Rahu Ketu Gochar 2025: ରାହୁ ଏବଂ କେତୁଙ୍କ ଏହି ପରିବର୍ତ୍ତନ କାରଣରୁ କିଛି ରାଶିର ବ୍ୟକ୍ତିଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିପାରେ । ଯାହା ଫଳରେ ସେମାନେ ଆର୍ଥିକ କ୍ଷତି, ସ୍ୱାସ୍ଥ୍ୟ ସମସ୍ୟା ଏବଂ ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି। ଆସନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ ବିସ୍ତୃତ ତଥ୍ୟ ।
)
ମେଷ ରାଶି
ଆପଣଙ୍କ ପାଇଁ ରାହୁ ଏବଂ କେତୁଙ୍କ ଏହି ମିଶ୍ରଣ ଚ୍ୟାଲେଞ୍ଜିଂ ହୋଇପାରେ। ବ୍ୟବସାୟରେ ବାଧା ଉପୁଜିପାରେ । ଆର୍ଥିକ ସ୍ଥିତି ମଧ୍ୟ ପ୍ରଭାବିତ ହୋଇପାରେ । ଜୀବନସାଥୀଙ୍କ ସହିତ ମତଭେଦ ବଢ଼ିପାରେ । ଏହି ସମୟ ମଧ୍ୟରେ ନିଜ ମଧ୍ୟରେ ଧର୍ଯ୍ୟ ବଜାୟ ରଖନ୍ତୁ। କ୍ରୋଧକୁ ନିୟନ୍ତ୍ରଣ କରିବା ଆବଶ୍ୟକ । କୌଣସି ପୁରୁଣା ରୋଗ ଥିଲେ ତାହା ପୁନର୍ବାର ଦେଖାଦେଇପାରେ । ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ। ଏହି ସମୟ ମଧ୍ୟରେ ନୂତନ କାମ ଆରମ୍ଭ କରିବାକୁ ଚାହୁଁଥିଲେ ତାହା ନକରିବା ଭଲ ।
)
କନ୍ୟା ରାଶି
ରାହୁ ଏବଂ କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ କାରଣରୁ ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିପାରେ । କର୍ମକ୍ଷେତ୍ରରେ ସମସ୍ୟା ମଧ୍ୟ ବଢିପାରେ । ଚାକିରି କ୍ଷେତ୍ରରେ ସ୍ଥାନାନ୍ତର ହୋଇପାରେ । ମାନସିକ ଚାପ ବଢିବାର ସମ୍ଭାବନା ରହିଛି । ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବାର ସମ୍ଭାବନା ରହିଛି । ଅନାବଶ୍ୟକ ଖର୍ଚ୍ଚ ବଢିପାରେ । ଏହି ସମୟ ମଧ୍ୟରେ କୌଣସି ବଡ଼ ଆର୍ଥିକ ନିଷ୍ପତ୍ତି ନେବା ଉଚିତ ନୁହେଁ ।
)
ମୀନ ରାଶି
ରାହୁ ଏବଂ କେତୁଙ୍କ ନକ୍ଷତ୍ରରେ ପରିବର୍ତ୍ତନ ଆପଣଙ୍କ ପାଇଁ ନକରାତ୍ମକ ଫଳାଫଳ ପ୍ରଦାନ କରିବାରେ । ବିଭିନ୍ନ କ୍ଷେତ୍ରରେ ସମସ୍ୟା ଉପୁଜିପାରେ । ଟଙ୍କା ନେଣଦେଣରୁ ଦୂରେଇ ରହିବା ଭଲ । କାରଣ ଟଙ୍କା ଫେରି ପାଇବାରେ ସମସ୍ୟା ହୋଇପାରେ। ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି । ତେଣୁ ବିପଦପୂର୍ଣ୍ଣ ନିବେଶରୁ ଦୂରତା ବଜାୟ ରଖିବା ଉଚିତ। ବ୍ୟବସାୟରେ ମାନ୍ଦାବସ୍ଥା ଦେଖିବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ବରିଷ୍ଠ କିମ୍ବା କନିଷ୍ଠ ବ୍ୟକ୍ତିଙ୍କ ସହିତ ମତଭେଦ ଦେଖାଦେଇପାରେ । ଗାଡ଼ି ଚଲାଇବା ସମୟରେ ସତର୍କତା ଅବଲମ୍ୱନ କରିବା ନିହାତି ଆବଶ୍ୟକ ।
)
ରିଷ୍ଟ ଖଣ୍ଡନ ପାଇଁ ଆପଣ ପ୍ରତି ମଙ୍ଗଳବାର ପ୍ରଭୁ ହନୁମାନଙ୍କ ପୂଜା କରନ୍ତୁ ଏବଂ ସୁନ୍ଦରକାଣ୍ଡ ପାଠ କରନ୍ତୁ। ରାହୁ-କେତୁର ପ୍ରଭାବ କମ କରିବା ପାଇଁ, ମହାମୃତ୍ୟୁଞ୍ଜୟ ମନ୍ତ୍ର କିମ୍ବା ରାହୁ-କେତୁ ମନ୍ତ୍ର ଜପ କରନ୍ତୁ। ବୁଦ୍ଧିମାନ ଭାବରେ ଆର୍ଥିକ ନିଷ୍ପତ୍ତି ନିଅନ୍ତୁ। ଶାନ୍ତ ଏବଂ ସ୍ଥିର ରୁହନ୍ତୁ । ବାଦ ବିବାଦରୁ ଦୂରେଇ ରୁହନ୍ତୁ ।
)
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़