Chandra Gochar 2024: ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗ୍ରହ ନକ୍ଷତ୍ରଙ୍କ ଚଳନର ବିଶେଷ ମହତ୍ୱ ରହିଛି । ଗ୍ରହ ନକ୍ଷତ୍ରଙ୍କ ଚଳନ ପ୍ରତ୍ୟେକ ରାଶିର ବ୍ୟକ୍ତିଙ୍କ ଜୀବନରେ ଉଭୟ ସକରାତ୍ମକ ବା ନକାରାତ୍ମକ ପ୍ରଭାବ ପକାଇଥାଏ । ଅନେକ ସମୟରେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ ସମୟରେ ରାଜଜୋଗ ସୃଷ୍ଟି ହୋଇଥାଏ । ଯାହାର ପ୍ରଭାବରେ କିଛି ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳୁଥିବା ସମୟରେ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ ଫଳ ମିଳିଥାଏ । ରାଶିରେ ଚନ୍ଦ୍ରର ଦୃଢ ସ୍ଥିତି ଜୀବନରେ ସୁଖ ଏବଂ ଶାନ୍ତି ଆଣିଥାଏ । ମାନସିକ ଚାପରୁ ମୁକ୍ତି ପାଇଥାଏ ମଣିଷ । ଚନ୍ଦ୍ର କର୍କଟ ରାଶିର ଆରାଧ୍ୟ ଭାବରେ ପରିଗଣିତ ହୁଅନ୍ତି । ଚନ୍ଦ୍ରଙ୍କୁ ମନ, ସୁଖ, ଶାନ୍ତି, ସ୍ୱାସ୍ଥ୍ୟ ଏବଂ ପ୍ରେମର କାରକ ଭାବରେ ବିବେଚନା କରାଯାଏ । ଫେବୃଆରୀ ୧୮ ରେ, ଚନ୍ଦ୍ର ମିଥୁନ ରାଶିରୁ ବାହାରି କର୍କଟ ରାଶିରେ ପ୍ରବେଶ କରିବେ । ଯେଉଁ କାରଣରୁ କିଛି ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ତେବେ କେଉଁ ରାଶିର ବ୍ୟକ୍ତିମାନେ ଉପକୃତ ହେବେ ଆସନ୍ତୁ ଜାଣିବା ।


COMMERCIAL BREAK
SCROLL TO CONTINUE READING

କୁମ୍ଭ
ଚନ୍ଦ୍ରଙ୍କ ଚଳନ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବାକୁ ଯାଉଛି । ଆପଣଙ୍କ ଘରେ ସୁଖ, ସମୃଦ୍ଧି ବଢିବା ସହ ଶାନ୍ତି ମିଳିବ । ଆୟ ପୂର୍ବାପେକ୍ଷା ବୃଦ୍ଧି ପାଇବ । ଆପଣ ଜୀବନ ସାଥୀଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ବିଦେଶରେ ଅଧ୍ୟୟନ କରିବାର ଇଚ୍ଛା ପୂରଣ ହେବାର ସୌଭାଗ୍ୟ ମିଳିବ ।


କର୍କଟ
କର୍କଟ ରାଶିର ବ୍ୟକ୍ତି ବିଶେଷ ଚନ୍ଦ୍ରଙ୍କ ଚଳନରୁ ଉପକୃତ ହେବେ । ଧନ ଏବଂ ସମୃଦ୍ଧତା ଲାଭ କରିବେ । ଦୀର୍ଘ ଦିନ ପରେ ଆପଣଙ୍କ ଇଚ୍ଛା ପୂରଣ ହେବ । ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ବୃଦ୍ଧି ପାଇବ । ଆପଣ ନୂଆ ଘର କିମ୍ୱା ଜମି କିଣିପାରନ୍ତି । ପ୍ରତି କ୍ଷେତ୍ରରେ ଆପଣଙ୍କୁ ସମ୍ମାନ ମିଳିବ ।


କନ୍ୟା
ଆପଣଙ୍କ ପାଇଁ ସଫଳତାର ଦ୍ୱାର ଖୋଲିବାକୁ ଯାଉଛି । ଛାତ୍ରମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ । ବୈବାହିକ ଜୀବନରେ ଆନନ୍ଦ ମିଳିବ । ପ୍ରେମ ସମ୍ପର୍କ ବିବାହରେ ପରିଣତ ହେବାର ସମ୍ଭାବନା ରହିଛି । ବିନିଯୋଗ କରିବା ପାଇଁ ଏହି ସମୟ ଭଲ । ସ୍ୱାସ୍ଥ୍ୟ ଭଲ ରହିବ ।


ମେଷ
କର୍କଟରେ ଚନ୍ଦ୍ରଙ୍କ ଚଳନ ମେଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ । ପୁଞ୍ଜି ବିନିଯୋଗ କରିବା ପାଇଁ ଏହା ଉପଯୁକ୍ତ ସମୟ । ନୂତନ ଘର କିମ୍ବା ଜମି କିଣିବାର ସୁଯୋଗ ମିଳିପାରେ । ମିଠା କଥାରେ ଲୋକଙ୍କ ମନ ଜିତିବାରେ ସକ୍ଷମ ହେବେ ।  ସଫଳତାର ସମ୍ଭାବନା ଅଧିକ ରହିବ ।


ବୃଷ
ଚନ୍ଦ୍ରଙ୍କ ଚଳନରୁ ଆପଣଙ୍କୁ ବିଶେଷ ଲାଭ ମିଳିବ । କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି କରିପାରନ୍ତି । ପ୍ରାପ୍ତ ବୟସ୍କଙ୍କ ପାଇଁ ବିବାହର ଯୋଗ ରହିଛି । ନୂଆ ଚାକିରି ମିଳିପାରେ । ବ୍ୟବସାୟରେ ଲାଭ ହେବ ।


Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।


Also Read- Lokmanya Tilak Train Accident: ଫାଟକ ଅତିକ୍ରମ ସମୟରେ ଜେସିବିକୁ ଧକ୍କା ଦେଲା ଟ୍ରେନ୍


Also Read- କଟକ ନୂଆବଜାର ଛକରେ ଟ୍ରକ୍ ଧକ୍କା: ମହିଳା ମୃତ, ୨ ଗୁରୁତର