Trending Photos
Astrological tips: ଚଳିତ ବର୍ଷ ରାଶିମାନଙ୍କ ଉପରେ ଶନି ବକ୍ର ଦୃଷ୍ଟି ପ୍ରଭାବ ରହିଛି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ଦେବ (Shani dev)ଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ଶନି ଦେବ ଜୁନ୍ ୧୭ରେ କୁମ୍ଭ ରାଶିରେ ବକ୍ର ପ୍ରବେଶ କରିବେ, ଶନି ଏହି ଅବସ୍ଥାରେ ୪, ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ରହିବେ। ନଭେମ୍ବର ୪ ସକାଳ ୮.୨୬ ମିନିଟରେ ଶନିଙ୍କ ଦୃଷ୍ଟି ଏହି ରାଶି ଉପରୁ ହଟିବ । ଶନିଙ୍କ ପ୍ରତ୍ୟାବର୍ତ୍ତନ ହେତୁ ୫ ଟି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନ ପ୍ରଭାବିତ (effect) ହେବ । ଏହା ସହିତ ଦେଶବାସୀ ମଧ୍ୟ ସତର୍କ (alert) ରହିବା ଆବଶ୍ୟକ | ତେବେ ଆସନ୍ତୁ ଜାଣିବା ଏହି ରାଶି ଗୁଡ଼ିକ କ’ଣ?
ଏହି ରାଶିର ବ୍ୟକ୍ତିମାନେ ହୋଇଯାଆନ୍ତୁ ସାବଧାନ
ମେଷ - ଶନିଙ୍କ ବକ୍ରଦୃଷ୍ଟି ବେଳେ ମେଷ ରାଶିର ଜାତକ ସାବଧାନ ହେବା ଆବଶ୍ୟକ । ଆପଣଙ୍କ କାର୍ଯ୍ୟରେ ବାଧା ଉପୁଜିପାରେ । ଅର୍ଥ ହରାଇବା ସହିତ ଆପଣଙ୍କ ବିବାହିତ ଜୀବନରେ ଝଗଡ଼ା ବାଦବିବାଦ ମଧ୍ୟ ଦେଖାଦେଇପାରେ ।
ବୃଷ - ଶନିଙ୍କ ବକ୍ରଦୃଷ୍ଟି ବୃଷ ପାଇଁ ମଧ୍ୟ ଶୁଭ ନୁହେଁ, ଏହି ସମୟ ମଧ୍ୟରେ ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । ବ୍ୟବସାୟରେ କ୍ଷତି ହୋଇପାରେ । ବିନିଯୋଗ ପାଇଁ ଏହା ଭଲ ସମୟ ନୁହେଁ । ଆଗାମୀ ୧୩୯ ଦିନ ପର୍ଯ୍ୟନ୍ତ ଆପଣଙ୍କୁ ସତର୍କ ରହିବାକୁ ପଡିବ ।
କର୍କଟ- ଏହି ରାଶିର ଲୋକମାନେ ଶନିଙ୍କ ପ୍ରଭାଵ ବେଳେ ସତର୍କ ହେବା ଆବଶ୍ୟକ । ଏହି ରାଶିର ଜାତକ ଉପରେ ଶନିଙ୍କ ପ୍ରଭାବ ଅଧିକ ରହିବ । ଯାହା ଆପଣଙ୍କ ଜୀବନକୁ ପ୍ରଭାବିତ କରିବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ । ଏହି ରାଶିର ବ୍ୟକ୍ତି ମାନେ ବାଦ ବିବାଦରୁ ଦୂରରେ ରହିବା ଉଚିତ୍ ।
ତୁଳା- ଶନି ବକ୍ର ସମୟରେ ତୁଳା ରାଶିର ବ୍ୟକ୍ତି ମାନଙ୍କୁ ସତର୍କ ରହିବାକୁ ପଡିବ । ଏହି ସମୟ ଆପଣଙ୍କ ପାଇଁ ବହୁତ ଗମ୍ଭୀର ରହିବ, ଆପଣ ବହୁତ ଅସୁବିଧାରେ ପଡ଼ି ପାରନ୍ତି । ଚାକିରୀରେ ସମସ୍ୟା ଉପୁଜିପାରେ । ବ୍ୟବସାୟ କରୁଥିବା ବ୍ୟକ୍ତି ଭାବିଚିନ୍ତି ନିଷ୍ପତ୍ତି ନେବେ ।
କୁମ୍ଭ- ଶନିଙ୍କ ବକ୍ର ଗତି ହେତୁ କୁମ୍ଭ ରାଶିର ଲୋକମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିବ । ଏହି ସମୟ ମଧ୍ୟରେ ଆପଣଙ୍କୁ ଶାରୀରିକ ଏବଂ ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ, ନଚେତ୍ ଦେହ ବେଶି ଖରାପ ହୋଇପାରେ ।
ଆପଣଙ୍କୁ କହିରଖୁଛୁ ଯେ, ଶନି ଦେବଙ୍କ କୃପା ଲାଭ କରିବା ପାଇଁ ଅନେକ ବ୍ୟକ୍ତି ଶନିବାର ଦିନ ଶନି ଦେବଙ୍କର ପୂଜା, ଉପାସନା କରିଥାନ୍ତି । ରାଶି ତେଲ, କଳା ବସ୍ତ୍ର, ଲୁହା କଣ୍ଟା, କଳା ଅପରାଜିତା ସହ ବିଭିନ୍ନ ଫୁଲ ଯୋଗାଡ କରି ଶନିଦେବଙ୍କର ସ୍ୱତନ୍ତ୍ର ପୂଜା କରାଯାଏ । କିଛି ବ୍ୟକ୍ତି ପ୍ରତି ଶନିବାର ନିଜ ଘରେ ଅବା ନିକଟସ୍ଥ ଶନି ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି । ଏଥିସହ ଶନିଦେବଙ୍କ ମନ୍ଦିରରେ ଦାନ କରି ନିଜର ରିଷ୍ଟ ଖଣ୍ଡନ ପାଇଁ ପ୍ରୟାସ କରନ୍ତି । ଭକ୍ତଙ୍କର ବିଶ୍ୱାସ ରହିଛି ଯେ, ଏପରି କରିବା ଦ୍ୱାରା ଶନି ଦେବଙ୍କ କୃପା ଦୃଷ୍ଟି ପଡିବା ସହ ନିଜର ଓ ପରିବାରର ମଙ୍ଗଳ ହୁଏ । ଜୀବନରୁ ସମସ୍ତ ବାଧା ଦୂର ହୋଇଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବଙ୍କ ପୂଜାରେ ବାଧା ସୃଷ୍ଟି ହେଲେ ମଙ୍ଗଳ ପରିବର୍ତ୍ତେ ଅମଙ୍ଗଳ ହୋଇଥାଏ । ତେଣୁ ଶନି ଦେବଙ୍କ ପୂଜା କରିବା ସମୟରେ ଭକ୍ତମାନେ ଯଥେଷ୍ଟ ସତର୍କତା ଅବଲମ୍ୱନ କରିଥାନ୍ତି ।
Also read- ଓଲିଉଡ଼ରେ କାଷ୍ଟିଂ କାଉଚ, ନିର୍ଦ୍ଦେଶକ ଟୁଟୁ ନାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରକୃତି ମିଶ୍ର