• କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରର ଚାରିପାଖରେ ଓ ରଥଦାଣ୍ଡରେ ୧୪୪ ଧାରା ଲାଗୁ
  • ସ୍ନାନ ପୂର୍ଣ୍ଣିମା ପାଇଁ ଶୁକ୍ରବାର ସକାଳ ୭ ଯାଏ କଟକଣା
  • ସ୍ନାନପୂର୍ଣ୍ଣିମା ଛେରାପହଁରା ନୀତି କରିବାକୁ ଆସିବେନି ଗଜପତି ଦିବ୍ୟସିଂହ ଦେବ
  • ପରମ୍ପରା ଅନୁଯାୟୀ ମୁଦିରସ୍ତ କରିବେ ଛେରାପହଁରା
  • ଚଳିତ ବର୍ଷ ପୁରୀ ବ୍ୟତୀତ ଅନ୍ୟ କେଉଁଠି ହେବନି ରଥଯାତ୍ରା: ହାଇକୋର୍ଟ
  • ହାଇକୋର୍ଟଙ୍କ ଅନିଚ୍ଛା ପ୍ରକାଶ ପରେ ସୁପ୍ରିମକୋର୍ଟ ଯିବ ରଥଯାତ୍ରା ମାମଲା
  • ‘ସବୁ ଜୀବନ ମୂଲ୍ୟବାନ’ : ମୁଖ୍ୟମନ୍ତ୍ରୀ
  • ଟିକା ନେଇଥିଲେ ଇଣ୍ଡିଗୋ ବିମାନ ଯାତ୍ରୀଙ୍କୁ ୧୦% ରିହାତି
  • ରାଜ୍ୟରେ ନକଲି ଔଷଧ ଘଟଣାରେ ୩ ଗିରଫ
  • ଆତଙ୍କବାଦୀ ହାଫିଜ ସୟିଦ ଘର ନିକଟରେ ବିସ୍ଫୋରଣ, ୨ ମୃତ

IPL ଅନଲାଇନ ବେଟିଂ ଅଭିଯୋଗରେ ଦୁଇ ଗିରଫ

IPL ବେଟିଂ (Online betting) ମାମଲାରେ ଦୁଇ ଗିରଫ। ଟାଉନ ଥାନା IICଙ୍କ ନେତୃତ୍ୱରେ ଗଠିତ ଏକ ଟିମ ଓ ସ୍ପେଶାଲ ସ୍କୁୱାର୍ଡର ମିଳିତ ମିଳିତ ଉଦ୍ୟମରେ ସମ୍ବଲପୁର (Sambalpur) ଓ ଝାରସୁଗୁଡାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।

IPL ଅନଲାଇନ ବେଟିଂ ଅଭିଯୋଗରେ ଦୁଇ ଗିରଫ
IPL ଅନଲାଇନ ବେଟିଂ ଅଭିଯୋଗରେ ଦୁଇ ଗିରଫ

ସମ୍ବଲପୁର: ବର୍ତ୍ତମାନ IPL ସିଜିନ ଚାଲିଛି। ଆଉ ଏହି ସମୟରେ ବେଟିଂ ମାମଲା ସାମନାକୁ ଆସେ। ଠିକ୍ ଏହି ଭଳି ଏକ ମାମଲା ସମ୍ବଲପୁର ଓ ଝାରସୁଗୁଡା ଅଞ୍ଚଳରେ ଘଟିଛି। ଅନଲାଇନ୍ ବେଟିଂ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି।

IPL ବେଟିଂ (Online betting) ମାମଲାରେ ଦୁଇ ଗିରଫ। ଟାଉନ ଥାନା IICଙ୍କ ନେତୃତ୍ୱରେ ଗଠିତ ଏକ ଟିମ ଓ ସ୍ପେଶାଲ ସ୍କୁୱାର୍ଡର ମିଳିତ ମିଳିତ ଉଦ୍ୟମରେ ସମ୍ବଲପୁର (Sambalpur) ଓ ଝାରସୁଗୁଡାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ Sambalpur Police) କୁ ନଗଦ ଏକ ଲକ୍ଷ ୯୨ ହଜାର ଟଙ୍କା, ଲାପଟପ, ୨ଟି ମୋବାଇଲ ଓ ଗୋଟିଏ ସୁଜୁକି ଗାଡି ଜବତ କରାଯାଇଛି। 

Also Read: ସମ୍ବଲପୁରକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍

ସିଧାସଳଖ IPL ବେଟିଂ କରାଉଥିବା ସମ୍ବଲପୁର ଅଇଁଠାପାଲିର ଶୁଭମ ସାହୁ ଓ ଝାରସୁଗୁଡାର ହରିସ ସାହୁଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କର ସାତଟି ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଫ୍ରିଜ କରିଛି। ଏହି ଆକାଉଣ୍ଟ ଗୁଡିକରେ ମୋଟ ୪୦ ଲକ୍ଷ ୧୦ ହଜାର ୭୪୬ ଟଙ୍କା ରହିଥିବା ପୋଲିସ ଜାଣିବାକୁ ପାଇଛି । IPL ଆରମ୍ଭ ହେବା ଦିନ ଠାରୁ ଏମାନେ ବେଟିଂରେ ଲିପ୍ତ ରହିଥିଲେ। ଏମାନଙ୍କ ଅନ୍ୟ ସହଯୋଗୀଙ୍କୁ ଧରିବା ପାଇଁ ପୋଲିସ ରାଜ୍ୟ ଓ ରାଜ୍ୟ ବାହାରେ ଚଢ଼ାଉ ଜାରି ରଖିଛି ।