Tokyo Olympics: ନିରାଶ କଲେ ସାନିଆ-ଅଙ୍କିତା, ପ୍ରଥମ ରାଉଣ୍ଡରୁ ହିଁ ଭାରତୀୟ ଯୋଡି ବିଦା
Advertisement

Tokyo Olympics: ନିରାଶ କଲେ ସାନିଆ-ଅଙ୍କିତା, ପ୍ରଥମ ରାଉଣ୍ଡରୁ ହିଁ ଭାରତୀୟ ଯୋଡି ବିଦା

 

ସାନିଆ ମିର୍ଜା (Sania Mirza) ଏବଂ ଅଙ୍କିତା ରାଇନା  (Sania Mirza) ୟୁକ୍ରେନର ଲିଉଡମାଇଲା କିଚେନକୋକ ଏବଂ ନାଦିଆ କିଚେନୋକଙ୍କ ଠାରୁ ୬-୦, ୬-୭ ଓ ୮-୧୦ ସେଟରେ ପରାସ୍ତ ହୋଇଛନ୍ତି। 

Tokyo Olympics: ନିରାଶ କଲେ ସାନିଆ-ଅଙ୍କିତା, ପ୍ରଥମ ରାଉଣ୍ଡରୁ ହିଁ ଭାରତୀୟ ଯୋଡି ବିଦା

 

ନୂଆଦିଲ୍ଲୀ: ରବିବାର ଟୋକିଓ ଅଲିମ୍ପିକ୍ସ (Tokyo Olympics) ରୁ ଭାରତ ପାଇଁ ଏକ ନୈରାଶ୍ୟଜନକ ଖବର ଆସିଛି। ମହିଳା ଡବଲ୍ସ ଟେନିସ୍ ମ୍ୟାଚରେ ସାନିଆ ମିର୍ଜା ଏବଂ ଅଙ୍କିତା ରାଇନାଙ୍କ ଯୋଡି ପରାସ୍ତ ହୋଇଛି। ପ୍ରଥମ ମ୍ୟାଚରୁ ହିଁ ଏହି ଯୋଡିଙ୍କ ଅସମ୍ପିକ ଯାତ୍ରା ଶେଷ ହୋଇଯାଇଛି।

ସାନିଆ ମିର୍ଜା (Sania Mirza) ଏବଂ ଅଙ୍କିତା ରାଇନା  (Sania Mirza) ୟୁକ୍ରେନର ଲିଉଡମାଇଲା କିଚେନକୋକ ଏବଂ ନାଦିଆ କିଚେନୋକଙ୍କ ଠାରୁ ୬-୦, ୬-୭ ଓ ୮-୧୦ ସେଟରେ ପରାସ୍ତ ହୋଇଛନ୍ତି। ସାନିଆ ମିର୍ଜାଙ୍କ ଏହା ହେଉଛି ଚତୁର୍ଥ ଅଲମ୍ପିକ ପରାଜୟ। ବେଜିଂ ଅଲିମ୍ପିକ୍ସରେ ସୁନୀତା ରାଓ, ଲଣ୍ଡନ ଅଲିମ୍ପିକ୍ସରେ ରଶ୍ମି ଚକ୍ରବର୍ତ୍ତୀ ଏବଂ ମହିଳା ଡବଲ୍ସ ଟେନିସରେ ରିଓ ଅଲିମ୍ପିକରେ ପ୍ରାର୍ଥନ ଥୋମବାରେଙ୍କ ସହ ଯୋଡି କରିଥିଲେ, କିନ୍ତୁ ପ୍ରତ୍ୟେକ ଥର ସେ ବିଫଳ ହୋଇଛନ୍ତି। ଏହା ସହ ସାନିଆଙ୍କ ଟେନିସ ଡବଲ୍ସର ଅଲିମ୍ପିକ୍ ପଦକ ଆଶା ମଉଳି ଯାଇଛି।