• ବଙ୍ଗୋପସାଗରରେ ସକ୍ରୀୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି
  • ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା
  • ୩୦ ତାରିଖ ଯାଏ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣା
  • ଅତିରିକ୍ତ SP ତଦନ୍ତ କରୁଛନ୍ତି, ସନ୍ଧ୍ୟା ସୁଦ୍ଧା ରିପୋର୍ଟ
  • କଳାହାଣ୍ଡି ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ଓଭରସିଅର ନିଖୋଜ
  • ଗତ ୨୨ ତାରିଖ ଦିନଠାରୁ ଧନୁର୍ଜ୍ୟ ଧୋବାଙ୍କ ପତ୍ତା ମିଳୁନଥିବା ଅଭିଯୋଗ
  • ରାଜ୍ୟରେ ଦିନକରେ ଆଉ ୫୪୫ କୋରୋନା ଆକ୍ରାନ୍ତ ଚିହ୍ନଟ
  • ନୂଆପଡ଼ା ଗୋଧଁସ ଜଳପ୍ରପାତରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର
  • ଉଭୟ ଛତିଶଗଡ଼ ଠୁଆପାଣି ଅଞ୍ଚଳର ହୋଇଥିବା ଜଣାପଡିଛି

Tokyo Olympics 2020: ଭାରତୀୟ ପୁରୁଷ ହକି ଦଳର ସ୍ୱପ୍ନ ଚୁରମାର୍, ଏବେ ବି ମିଳିପାରେ କାଂସ୍ୟ ପଦକ

୪୧ ବର୍ଷ ପରେ ଅଲିମ୍ପିକ୍ସ ହକିର ଅନ୍ତିମ ମ୍ୟାଚ୍ ଖେଳିବାକୁ ଭାରତୀୟ ଦଳ ନିକଟରେ ସୁଯୋଗ ଥିଲା। କିନ୍ତୁ ବେଲଜିୟମ, ଟିମ୍ ଇଣ୍ଡିଆର ଏହି ସ୍ୱପ୍ନକୁ ଭାଙ୍ଗି ଦେଇଛି।

Tokyo Olympics 2020: ଭାରତୀୟ ପୁରୁଷ ହକି ଦଳର ସ୍ୱପ୍ନ ଚୁରମାର୍, ଏବେ ବି ମିଳିପାରେ କାଂସ୍ୟ ପଦକ
ଫାଇଲ ଫଟୋ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ହକିରେ ଭାରତୀୟ ପୁରୁଷ ହକି ଦଳର ଫାଇନାଲ୍ ଖେଳିବାର ସ୍ୱପ୍ନ ଚୁରମାର ହୋଇଯାଇଛି। ସେମିଫାଇନାଲ ମ୍ୟାଚରେ ବେଲଜିୟମ ଭାରତକୁ ୫-୨ ଗୋଲରେ ପରାସ୍ତ କରିଛି। ୪୧ ବର୍ଷ ପରେ ଅଲିମ୍ପିକ୍ସ ହକିର ଅନ୍ତିମ ମ୍ୟାଚ୍ ଖେଳିବାକୁ ଭାରତୀୟ ଦଳ ନିକଟରେ ସୁଯୋଗ ଥିଲା। କିନ୍ତୁ ବେଲଜିୟମ, ଟିମ୍ ଇଣ୍ଡିଆର ଏହି ସ୍ୱପ୍ନକୁ ଭାଙ୍ଗି ଦେଇଛି।

ଭାରତୀୟ ପୁରୁଷ ହକି ଦଳ Tokyo Olympics 2020 ଫାଇନାଲ ପାଇଁ ଦୌଡ଼ରୁ ବାହାରିଯାଇଛି। ସେମିଫାଇନାଲରେ ବିଶ୍ୱ ଚାମ୍ପିୟନ ବେଲଜିୟମ ଦ୍ୱାରା ସେ ୫-୨ ଗୋଲରେ ପରାସ୍ତ ହୋଇଛି। ତଥାପି ଟିମ୍ ଇଣ୍ଡିଆକୁ ପଦକ ଜିତିବାର ସୁଯୋଗ ରହିଛି। ଭାରତୀୟ ପୁରୁଷ ହକି ଦଳ (Team India) ବର୍ତ୍ତମାନ ବ୍ରୋଞ୍ଜ ପଦକ ପାଇଁ ଖେଳିବ। ଯଦି ଭାରତୀୟ ହକି ଦଳ ବେଲଜିୟମ ବିପକ୍ଷ ମ୍ୟାଚ୍ ଜିତିଥାନ୍ତା ତେବେ ରୌପ୍ୟ ପଦକ ନିଶ୍ଚିତ କରିଥାନ୍ତା। ଶେଷ ଥର ପାଇଁ ୧୯୮୦ ମସିହାରେ ଅଲିମ୍ପିକ୍ସରେ ଟିମ୍ ଇଣ୍ଡିଆ ସ୍ୱର୍ଣ୍ଣ ପଦକ ଜିତିଥିଲା।

Also Read: Tokyo Olympics 2020: ଦେଶବାସୀଙ୍କୁ ନିରାଶ କଲେ ଦୂତୀ, ଭଉଣୀ ଉପରେ ବର୍ଷିଲେ ସରସ୍ୱତୀ

ବର୍ତ୍ତମାନ ଭାରତକୁ ବ୍ରୋଞ୍ଜ ପାଇଁ ଚେଷ୍ଟା କରିବାକୁ ପଡିବ। ଭାରତ ସହ ଏହି ମ୍ୟାଚ୍ କିଏ ଖେଳିବ ତାହା ଜର୍ମାନୀ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ପରେ ନିଷ୍ପତ୍ତି ନିଆଯିବ। ଭାରତ ଓ ବେଲଜିୟମ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚକୁ ପ୍ରଧାନମନ୍ତ୍ରୀ ମୋଦି (PM Modi) ଦେଖୁଥିଲେ। ସେ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି। ଏହା ସହ ଟିମ୍ ଇଣ୍ଡିଆର ସ୍କିଲକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।