)
Top 5 Lucky Zodiac Sign, 22 December 2025: ଡିସେମ୍ବର ୨୨ ସୋମବାର ପୌଷ ମାସ ଶୁକ୍ଳ ପକ୍ଷର ଦ୍ୱିତୀୟା ପରେ ତୃତୀୟା ହେବ । ଦିନଟି ଭଗବାନ ଶିବଙ୍କୁ ସମର୍ପିତ । ଚନ୍ଦ୍ର ଉତ୍ତରାଷାଢା ନକ୍ଷତ୍ର ଦେଇ ଚଳନ କରିବେ। ଚନ୍ଦ୍ରଙ୍କ ଚଳନରୁ ଏକ ସଂଯୋଗ ସୃଷ୍ଟି ହେଉଛି। ଚନ୍ଦ୍ରରୁ ଷଷ୍ଠ ଘରେ ବୃହସ୍ପତିଙ୍କ ସ୍ଥିତି କାରଣରୁ ବସୁମାନ ଯୋଗ ଗଠନ ହେବ । ଉତ୍ତରାଷାଢା ନକ୍ଷତ୍ରର ସଂଯୋଗରୁ ଧ୍ରୁବ ଯୋଗ ଗଠନ ହେବ । ଫଳ ସ୍ୱରୂପ ମେଷ, କର୍କଟ, ତୁଳା, ଧନୁ ଏବଂ ମକର ପାଇଁ ଦିନଟି ବିଶେଷ ଶୁଭଫଳ ପ୍ରଦାନ କରିବ ।
ମେଷ ରାଶି
ଆପଣଙ୍କ ପାଇଁ ଦିନଟି ଖୁସି ଆଣିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଏକାଧିକ ଉତ୍ସରୁ ଲାଭ ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ। ସରକାରୀ କ୍ଷେତ୍ରରୁ ଲାଭ ମିଳିପାରେ । ପାରିବାରିକ ଜୀବନରେ ଖୁସି ପାଇବେ । ବ୍ୟବସାୟ କରୁଥିଲେ ଦିନଟି ଅଧିକ ଲାଭଦାୟକ । ପ୍ରେମ ଜୀବନ ରୋମାଣ୍ଟିକ ରହିବ । ବୈବାହିକ ଜୀବନରେ ଖୁସି ଖବର ମିଳିପାରେ । କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ଭାଇ ଭଉଣୀଙ୍କ ସହ ସମୟ ବିତାଇବାକୁ ସକ୍ଷମ ହେବେ ।
କର୍କଟ ରାଶି
ଆପଣଙ୍କ ପାଇଁ ଦିନଟି ଉପଭୋଗ୍ୟ । ଅନେକ କ୍ଷେତ୍ରରେ ଆପଣ ଲାଭ ପାଇବେ। କର୍ମକ୍ଷେତ୍ରରେ ବିପରୀତ ଲିଙ୍ଗର ସହକର୍ମୀଙ୍କ ଠାରୁ ବିଶେଷ ସମର୍ଥନ ପାଇବେ। ବନ୍ଧୁ କିମ୍ବା ପରିଚିତ ବ୍ୟକ୍ତିଙ୍କୁ ଭେଟିବାର ସମ୍ଭାବନା ରହିଛି। ପ୍ରେମ ଜୀବନରେ ଶୁଭଫଳ ରହିଛି । ଜୀବନସାଥୀଙ୍କ ସହ ଦୂରଯାତ୍ରା କରିପାରନ୍ତି । ନୂଆ ଯାନବାହନ କିଣିବାକୁ ଚାହୁଁଥିଲେ ଦିନଟି ଅନୁକୂଳ । ବ୍ୟାଙ୍କ୍ କାର୍ଯ୍ୟ ସହ ଜଡିତ ଥିଲେ ଅଧିକ ଲାଭ ମିଳିପାରେ । ସେୟାର ବଜାରରୁ ମଧ୍ୟ ଲାଭ ମିଳିବାର ସମ୍ଭାବନା ରହିଛି ।
ତୁଳା ରାଶି
ଆପଣଙ୍କ ପାଇଁ ଦିନଟି ସଫଳତା ଆଣିଦେବ । ଆପଣଙ୍କର ଖ୍ୟାତି ବଢିବ। ବନ୍ଧୁମାନଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ। କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ଫଳାଫଳ ପାଇବେ । ପାରିବାରିକ ଜୀବନରେ ପ୍ରେମ ଏବଂ ସମନ୍ୱୟ ବଢିବ । ପ୍ରେମ ଏବଂ ବୈବାହିକ ଜୀବନରେ ସାଥୀଙ୍କ ସମର୍ଥନ ରହିବ । ଆୟ ବୃଦ୍ଧି ପାଇବ। କାର୍ଯ୍ୟକ୍ଷେତ୍ରରେ ଦୂରଯାତ୍ରା କରିପାରନ୍ତି । ଦୂରଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ସରକାରୀ କ୍ଷେତ୍ରରୁ ଲାଭ ମିଳିବାର ସମ୍ଭାବନା ଅଛି।
ଧନୁ ରାଶି
ଆପଣଙ୍କ ପାଇଁ ଦିନଟି ଲାଭଦାୟକ ଫଳାଫଳ ଆଣିଦେବ। ଦୀର୍ଘକାଳୀନ ସଞ୍ଚୟ ଯୋଜନାରେ ଟଙ୍କା ନିବେଶ କରୁଥିଲେ ଅଧିକ ଲାଭ ମିଳିପାରେ। ଏକାଧିକ ଉତ୍ସରୁ ଟଙ୍କା ରୋଜଗାର କରିବାର ସୁଯୋଗ ପାଇବେ। କୌଣସି ସ୍ଥାନରେ ଟଙ୍କା ଅଟକି ରହିଥିଲେ ଫେରି ପାଇବାର ସମ୍ଭାବନା ରହିଛି। ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାରେ ସକ୍ଷମ ହେବେ । କୌଣସି ବ୍ୟବସାୟିକ ଚୁକ୍ତି ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି। ଶିକ୍ଷାଗତ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ସକାରାତ୍ମକ ରହିବ। ବୈବାହିକ ଜୀବନରେ ସୁଖ ପାଇବେ ।
ମକର ରାଶି
ଆପଣଙ୍କ ରାଶିରେ ଚନ୍ଦ୍ରଙ୍କ ଚଳନ ହେବ । ଆପଣଙ୍କ ମନୋବଳ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ନିଜ ପ୍ରୟାସଠାରୁ ଅଧିକ ଲାଭ ହାସଲ କରିବାରେ ସକ୍ଷମ ହେବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବାରୁ ଖୁସି ଅନୁଭବ କରିବେ । ସାଙ୍ଗସାଥୀଙ୍କ ସହ ମଜାଦାର ସମୟ ବିତାଇବାକୁ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କଠାରୁ ସମର୍ଥନ ମିଳିବ। ନିଜ ସୃଜନଶୀଳତା କ୍ଷମତାରୁ ଲାଭ ପାଇବେ। ବୈବାହିକ ଜୀବନ ସୁଖପ୍ରଦ ହେବ। ପ୍ରେମ ଜୀବନରେ ସାଥୀଙ୍କ ସହିତ ସୁଖଦ ସମୟ ବିତାଇବାକୁ ସୁଯୋଗ ପାଇବେ।
Disclaimer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।