରୁ ଗାଏବ ଅଛନ୍ତି । ତେବେ ଏହାରି ମଧ୍ୟରେ ଏକ ଖୁସିର ଖବର ଯାହା ତାଙ୍କ ଫ୍ୟାନ୍ସଙ୍କ ମୁହଁରେ ପୁଣିଥରେ ସେହି ପୁରୁଣା ହସଖୁସି ଭରିଦେଇଛି । ଆଗାମୀ ଦିନରେ ଫୁଲ୍ ଏନର୍ଜି ସହ ଓ ଫୁଲ ପ୍ୟାକ୍ଡ ଏଣ୍ଟରଟେନମେଣ୍ଟ ଧରି ଫେରୁଛନ୍ତି ଦ କପିଲ ଶର୍ମା ସୋ ମେକର । ସୂତ୍ର ଅନୁସାରେ, ଏଥିରେ ସୁନିଲ ଗ୍ରୋଭର ଅର୍ଥାତ୍ ଗୁଥୀ ବା ଆପଣଙ୍କ ପ୍ରିୟ ଡ଼. ମସୁର ଗୁଲାଟି ନଜର ଆସିବେ । 

ଏକ ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁସାରେ, ବି-ଟାଉନର ଦବଙ୍ଗ ଷ୍ଟାର ସଲମାନ ଖାନ (Salman Khan) କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଚାଲିଥିବା ଝଗଡ଼ାର ଅନ୍ତ ଘଟାଇଛନ୍ତି । ସୁନୀଲ ଗ୍ରୋଭର (Sunil Grover) ସଲମାନ ଖାନଙ୍କ ବହୁତ ନିକଟତର ବୋଲି ସମସ୍ତେ ଜାଣିଛନ୍ତି । ଆଉ ସଲମାନ ଖାନ ଚାହୁଁଛନ୍ତି ଯେ, ଦ କପିଲ ଶର୍ମା ସୋରେ ପୁଣି ସୁନିଲ ଗ୍ରୋଭର ନଜର ଆସନ୍ତୁ । ତେବେ ଆପଣ ମାନେ ଭାବୁଥିବେ ଯେ, ଏଥିରେ ଭାଇଜାନଙ୍କ ଫାଇଦା କଣ । ତେବେ ଏଠାରେ କହିରଖୁଛୁ ଯେ, ସଲମାନ ଏହି ସୋର ନିର୍ମାତା । ସେଥିପାଇଁ ସେ ସୁନିଲ ଗ୍ରୋଭରଙ୍କୁ ସୋରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି ।

Also Read: ସାରଥୀ ରିଟର୍ଣ୍ଣସ: ପୁଣି ଶୁଣିବାକୁ ମିଳିବ ମାନ୍ୟବର...

ଏହାବାଦ୍ ଗତ ଦିନମାନଙ୍କରେ କପିଲ ଶର୍ମାଙ୍କ ମେକଅପ ଆର୍ଟିଷ୍ଟ ସୁନିଲ ଗ୍ରୋଭରଙ୍କ ସାଥୀରେ ଫେସବୁକରେ ନିଜର ଫଟୋ ସେୟାର କରିଥିଲେ । ଏହି ଫଟୋ ଆସିବା ପରେ ସେବେଠାରୁ ଧିରେ ଧିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ, ସୁନୀଲ ଗ୍ରୋଭର ପୁଣି ଥରେ ହସାଇ ହସାଇ ବେଦମ କରିବେ। ସୋର ମେକର୍ସ ବି ଏହିଦିନ ମାନଙ୍କରେ  (Sunil Grover) ଙ୍କ ସହ କଥାବାର୍ତ୍ତା ଜାରି ରଖିଥିବା ଚର୍ଚ୍ଚା ହୋଇଛି । ଯାହାକୁ ନେଇ ସୋରେ ତାଙ୍କ ଫେରିବା ଚର୍ଚ୍ଚା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ମାତ୍ର ଏହାକୁ ନେଇ କୌଣସି ଔପଚାରିକ ଭାବେ ଘୋଷଣା ହୋଇନାହିଁ ।