ଆସୁଛି DHOOM-4! ଭାରାଇଲ୍ ହେଲା ଲିଡ୍ସଙ୍କ ନାଁ
Advertisement

ଆସୁଛି DHOOM-4! ଭାରାଇଲ୍ ହେଲା ଲିଡ୍ସଙ୍କ ନାଁ

DHOOM-3ରେ ଆମିର ଖାନ (Aamir Khan) ଲିଡ୍ ରୋଲରେ ଥିଲେ। ଏହି ଚଳଚ୍ଚିତ୍ରରେ ଆମିର ଜଣେ ଚୋର ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କର ଡବଲ ରୋଲ ଥିଲାବେଳେ ଅଭିଷେକ ବଚ୍ଚନଙ୍କୁ ପୂର୍ବପରି ପୋଲିସ ଭୂମିକାରେ ଦେଖିବାକୁ ମିଳିଥିଲା।

ଫାଇଲ ଫଟୋ

ନୂଆଦିଲ୍ଲୀ: YRF ବ୍ୟାନରର DHOOM ସିରିଜର ଚଳଚ୍ଚିତ୍ର ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଛି।  ଏହି ଚଳଚ୍ଚିତ୍ରର ସମୁଦାୟ ତିନୋଟି ପାର୍ଟ ଏପର୍ଯ୍ୟନ୍ତ ରିଲିଜ୍ ହୋଇଛି। ଏହି ଚଳଚ୍ଚିତ୍ରଗୁଡ଼ିକରେ ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି। ଫିଲ୍ମ ମଧ୍ୟ ସେହି ଭଳି ବ୍ୟବସାୟ କରିଆସୁଛି। ଏହି କାରଣରୁ ଗୋଟିଏ ପାର୍ଟ ରିଲିଜ୍ ହେବା ମାତ୍ରେ ପ୍ରଶଂସକମାନେ ପରବର୍ତ୍ତୀ ପାର୍ଟର ଅପେକ୍ଷା କରିବା ଆରମ୍ଭ କରନ୍ତି।

DHOOM-3ରେ ଆମିର ଖାନ (Aamir Khan) ଲିଡ୍ ରୋଲରେ ଥିଲେ। ଏହି ଚଳଚ୍ଚିତ୍ରରେ ଆମିର ଜଣେ ଚୋର ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କର ଡବଲ ରୋଲ ଥିଲାବେଳେ ଅଭିଷେକ ବଚ୍ଚନଙ୍କୁ ପୂର୍ବପରି ପୋଲିସ ଭୂମିକାରେ ଦେଖିବାକୁ ମିଳିଥିଲା। ଫିଲ୍ମର ଫୋର୍ଥ ପାର୍ଟ ବା ଚତୁର୍ଥ ଭାଗ ବିଷୟରେ ଏପର୍ଯ୍ୟନ୍ତ କୌଣସି ଖବର ଆସିନାହିଁ। କିନ୍ତୁ ଇତି ମଧ୍ୟରେ ସୋସିଆଲ ମିଡିଆରେ DHOOM-4କୁ ଅନେ ଅନେତ ତଥ୍ୟ ଭାଇରାଲ ହେବାରେ ଲାଗିଛି।

Also Read: ICJ ଆଗରେ ନଇଁଲା ପାକିସ୍ତାନ, ଏଥର କୁଳଭୂଷଣ ମାମଲାରେ ଘେରିବ ଭାରତ

ସୋସିଆଲ ମିଡିଆରେ ଦାବି କରାଯାଇଛି ଯେ, ଅକ୍ଷୟ କୁମାର (Akshay Kumar) ଏବଂ ସଲମାନ ଖାନ (Salman Khan) DHOOM-4ର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ସୂଚନା ଫିଲ୍ମର ନକଲି ଲୋଗଙ୍କ ସହ ସେୟାର କରାଯାଉଛି, ଯାହାର କୌଣସି ଦୃଢ ଆଧାର ନାହିଁ। କାରଣ ଏପର୍ଯ୍ୟନ୍ତ ନିର୍ମାତା କିମ୍ବା ୟଶ ରାଜ ବ୍ୟାନର କୌଣସି ସୋସିଆଲ ମିଡିଆ ଆକାଉଣ୍ଟରେ ସେପରି କୌଣସି ସୂଚନା ସେୟାର କରିନାହାଁନ୍ତି।

ସୂଚନାଯୋଗ୍ୟ, DHOOM-3ର କାହାଣୀ ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ଦ୍ୱାରା ଲିଖିତ ଏବଂ ଫିଲ୍ମ ଆଦିତ୍ୟ ଚୋପ୍ରା (Aditya Chopra) ଙ୍କ ଦ୍ୱାରା ନିର୍ମିତ ହୋଇଥିଲା। Dhoom-4 କେବେ ମୁକ୍ତ ହେବ ଏବଂ ଏଥିରେ କିଏ ମୁଖ୍ୟ ଭୂମିକା ଗ୍ରହଣ କରିବ ସେନେଇ ପ୍ରଶଂସକମାନଙ୍କୁ ଠୋସ୍ ସୂଚନା ପାଇଁ ଅପେକ୍ଷା କରିବାକୁ ପଡିବ। ସୋସିଆଲ ମିଡିଆରେ ଏଭଳି ଦାବି ପାଇଁ କୈଣସି ଦୃଢ ଆଧାର ମିଳିଲା ନାହିଁ।