ଘରେ ଲଗାନ୍ତୁ ଏହି ସବୁ ଚିତ୍ର, ବୃଦ୍ଧି ପାଇବ ସୁଖ ସୌହାର୍ଦ୍ଦ୍ୟ

ଭାସ୍ତୁ ଶାସ୍ତ୍ର ଅନୁଯାୟୀ, ଘର ସାଜସଜ୍ଜା ପାଇଁ କିଛି ଚିତ୍ରକୁ ବ୍ୟବହାର କରିବାବେଳେ ଏହା ଦୁର୍ଭାଗ୍ୟର କାରଣ ହୋଇଥାଏ । ଏହା ବ୍ୟତୀତ ଧନରେ ଲାଭ ହେବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଥାଏ ।

ଘରେ ଲଗାନ୍ତୁ ଏହି ସବୁ ଚିତ୍ର, ବୃଦ୍ଧି ପାଇବ ସୁଖ ସୌହାର୍ଦ୍ଦ୍ୟ

ନୂଆଦିଲ୍ଲୀ: ଜୀବନଯାତର ସଂଚିତ ଅର୍ଥ ବଳରେ ସ୍ୱପ୍ନର ଘରଟିଏ ଗଢିଥାନ୍ତି। ସେ ଘରକୁ ସୁନ୍ଦର କରିବା, ସଜାଇ ରଖିବା ପାଇଁ କୌଣସି ପ୍ରକାର ସୁଯୋଗକୁ ହାତଛଡ଼ା କରିନଥାନ୍ତି । ତେଣିକି ସେ ଫଟୋଚିତ୍ର ହେଉ ଅବା ପୋଷ୍ଟର । ଘରର କାନ୍ଥ ଠାରୁ ଆରମ୍ଭ କରି ଘରର କୋଣଅନୁକୋଣ ପର୍ଯ୍ୟନ୍ତ ପ୍ରତ୍ୟେକ କୋଣକୁ ନିଖୁଣ ଭାବେ ସଜାଇ ରଖିଥାନ୍ତି ଘରର ଗୃହିଣୀ ତଥା ଝିଅମାନେ। କିନ୍ତୁ ବେଳେବେଳେ ଆମେ ଅଜାଣତରେ ଏପରି କିଛି ଚିତ୍ର ଘରେ ରଖୁ, ଯାହା ଆମ ପରିବାର ଉପରେ ପ୍ରଭାବ ପକାଇଥାଏ । ଭାସ୍ତୁ ଶାସ୍ତ୍ର ଅନୁଯାୟୀ, ଘର ସାଜସଜ୍ଜା ପାଇଁ କିଛି ଚିତ୍ରକୁ ବ୍ୟବହାର କରିବାବେଳେ ଏହା ଦୁର୍ଭାଗ୍ୟର କାରଣ ହୋଇଥାଏ । ଏହା ବ୍ୟତୀତ ଧନରେ ଲାଭ ହେବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କେଉଁ ପ୍ରକାରର ଚିତ୍ର ସ୍ଥାପନ କରାଯିବ ଜାଣନ୍ତୁ।

ମାଛର ଚିତ୍ର: ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ପହଁରୁଥିବା ଏକ ମାଛର ଚିତ୍ରକୁ ଲଗାଇଲେ ଶୁଭ ହୋଇଥାଏ। କୁହାଯାଏ ଏହି ଟିତ୍ର ଲଗାଇବା ଦ୍ୱାରା ପରିବାରର ସଦସ୍ୟଙ୍କ ଆୟୁଷ ବୃଦ୍ଧି ପାଇଥାଏ। 

ସୂର୍ଯ୍ୟୋଦୟ ସମୟର ଏକ ପାହାଡ଼ର ଚିତ୍ର: ଘରେ ସୂର୍ଯ୍ୟୋଦୟ ସମୟର ବଡ଼ ପାହାଡ଼ ଏବଂ ଝରଣାର ଚିତ୍ର ଘରେ ଲଗାଇଲେ ଏହାର ସକରାତ୍ମକ ପ୍ରଭାବ ଘରେ ପଡ଼ିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଏଭଳି ଚିତ୍ର ଜୀବନରେ ଆଶା ଏବଂ ସକରାତ୍ମକ ଚିନ୍ତାଧାରର ବୃଦ୍ଧି ପାଇଥାଏ। ପରିବାରର ସଦସ୍ୟଙ୍କ ଆୟୁଷ ମଧ୍ୟ ବୃଦ୍ଧି ପାଇଥାଏ। 

ହସୁଥିବା ବ୍ୟକ୍ତି ବା ଶିଶୁଙ୍କ ଫଟୋଚିତ୍ର: ଘରେ ଏଭଳି ଚିତ୍ର ଲଗାଇବା ଦ୍ୱାରା ମଧ୍ୟ ସୁଖଶାନ୍ତି ବୃଦ୍ଧି ପାଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଏହି ଫଟୋଚିତ୍ର ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଭଲପାଇବା ତଥା ପ୍ରେମର ବୃଦ୍ଧି ଘଟିଥାଏ। ଘରେ ପ୍ରେମ, ସୌହାର୍ଦ୍ଦ୍ୟ ବଜାୟ ରହିଥାଏ। ଘରେ ସମସ୍ତ ସଦସ୍ୟ ଖୁସି ରହିଥାନ୍ତି। 

ବହିଯାଉଥିବା ପାଣି: ଘରେ ନଦୀ, ପୋଖରୀ, ଝରଣା କିମ୍ବା ସମୁଦ୍ରର ଫଟୋ ଲଗାଇବା ଦ୍ୱାରା ଶୁଭ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ବହିଯାଉଥିବା ପାଣି ସୌଭାଗ୍ୟର ପ୍ରତୀକ ଭାବେ ଗଣାଯାଇଥାଏ। ଏହି ଫଟୋକୁ ଘରେ ଲଗାଇବା ଦ୍ୱାରା ବିଗୁଡ଼ୁଥିବା କାମ ବା ଅଟକି ରହିଥିବା କାମ ମଧ୍ୟ ଖୁବ ଶୀଘ୍ର ହୋଇଥାଏ।