ବର୍ଷର ଶେଷ ଚନ୍ଦ୍ର ଗ୍ରହଣ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଣିବ ଖରାପ ଖବର
Advertisement

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଣିବ ଖରାପ ଖବର

ଆମେରିକା, ଉତ୍ତର ୟୁରୋପ, ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଏବଂ ପ୍ରଶାନ୍ତ ମହାସାଗରରେ ଏହି ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। 

 

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଣିବ ଖରାପ ଖବର

ନୂଆଦିଲ୍ଲୀ: ବର୍ଷ ୨୦୨୧ ମସିହାରେ ସମୁଦାୟ ଚାରୋଟି ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ରହିଛି, ଯେଉଁଥିରେ ୨ ଟି ଚନ୍ଦ୍ରଗ୍ରହଣ ଘଟି ସାରିଛି ଏବଂ ୨ ଟି ଚନ୍ଦ୍ରଗ୍ରହଣ ଆଗାମୀ ଦିନମାନଙ୍କରେ ହେବାକୁ ଯାଉଛି । ୨୦୨୧ ମସିହାରେ, ଗୋଟିଏ ସୂର୍ଯ୍ୟପରାଗଏବଂ ଗୋଟିଏ ଚନ୍ଦ୍ରଗ୍ରହଣ ହୋଇଛି । ଏଥିରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୨୬ ମେ ୨୦୨୧ ବୁଧବାର ଦିନ ହୋଇଥିଲା ଏବଂ ଶେଷ ଚନ୍ଦ୍ରଗ୍ରହଣ ୧୯ ନଭେମ୍ବର ୨୦୨୧ ଅର୍ଥାତ୍ ଶୁକ୍ରବାର ହେବାକୁ ଯାଉଛି। ଏହା ପରେ ବର୍ଷର ଶେଷ ଗ୍ରହଣ ଡିସେମ୍ବର ୪ ରେ ହେବ, ଯାହା ସୂର୍ଯ୍ୟପରାଗ ନାମରେ ନାମିତ ହେବ।

ଆସନ୍ତା ମାସରେ ନଭେମ୍ବର (November) ରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ (Lunar Eclipse) ସକାଳ ୧୧ ଟା୩୪ ମିନିଟ ରୁ ଆରମ୍ଭ ହୋଇ ୧୯ ତାରିଖ ସନ୍ଧ୍ୟା ୫ ଟା ୩୩ ସମୟରେ ଶେଷ ହେବ । ଏହା ଏକ ଆଂଶିକ ଚନ୍ଦ୍ରଗ୍ରହଣ ହେବ ଏବଂ କିଛି ସମୟ ପାଇଁ କେବଳ ଭାରତର ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ଦୃଶ୍ୟମାନ ହେବ । ଏଥି ସହିତ ଆମେରିକା, ଉତ୍ତର ୟୁରୋପ, ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଏବଂ ପ୍ରଶାନ୍ତ ମହାସାଗରରେ ଏହି ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। 

Also Read: କେରଳରେ ତାଣ୍ଡବ ରଚୁଛି ବର୍ଷା; ଏପର୍ଯ୍ୟନ୍ତ ୧୫ ଜଣଙ୍କର ହୋଇ ସାରିଲାଣି ମୃତ୍ୟୁ, ଅନେକ ନିଖୋଜ

ସେପଟେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ (Solar eclipse) ସମୟରେ ଏହାର କିଛିଟା ପ୍ରଭାବ ଦେଖିବାକୁ ମିଳିଥାଏ ରାଶି ଉପରେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଚନ୍ଦ୍ରଗ୍ରହଣ ବୃଷ ଏବଂ କ୍ରୃତିକା ନକ୍ଷତ୍ରରେ ହେବ। ତେଣୁ, ବୃଷ ରାଶି (Taurus Zodiac Sign)ଲୋକଙ୍କ ପାଇଁ ଏହା ଭଲ ହେବ ନାହିଁ । ଏହି ରାଶିର ବ୍ୟକିବିଶେଷଙ୍କୁ ଯୁକ୍ତିତର୍କ ଏବଂ ଅପଚୟ ଖର୍ଚ୍ଚରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

Also Read: ଦୁନିଆର ଏମିତି କିଛି ଭୟଙ୍କର Jungle, ଯେଉଁଠିକୁ ଯାଇ କେବେ ଫେରିନାହାଁନ୍ତି ପଥଚାରୀ

ଚନ୍ଦ୍ରଗ୍ରହଣ ସମୟରେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ: 

ଚନ୍ଦ୍ରଗ୍ରହଣର ସମୟରେ କିଛି ଖାଆନ୍ତୁ ନାହିଁ କିମ୍ବା ପିଅନ୍ତୁ ନାହିଁ ଏବଂ ଯଥାସମ୍ଭବ ଭଗବାନଙ୍କୁ ଉପାସନା କରନ୍ତୁ। ରନ୍ଧା ଖାଦ୍ୟରେ ତୁଳସୀ ପତ୍ର (Tulasi leaf)  ବ୍ୟବହାର କରନ୍ତୁ। ଚନ୍ଦ୍ର ଗ୍ରହଣ ପରେ ସ୍ନାନ କରିବା ନିହାତି ଜରୁରୀ । ଚନ୍ଦ୍ର ଗ୍ରହଣ ଛାଡ଼ିବା ପରେ ଗଙ୍ଗାଜଳ ଘର ଭିତର ଓ ବାହାରେ ସିଞ୍ଚନ କରନ୍ତୁ । ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ଘରୁ ବାହାରକୁ ଯିବା ଉଚିତ୍ ନୁହେଁ।