ବିରାଟଙ୍କ ଉପରେ ବଢୁଛି ବୋଝ! T20 ପରେ ଛାଡ଼ିବେ RCBର ଅଧିନାୟକତ୍ୱ
X

ବିରାଟଙ୍କ ଉପରେ ବଢୁଛି ବୋଝ! T20 ପରେ ଛାଡ଼ିବେ RCBର ଅଧିନାୟକତ୍ୱ

'ଦଳର ମ୍ୟାନେଜମେଣ୍ଟ ସହ ଆଲୋଚନା କରିବା ପରେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।'

ବିରାଟଙ୍କ ଉପରେ ବଢୁଛି ବୋଝ! T20 ପରେ ଛାଡ଼ିବେ RCBର ଅଧିନାୟକତ୍ୱ

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଅଧିନାୟକ ଭାବରେ ଏହା ହେଉଛି ଶେଷ ଆଇପିଏଲ୍। ଚଳିତ ଆଇପିଏଲ୍ ଋତୁ ପରେ ସେ ଆରସିବି ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରିଛନ୍ତି। କୋଲକାତା ବିପକ୍ଷ ମ୍ୟାଚ୍ ପୂର୍ବରୁ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

RCBର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ଘୋଷଣା କରି ବିରାଟ କୋହଲି କହିଛନ୍ତି, 'ଦଳର ମ୍ୟାନେଜମେଣ୍ଟ ସହ ଆଲୋଚନା କରିବା ପରେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ ଭାବରେ ଏହା ମୋର ଶେଷ ଆଇପିଏଲ୍ ହେବ। କାର୍ଯ୍ୟ ଭାର ପାଇଁ ମୁଁ ନିକଟରେ T20 ଅଧିନାୟକତ୍ୱରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲି। ମୋ ମନରେ ବହୁତ କିଛି ଚାଲିଛି। ମୋତେ ପୁଣି ସତେଜ ହେବାକୁ ପଡିବ ଏବଂ ପୁନର୍ବାର ଚିନ୍ତା କରିବାକୁ ପଡିବ।'

Also Read: IPL 2021: MI ବିପକ୍ଷରେ ମ୍ୟାଚ୍ ପୂର୍ବରୁ CSK କ୍ୟାମ୍ପରେ ଟେନସନ; ଚିନ୍ତାରେ ଚେନ୍ନାଇ କୋଚ୍

ଅଧିନାୟକ (captaincy) ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇ କୋହଲି ଏକ ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି। ଏଥିରେ ସେ କହିଛନ୍ତି, 'ମୁଁ ପ୍ରଥମ ଦିନରୁ ନିଷ୍ପତ୍ତି ନେଇଛି ଯେ ମୁଁ କେବଳ ଆରସିବି ପାଇଁ ଖେଳିବି। ଆସନ୍ତା ବର୍ଷ ନିଲାମ ହେବ। ମୁଁ ଏଥିରେ ଦଳ ପରିଚାଳନାକୁ ସାହାଯ୍ୟ କରିବାକୁ ଚେଷ୍ଟା କରିବି। ଅଧିନାୟକ ଭାବରେ ନଅ ବର୍ଷର ଏହି ଯାତ୍ରା ଆନନ୍ଦ, ଚିନ୍ତା ଏବଂ ଉତ୍ସାହରେ ପରିପୂର୍ଣ୍ଣ ଥିଲା। ମୁଁ ସମସ୍ତ ପ୍ରଶଂସକ ଏବଂ ସମଗ୍ର ଦଳର ଷ୍ଟାଫଙ୍କୁ ଧନ୍ୟବାଦ ଦେଉଛି। ଏହି ସମସ୍ତ ଲୋକ ମୋତେ ବହୁତ ସମର୍ଥନ କରିଛନ୍ତି ଏବଂ ସେମାନଙ୍କଠାରୁ ବହୁତ କିଛି ଶିଖିଛି।'

 

ବିରାଟ (Virat Kohli) ପୁଣି କହିଛନ୍ତି, 'ମୁଁ ସବୁବେଳେ ବାଙ୍ଗାଲୋର ପାଇଁ ଆଇପିଏଲ୍ (IPL) ଖେଳିବି। ସମସ୍ତେ ମୋ ଉପରେ ବିଶ୍ୱାସ ଦେଖାଇଛନ୍ତି, ମୁଁ ଏହାକୁ ଆଗକୁ ନେବାକୁ ଚେଷ୍ଟା କରିବି। ଆମର ଲକ୍ଷ୍ୟ ହେଉଛି ଆଇପିଏଲ୍ ଟ୍ରଫି ଜିତିବା। ଯେପରି ଲୋକମାନେ ମୋତେ ପୂର୍ବରୁ ଖେଳିବା ଦେଖୁଥିଲେ, ମୁଁ ମଧ୍ୟ ସେହିଭଳି ଖେଳିବା ଜାରି ରଖିବି।'

Also Read: T20 ବିଶ୍ୱକପ୍ ପୂର୍ବରୁ Virat Kohli ଙ୍କ ବଡ ଘୋଷଣା

ସୂଚନାଯୋଗ୍ୟ, ୨୦୧୭ ମସିହାରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଥିବା ବିରାଟ ଗତ ୮ ମାସ ତଳେ ବାପା ହୋଇଛନ୍ତି। ଝିଅ ଭାମିକା ଯେମିତି ବଡ ହେଉଛନ୍ତି, ସେମିତି ବିରାଟଙ୍କ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି। ବର୍ତ୍ତମାନ ତାଙ୍କ ଉପରେ ପାରିବାରିକ ଦାୟିତ୍ୱ ବଢୁଥିବା ଦେଖିବାକୁ ମିଳୁଛି। ସେଥିପାଇଁ ବୋଧ ହୁଏ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଟିମରୁ ସମାୟ ବାହାର କରି ପରିବାରକୁ ଦେବା ପାଇଁ ଯୋଜନା କରୁଛନ୍ତି।

 

 

 

Trending news