Advertisement
Article Detail0/zeeodisha/odisha773064
Zee OdishaOdisha Art and Cultureଲକ୍ଷ୍ମଣଙ୍କୁ ଶ୍ରୀରାମ ଦେଇଥିଲେ ମୃତ୍ୟୁଦଣ୍ଡ, ଜଣନ୍ତୁ କାହିଁକି?

ଲକ୍ଷ୍ମଣଙ୍କୁ ଶ୍ରୀରାମ ଦେଇଥିଲେ ମୃତ୍ୟୁଦଣ୍ଡ, ଜଣନ୍ତୁ କାହିଁକି?

ରାମୟଣରେ ଅନେକ ରୋଚକ କଥା ଅଛି। ଯାହା ଏବେ ବି ଅନେକ ଲୋକ ଜାଣି ନାହାନ୍ତି। ସେଥି ମଧ୍ୟରୁ ଲକ୍ଷ୍ମଣଙ୍କ ମୃତ୍ୟୁ ଅନ୍ୟତମ।

ଶ୍ରୀରମ ଓ ଲକ୍ଷ୍ମଣ
ଶ୍ରୀରମ ଓ ଲକ୍ଷ୍ମଣ

ଘଟଣାଟି ରାମାୟଣର ଉତ୍ତରା କାଣ୍ଡରେ ବର୍ଣ୍ଣିତ ହୋଇଛି। ମାତା ସୀତାଙ୍କ ପାତାଳି ପରେ ଶ୍ରୀରାମଙ୍କ ହୃଦୟଙ୍ଗମ ହେଉଛି କି, ମର୍ତ୍ତ୍ୟରେ ତାଙ୍କର କର୍ମ ଶେଷ ହୋଇଗଲାଣି। ତାଙ୍କୁ ଏଥର ବୈକୁଣ୍ଠକୁ ପ୍ରତ୍ତ୍ୟାବର୍ତ୍ତନ କରିବାକୁ ପଡିବ। କିନ୍ତୁ ଏଥିରେ ଭକ୍ତ ହନୁମାନ ବାଧକ ସାଜି ପାରନ୍ତି ବୋଲି ଶ୍ରୀରାମଙ୍କ ସନ୍ଦେହ ହେଲା। କାରଣ ଶ୍ରୀରାମଙ୍କୁ ଛାଡି ହନୁମାନ କଦାପି ରହିପାରିବେ ନାହିଁ। ଯଦି ଯମ ଆସନ୍ତି ତେବେ ତାଙ୍କୁ ମହାବଳୀଙ୍କ ସାମ୍ନା କରିବାକୁ ପଡିବ।

କୌଣସି ପ୍ରକାରେ ହନୁମାନଙ୍କୁ ଶ୍ରୀରାମଙ୍କଠୁ ଅଲଗା କରିବାକୁ ନିହାତି ଆବଶ୍ୟକ ଥିଲା। ଏଥିପାଇଁ ଶ୍ରୀରାମ ଏକ ଯୋଜନା ପ୍ରସ୍ତୁତ କଲେ। ଆଉ ସେହି ଯୋଜନା ମୁତାବକ ସେ ପାତାଳକୁ ତାଙ୍କର ମୁଦି ଫିଙ୍ଗି, ହୁନୁମାନଙ୍କୁ ଆଣିବାକୁ କହିଲେ। ହନୁମାନ ମଧ୍ୟ ପ୍ରଭୁଙ୍କ ଆଦେଶ ପାଇ ମୁଦି ଖୋଜିବାକୁ ପାତାଳକୁ ଚାଲିଗଲେ।

ଏହାର ସୁଯୋଗ ନେଇ ଶ୍ରୀରାମ ମୃତ୍ୟୁର ଭଗବାନ ଯମଙ୍କୁ ଆବାହନ କଲେ। ରାମଙ୍କ ଡାକରା ଶୁଣି ଯମ ଆସିଲେ ସତ, କିନ୍ତୁ ତାଙ୍କର ଦେହତ୍ୟାଗ ନେଇ ଏକ ସର୍ତ୍ତ ରଖିଲେ। ସର୍ତ୍ତ ମୁତାବକ ବନ୍ଦ କୋଠରୀ ମଧ୍ୟରେ କେବଳ ୨ ଜଣଙ୍କ ମଧ୍ୟରେ ଆଲୋଚନା ହେବ। ଆଉ ଯଦି କିଏ ଏଥିରେ ବାଧକ ସାଜନ୍ତି ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ।

Add Zee News as a Preferred Source

ଜମଙ୍କ ସର୍ତ୍ତରେ ରାଜା ପୁରୁଷୋତ୍ତମ ରାଜି ହେଲେ। ଲକ୍ଷଣଙ୍କ ଉପରେ ରାମଙ୍କ ପ୍ରଗାଢ ଭରସା ଥିଲା, ତେଣୁ ସେ ତାଙ୍କୁ ଦ୍ୱାରପାଳ ଭାବେ ନିୟୋଜନ କରି ସର୍ତ୍ତ ବିଷୟରେ ବୁଝାଇଦେଲେ। ଭାଇଙ୍କ ଆଦେଶ ମାନି ଲକ୍ଷ୍ମଣ ବାହାରେ ଜଗିରହିଲେ। କାହାକୁ ବି ସେହି କୋଠରୀ ପାଖାପାଖି ଆସିବାକୁ ବି ଦେଲେନାହିଁ।

ଭିତରେ ଜମ ଓ ରାମଙ୍କ ଆଲୋଚନା ଜାରି ରହିଥିଏ। ଏହି ସମୟରେ ଋଷି ଦୁର୍ବାସା ଆସି ସେଠାରେ ପହଞ୍ଚିଲେ। ରାମଙ୍କ ସହ କିଛି ଜରୁରୀ ବାର୍ତ୍ତାଳାପ କରିବାର ଅଛି, ତାଙ୍କୁ ଭିତରକୁ ଯିବାକୁ ଦିଆଯାଉ ବୋଲି କହିଲେ। କିନ୍ତୁ ଲକ୍ଷ୍ମଣ ଧୀରକଣ୍ଠରେ ନମ୍ରଭାବରେ ମନା କରିଦେଲେ। ଏଥିରେ ଋଷି କ୍ରୋଧିତ ହୋଇ ଅଯୋଧ୍ୟାବାସୀଙ୍କ ଅଭିଶାପ ଦେବାକୁ ଧମକ ଦେଲେ।

ତେବେ ଗମ୍ଭୀର ପରିସ୍ଥିତିରେ ପଡିଥିବା ଲକ୍ଷ୍ମଣ ନିଜ ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିବାକୁ ନିଷ୍ପତ୍ତି ନେଲେ। କବାଟ ଖୋଲିବାର ପରିଣାମ ଜାଣି ସୁଦ୍ଧା ସେ ଭିତରକୁ ଯାଇ ଭାଇଙ୍କୁ ଋଷି ଦର୍ବାସାଙ୍କ ଆଗମନର ଖବର ଦେଲେ। ଆଉ ରାମ ତାଙ୍କର ବୈଠକ ଶେଷ କରି ଋଷିଙ୍କୁ ସ୍ୱାଗତ କଲେ।

କିନ୍ତୁ ଯମଙ୍କ ସର୍ତ୍ତ ମୁତାବକ ଆଲୋଚନାରେ ବାଧକ ସାଜିଥିବା ବ୍ୟକ୍ତିଙ୍କୁ ରାମ ମୃତ୍ୟୁଦଣ୍ଡ ଦେବାର ଥିଲା। ସେପଟେ ଭାଇଙ୍କ କଥା ରଖିବାକୁ ଯାଇ ଲକ୍ଷ୍ମଣ ସରାୟୁ ନଦୀରେ ଜଳସମାଧି ନେଇଥିଲେ। ହିନ୍ଦୁଙ୍କ ବିଶ୍ୱାସ ରହିଛି ଯେ, ଲକ୍ଷ୍ମଣ ହେଉଛନ୍ତି ଶେଷନାଗଙ୍କ ଅବତାର ଓ ଶ୍ରୀରାମ ବିଷ୍ଣୁଙ୍କ ଅବତାର। ରାମଙ୍କ ପୂର୍ବରୁ ଲକ୍ଷ୍ମଣଙ୍କ ଦେହାନ୍ତ ଏକ ଯୋଜନା ବଦ୍ଧ ମୃତ୍ୟୁ। କାରଣ ରାମ ବୈକୁଣ୍ଠକୁ ଗଲେ ସେଠାରେ ଶୟନ ପାଇଁ ଶେଷନାଗ ପୂର୍ବରୁ ପ୍ରସ୍ତୁତ ଥିବେ।
  

 

 

 

 

 

About the Author