• ପଂଚାୟତ ନିର୍ବାଚନ ପୂର୍ବରୁ ଦକ୍ଷିଣାଞ୍ଚଳରେ ଭୁଶୁଡ଼ିଛି କଂଗ୍ରେସ ଦୁର୍ଗ
  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଲ୍‌ଥ୍‌ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା
  • ଭବାନୀପାଟଣା ସ୍ଥିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘରକୁ ଅଣ୍ଡାମାଡ଼
  • ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଣ୍ଡାମାଡ଼ କଲେ ଯୁବ କଂଗ୍ରେସ କର୍ମୀ
  • ମାମଲାରେ ମନ୍ତ୍ରୀଙ୍କ ନାଁ ଆସିଥିବାରୁ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି
  • ପିଲାଙ୍କୁ ଟିକା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା
  • ପିଲାମାନଙ୍କୁ ୨ଟି ଡୋଜରେ ଟିକାକରଣ କରିବା ପାଇଁ ପରାମର୍ଶ ଅଛି
  • ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଭିଡିଓ କନଫରେନ୍ସିଂରେ ତାଲିମ ଦିଆଯିବ
  • ଯେଉଁ ସମୟରେ ନିର୍ଦ୍ଦେଶ ଆସିବ ତୁରନ୍ତ ଟିକାକରଣ କାର୍ଯ୍ୟ ଆରମ୍ଭ କରିବୁ

IPL 2021: Umpire ସହ ଯୁକ୍ତି କରି କାହିଁକି ହସିଲେ Virat Kohli?

କୋଲକାତା ନାଇଟ୍ ରାଇଡର୍ସ ଇନିଂସର ସପ୍ତମ ଓଭରରେ ବିରାଟ କୋହଲି ଓ ଅମ୍ପାୟାର ​​ମୁହାଁମୁହିଁ ହୋଇଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଓଭରର ଶେଷ ବଲ ପକାଇଥିଲେ ଏବଂ ବଲଟି ସିଧାସଳଖ କେକେଆର ବ୍ୟାଟ୍ସମ୍ୟାନ୍ ରାହୁଲ ତ୍ରିପାଠୀଙ୍କ ପ୍ୟାଡକୁ ହିଟ୍ କରିଥିଲା। 

IPL 2021: Umpire ସହ ଯୁକ୍ତି କରି କାହିଁକି ହସିଲେ Virat Kohli?
ସୌ: ସୋସିଆଲ ମି଼ଡିଆ

ଶାରଜା: ସୋମବାର କୋଲକାତା ନାଇଟ୍ ରାଇଡର୍ସ (KKR) ବିପକ୍ଷରେ ବିରାଟ କୋହଲି IPL 2021ରେ ତାଙ୍କ ଅଧିନାୟକତ୍ୱର ଶେଷ ମ୍ୟାଚ୍ ଖେଳିଛନ୍ତି। ଏହି ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଦଳ KKR ବିପକ୍ଷରେ ୪ ୱିକେଟରେ ପରାଜୟ ହୋଇ ଫାଇନାଲ ଦୌଡ଼ରୁ ବାହାରିଛି। ମ୍ୟାଚ୍ ବେଳେ ବିରାଟ କୋହଲି ଅମ୍ପାୟାରଙ୍କ ସହ ମୁହାଁମୁହିଁ ହୋଇଥିଲେ। ଅନ୍‌ ଫିଲ୍ଡ ଅମ୍ପାୟାରଙ୍କ ଉପରେ ବିରାଟ କୋହଲି କ୍ରୋଧିତ ହୋଇଥିଲେ।

କୋଲକାତା ନାଇଟ୍ ରାଇଡର୍ସ ଇନିଂସର ସପ୍ତମ ଓଭରରେ ବିରାଟ କୋହଲି ଓ ଅମ୍ପାୟାର ​​ମୁହାଁମୁହିଁ ହୋଇଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଓଭରର ଶେଷ ବଲ ପକାଇଥିଲେ ଏବଂ ବଲଟି ସିଧାସଳଖ କେକେଆର ବ୍ୟାଟ୍ସମ୍ୟାନ୍ ରାହୁଲ ତ୍ରିପାଠୀଙ୍କ ପ୍ୟାଡକୁ ହିଟ୍ କରିଥିଲା। ଏହା ପରେ ଚାହଲ ଏବଂ RCBର ଅନ୍ୟ ଖେଳାଳିମାନେ LBW ଅପିଲ କରିଥିଲେ। ଯାହାକୁ ଅମ୍ପାୟାର ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ବିରାଟ ତୁରନ୍ତ DRS ନେଇଥିଲେ। ଟିଭି ରିପ୍ଲାଏ ଦେଖିବା ପରେ ଅନ୍ ଫିଲ୍ଡ ଅମ୍ପାୟାର ବିରେନ୍ଦର ଶର୍ମାଙ୍କୁ ତାଙ୍କ ନିଷ୍ପତ୍ତି ବଦଳାଇବାକୁ ପଡିଲା, ଯାହା ବିରାଟଙ୍କ DRS ଠିକ୍ ନିଷ୍ପତ୍ତି ନେଇଥିବାର ପ୍ରମାଣ କରିଥିଲା। ଏହି ନିଷ୍ପତ୍ତି ଆସିବା ମାତ୍ରେ ଅମ୍ପାୟାର ଏବଂ ବିରାଟଙ୍କ ମଧ୍ୟରେ ବିତର୍କ ହୋଇଥିଲା।

Also Read: ଏହି ଭାରତୀୟ କ୍ରିକେଟରଙ୍କ ପତ୍ନୀ ଆଗରେ ବଲିଉଡ୍ ହିରୋଇନ ଫେଲ୍

ସୋମବାରର ମ୍ୟାଚ ପରେ ବିରାଟ କୋହଲି (Virat Kohli) ଙ୍କ IPL Trophy ଜିତିବାର ସ୍ୱପ୍ନ ପୁଣି ଥରେ ଭାଙ୍ଗି ଯାଇଛି। ବିରାଟ ଗତ ୧୩ ବର୍ଷ ଧରି ଏହି ଟ୍ରଫି ଜିତିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ପ୍ରତ୍ୟେକ ଥର ସେ ହାତଛଡା କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୩ ଥର ଫାଇନାଲରେ ପହଞ୍ଚିଛି, କିନ୍ତୁ ପ୍ରତ୍ୟେକ ଥର ଅନ୍ୟ ଦଳ RCBକୁ ପରାସ୍ତ କରି ଟ୍ରଫି ଉଠାଇଛନ୍ତି। ବିରାଟ କୋହଲି ୭ ବର୍ଷ ଧରି RCBର ଅଧିନାୟକ ରହିଆସିଛନ୍ତି। କିନ୍ତୁ ତାଙ୍କ ଅଧିନାୟକତ୍ୱରେ ଦଳ ଗୋଟିଏ ବି IPL ଟାଇଟଲ ଜିତି ନାହିଁ। 

ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି T20 ବିଶ୍ୱକପ ପରେ ଭାରତୀୟ T20 ଦଳର ଅଧିନାୟକତ୍ୱ ଛାଡିବେ ବୋଲି ଘୋଷଣା କରିଥିଲେ। ସେହିପରି ୧୯ ସେପ୍ଟେମ୍ବର ୨୦୨୧ରେ ସେ RCBର ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରିଥିଲେ। IPLରେ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)ର ଅଧିନାୟକ ଭାବରେ ତାଙ୍କର ଶେଷ ସିଜନ୍ ଥିଲା। ବିରାଟ ସାତ ବର୍ଷ ଧରି ଆରସିବିର ଅଧିନାୟକ ରହିଆସିଛନ୍ତି, କିନ୍ତୁ ତାଙ୍କ ଅଧିନାୟକତ୍ୱରେ ଏହି ଫ୍ରାଞ୍ଚାଇଜ୍ ଦଳ ଗୋଟିଏ ବି ଆଇପିଏଲ୍ ଟାଇଟଲ୍ ଜିତି ନାହିଁ।