)
ନୂଆଦିଲ୍ଲୀ: ବଲିଉଡ ଆକ୍ଟର ଆକ୍ଟ୍ରେଷଙ୍କ ଚାଲିଚଳଣୀ ବିଷୟରେ ସମସ୍ତଙ୍କୁ ଜଣା । ଲାଇମଲାଇଟକୁ ଥରେ ଆସିଯିବା ପରେ ଏମାନଙ୍କ ରହଣି ବେଶ ସୌଖୀନ ହୋଇଯାଏ । ରହିବା ଠାରୁ ଆରମ୍ଭ କରି ଏମାନଙ୍କ ବଡିଗାର୍ଡ ବା ଅଙ୍ଗରଖ୍ୟକ ମାସକୁ କେତେ ଦରମା ପାଆନ୍ତି ତାକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ବି-ଟାଉନର ଜଣେ ଆଗଧାଡି଼ର ନାୟିକା ଦୈନିକ ପିଉଥିବା ପାଣିର ଦାମ କେତେ ? ଆଉ ଏହା ବିଷୟରେ ଜାଣିବା ମାତ୍ରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ବଲିଉଡର ସୁନ୍ଦରୀ ଅଭିନେତ୍ରୀ (Urvashi Rautela) ନିକଟ ଅତିତରେ ତାମିଲ (Tamil) ଡେବ୍ୟୁ ଫିଲ୍ମର ସୁଟିଂ ଶେଷ କରିଛନ୍ତି । ସର୍ବଦା ନିଜର ଷ୍ଟାଇଲିସ ଲୁକକୁ ନେଇ ସେ ଚର୍ଚ୍ଚାରେ ରହିଥାନ୍ତି । ଦିଲ୍ଲୀରୁ ମୁମ୍ବାଇ ଯିବା ସମୟରେ ତାଙ୍କୁ ଏକ ବ୍ଲୁ କଲର ଡ୍ରେସରେ ସ୍ପଟ କରାଯାଇଥିଲା । ଆଉ ଏହି ଆଉଟ ଫିଟରେ ଅଭିନେତ୍ରୀ (Urvashi Rautela) ବହୁତ ସୁନ୍ଦର ଦିଶୁଥିଲେ। ତେବେ ଏହାରି ମଧ୍ୟରେ ଏମିତି ଏକ ଖବର ଯାହା ଆପଣ ଜାଣିଲେ ଖୁବ ଆଶ୍ଚର୍ଯ୍ୟ ହେବେ ।
ବି-ଟାଉନ (Bollywood Town)ରେ ଲକ୍ଷ ଲକ୍ଷ ଟଙ୍କାର ଡ୍ରେସ ଓ ଜୁଏଲାରୀ ପିନ୍ଧୁଥିବା ଅଭିନେତ୍ରୀ ଅନେକ ଅଛନ୍ତି ହେଲେ କେବେ ଶୁଣିଛନ୍ତି ଏହାଠାରୁ ଦାମୀ ସେମାନେ ଦୈନିକ ପିଉଥିବା ପାଣିର ଦାମ। ଅଭିନେତ୍ରୀ (Urvashi Rautela) ଦାମୀ ପାଣି ଅର୍ଥାତ୍ ପିଅନ୍ତି ବ୍ଲାକ ୱାଟର (Black Water) । ଏହା ପୂର୍ବରୁ କ୍ରିକେଟର ବିରାଟ କୋହଲି ମଧ୍ୟ ଏହି ଦାମି ପାଣିର ବ୍ୟବହାର କରିଛନ୍ତି । ତେବେ ଏୟାର ପୋର୍ଟ (Airport)ରେ ଯିବା ସମୟରେ ଅଭିନେତ୍ରୀଙ୍କ ହାତରେ ଦେଖିବାକୁ ମିଳିଥିଲା ଏହା ଦାମୀ ପାଣି ବୋତଲ।
ଏହି ପାଣିର ଗୋଟିଏ ବୋତଲ (Water Bottle) ସାମାନ୍ୟା ପାଣି ବୋତଲର ଦାମ ଠାରୁ ଢେର ଅଧିକ । ଏହି ପାଣିର ଦାମ ପ୍ରତି ଲିଟର ଭାରତୀୟ ମୁଦ୍ରାରେ, ୩ ରୁ ୪ ହଜାର ଟଙ୍କା ହେବ । ବିଗତ ବର୍ଷରୁ ଜାରି ରହିଥିବା କୋରୋନା ମହାମାରୀ ଯୋଗୁଁ ବି-ଟାଉନର ହସ୍ତୀ ମାନେ ନିଜର ଫିଟନେସ ଉପରେ ଅତ୍ୟଧିକ ସଜାଗ ରହିଥିବା ଜଣାପଡ଼ିଛି ।