)
Top 5 Lucky Zodiac Sign, 28 December 2025: ୨୮ ଡିସେମ୍ବର ରବିବାର ପୌଷ ମାସର ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି । ଚନ୍ଦ୍ର ମୀନ ରାଶିରେ ଚଳନ କରିବେ। ଏହି ଚଳନ ସମୟରେ ଚନ୍ଦ୍ର ମଙ୍ଗଳ ଏବଂ ବୃହସ୍ପତିଙ୍କ କେନ୍ଦ୍ରରେ ରହିବେ। ଚନ୍ଦ୍ରଙ୍କ ଉପରେ ମଙ୍ଗଳଙ୍କ ଦୃଷ୍ଟି ଧନ ଲକ୍ଷ୍ମୀ ଯୋଗ ଗଠନ କରିବ। ସୂର୍ଯ୍ୟ ଏବଂ ଶୁକ୍ରଙ୍କ ସଂଯୋଗରୁ ଦିନଟିରେ ଶୁକ୍ରାଦିତ୍ୟ ଯୋଗ ଗଠନ ହେଉଛି। ଉତ୍ତରଭାଦ୍ରପଦ ନକ୍ଷତ୍ର ସଂଯୋଗରୁ ରବି ଯୋଗ ଏବଂ ସର୍ବାର୍ଥ ସିଦ୍ଧି ଯୋଗ ଗଠନ ହେବ । ବୃଷ, କର୍କଟ, ସିଂହ, ତୁଳା ଏବଂ ମକର ରାଶିର ବ୍ୟକ୍ତିବିଶେଷ କେଉଁ କ୍ଷେତ୍ରରେ ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।
ବୃଷ ରାଶି
ଆପଣଙ୍କ ପାଇଁ ଦିନଟି ଖୁସି ଏବଂ ଲାଭ ଅର୍ଜନର ସୁଯୋଗ ଆଣିଦେବ। ବ୍ୟବସାୟରେ ଭଲ ଲାଭ ହାସଲ କରିବାରେ ସକ୍ଷମ ହେବେ । ବିଳାସପୂର୍ଣ୍ଣ ଜିନିଷ ପାଇବାର ସମ୍ଭାବନା ରହିଛି। କୌଣସି ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହିତ ଦେଖା ସାକ୍ଷାତ କରିପାରନ୍ତି । ପ୍ରେମ ଜୀବନ ରୋମାଣ୍ଟିକ ହେବ। ନିଜ ମନ ପସନ୍ଦର ଖାଦ୍ୟ ଉପଭୋଗ କରିବେ । ପିତାଙ୍କଠାରୁ ସମର୍ଥନ ପାଇବେ। ବୈବାହିକ ଜୀବନରେ ନୂଆବର୍ଷ ପାଳନ ନେଇ ଯୋଜନା କରିପାରନ୍ତି । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । କୌଣସି ସୁତ୍ରରୁ ଅର୍ଥ ପ୍ରାପ୍ତି ହୋଇପାରେ ।
କର୍କଟ ରାଶି
ରବିବାର ଆପଣ ବିଭିନ୍ନ କ୍ଷେତ୍ରରୁ ଲାଭ ପାଇବେ। କୌଣସି ଦ୍ୱନ୍ଦ୍ୱର ସମ୍ମୁଖୀନ ହେଉଥିଲେ ତାହା ଦୂର ହୋଇଯିବ । ନିଜ ପ୍ରତିଭା ଏବଂ ଦକ୍ଷତା ଦ୍ୱାରା ଆଗକୁ ବଢିବାରେ ସକ୍ଷମ ହେବେ । କିଛି ଗୁରୁତ୍ୱପୂର୍ଣ୍ଣ କାମ ଶେଷ ହେବା ଦ୍ୱାରା ମନ ଖୁସି ରହିବ । ବିଦେଶୀ ଉତ୍ସରୁ ଲାଭ ମିଳିବାର ସମ୍ଭାବନା ରହିଛି । ବୈବାହିକ ଜୀବନରେ ଭଲ ସମନ୍ୱୟ ରହିବ । ଜୀବନସାଥୀଙ୍କ ଠାରୁ ଆଶ୍ଚର୍ଯ୍ୟଜନକ ଜିନିଷ ମିଳିପାରେ । ପରିବାର ସହ କୌଣସି ଉତ୍ସବରେ ଯୋଗ ଦେଇପାରନ୍ତି ।
ସିଂହ ରାଶି
ମାନ ସମ୍ମାନ ବୃଦ୍ଧି ହେବ । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିବ । ଜଣେ ବନ୍ଧୁ କିମ୍ବା ପରିଚିତ ବ୍ୟକ୍ତିଙ୍କ ସାହାଯ୍ୟରୁ ଲାଭ ମିଳିପାରେ । ପରିବାର ସଦସ୍ୟଙ୍କ ସହିତ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି । ବ୍ୟବସାୟରେ ଜଡିତ ଥିଲେ ଲାଭ ଅର୍ଜନ ପାଇଁ ବିଶେଷ ସୁଯୋଗ ମିଳିବ। ପରିବାରରେ ଶୁଭ କାର୍ଯ୍ୟକ୍ରମ ହୋଇପାରେ। ଆର୍ଥିକ ସଙ୍କଟ ଦୂରେଇଯିବ ।
ତୁଳା ରାଶି
ଆପଣଙ୍କ ପାଇଁ ରବିବାର ଲାଭଦାୟକ ହେବ । କୌଣସି ସୁତ୍ରରୁ ବିଶେଷ ଲାଭ ମିଳିପାରେ । ମାନ ସମ୍ମାନ ବୃଦ୍ଧି ପାଇବ । ପ୍ରତିଯୋଗିତା ଏବଂ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିବେ। ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହିତ ମନୋରଞ୍ଜନ କରିବାକୁ ସମୟ ପାଇବେ । ଦିନଟିରେ କିଛି ଭଲ ଖବର ପାଇବାର ମଧ୍ୟ ସମ୍ଭାବନା ରହିଛି। ପ୍ରେମ ଜୀବନରେ ସାଥୀଙ୍କୁ ସମୟ ଦେଇପାରିବେ । ବୈବାହିକ ଜୀବନ ରୋମାଣ୍ଟିକ ହେବ । ଦୂରଯାତ୍ରାରୁ ଆଶାନୁରୂପକ ଫଳାଫଳ ମିଳିବ ।
ମକର ରାଶି
ଦିନଟି ବିଭିନ୍ନ କ୍ଷେତ୍ରରେ ଆପଣଙ୍କ ପାଇଁ ଶୁଭଫଳ ଆଣିଦେବ । ନୂଆ ବର୍ଷ ପାଇଁ ଭୋଜୀ କରିବାକୁ ଯୋଜନା ହୋଇପାରେ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଉତ୍ତମ ସନ୍ତୁଳନ ବଜାୟ ରଖିପାରିବେ । ପ୍ରେମ ଜୀବନରେ ଆକର୍ଷଣ ବୃଦ୍ଧି ପାଇବ । ବିବାହଯୋଗ୍ୟ ବ୍ୟକ୍ତିବିଶେଷଙ୍କ ପାଇଁ ଭଲ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । କୌଣସି ଉତ୍ସବରେ ଯୋଗ ଦେଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ପରିବେଶ ଅନୁକୂଳ ରହିବ । ସହକର୍ମୀଙ୍କ ସମର୍ଥନ ପାଇ ଖୁସି ହେବେ ।
Disclaimer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।