Chaturgrahi Yog: ଚାରୋଟି ଗ୍ରହ ଗୋଟିଏ ରାଶିରେ ଥିବାରୁ, ଚତୁଃଗ୍ରାହୀ ଯୋଗ ଗଠନ ହୋଇଥାଏ । ଚନ୍ଦ୍ର, ରାହୁ, ବୁଧ ଏବଂ ଶୁକ୍ର ମୀନ ରାଶିରେ ଭ୍ରମଣ କରୁଥିବାରୁ ଚତୁଃର୍ଗ୍ରାହୀ ଯୋଗ ଗଠନ ହେଉଛି।
)
ବୃଷ ରାଶି
ଆପଣଙ୍କ ପାଇଁ, ଏହି ଚତୁଃଗ୍ରାହୀ ଯୋଗ କୁଣ୍ଡଳୀର ଏକାଦଶ ଘରେ ଗଠିତ ହେଉଛି। ଆପଣଙ୍କର ଆୟ ବହୁତ ବଢ଼ିପାରେ। ଆୟର ନୂତନ ଉତ୍ସ ମଧ୍ୟ ମିଳିପାରେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ବିଭିନ୍ନ ସୁତ୍ରରୁ ଆପଣଙ୍କୁ ଭଲ ଖବର ମିଳିପାରେ । ଚାକିରି କରୁଛିଲେ କାର୍ଯ୍ୟ କ୍ଷେତ୍ରରେ ଲାଭଜନକ ଫଳାଫଳ ମିଳିପାରେ । ଅସଂପୂର୍ଣ୍ଣ ଇଚ୍ଛା ପୂରଣ ହେବାର ସମୟ। ସେୟାର ବଜାରରୁ ଭଲ ଲାଭ ହାସଲ କରିପାରନ୍ତି ।
)
ମିଥୁନ ରାଶି
ଆପଣଙ୍କ ପାଇଁ ଚତୁଃର୍ଗ୍ରାହୀ ଯୋଗ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ। ଏହି ଯୋଗ ଆପଣଙ୍କ କର୍ମ ଘରେ ଗଠିତ ହେଉଛି। ଚାକିରି କିମ୍ବା ବ୍ୟବସାୟ କରୁଥିଲେ ଭଲ ଲାଭ ମିଳିବ। ଆୟର ନୂତନ ଉତ୍ସ ମିଳିପାରେ । ନୂତନ ଚାକିରି ପାଇଁ ପ୍ରୟାସ କରୁଥିଲେ ଖୁସି ଖବର ପାଇବେ ।
)
କର୍କଟ ରାଶି
ଚାରୋଟି ଗ୍ରହର ମିଶ୍ରଣ ଆପଣଙ୍କୁ ବହୁତ ଶୁଭଫଳ ପ୍ରଦାନ କରିବ । ଚତୁଃର୍ଗ୍ରାହୀ ଯୋଗ ଆପଣଙ୍କ ଭାଗ୍ୟ ଘରେ ଗଠିତ ହେଉଛି। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଲାଭ ଉପାର୍ଜନ ପାଇଁ ସୁଯୋଗ ପାଇବେ । ନୂତନ ଯୋଜନା ପ୍ରଭାବଶାଳୀ ପ୍ରମାଣିତ ହେବ। କ୍ୟାରିୟର ଏବଂ ବ୍ୟବସାୟରେ ଭଲ ସଫଳତା ହାସଲ କରିବେ । ଆପଣଙ୍କର ପୁରୁଣା ଇଚ୍ଛା ଶାକାର ହୋଇପାରେ । ମନ ଖୁସି ରହିବ । କୌଣସି ଆଇନଗତ ମାମଲା ଥିଲେ ସେଥିରେ ଫଳାଫଳ ଆପଣଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ । ମାନ ସମ୍ମାନ ବଢିବାର ସମ୍ଭାବନା ରହିଛି।
)
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़