Budh Gochar 2025: ୨୭ ଏପ୍ରିଲରେ ଗ୍ରହମାନଙ୍କ ରାଜକୁମାର ଭାବେ ବିବେଚନା କରାଯାଉଥିବା ଗ୍ରହ ବୁଧ ରେବତୀ ନକ୍ଷତ୍ରରେ ଚଳନ କରିବେ । ରେବତୀ ନକ୍ଷତ୍ରର ଶାସକ ଗ୍ରହ ହେଉଛନ୍ତି ବୃହସ୍ପତି। ଏପ୍ରିଲ ମାସରେ ବୁଧଙ୍କ ଗତିରେ ପରିବର୍ତ୍ତନ କାରଣରୁ କେଉଁ ରାଶିର ଲୋକମାନେ ଲାଭ ପାଇବାର ସମ୍ଭାବନା ଅଧିକ ରହିଛି ଆସନ୍ତୁ ସେ ବିଷୟରେ ଜାଣିବା।
)
ବୃଷ ରାଶି
ବୁଧଙ୍କ ଚଳନରୁ ଆପଣଙ୍କ ଜୀବନ ପ୍ରଭାବିତ ହେବାକୁ ଯାଉଛି । ଚାକିରି କ୍ଷେତ୍ରରେ ଲାଭବାନ ହେବେ । ନୂତନ ବ୍ୟବସାୟ ଆରମ୍ଭ କରୁଥିଲେ ସମୟ ଶୁଭ । ନୂତନ ଉତ୍ସରୁ ଟଙ୍କା ମିଳିବାର ସମ୍ଭାବନା ଅଧିକ । ପୂର୍ବ ବର୍ଷ କୌଣସି ସେୟାର କିଣିଥିଲେ ସେଥିରୁ ଲାଭ ପାଇବାର ସମ୍ଭାବନା ରହିଛି । ଆଗାମୀ କିଛି ସମୟ ପାଇଁ ଆପଣ କୌଣସି ଗମ୍ଭୀର ରୋଗର ଶିକାର ହେବେ ନାହିଁ ।
)
କର୍କଟ ରାଶି
ପିଠି ଯନ୍ତ୍ରଣା ସମସ୍ୟା ଥିଲେ ଯନ୍ତ୍ରଣାରୁ ଆରାମ ପାଇବେ। ବ୍ୟବସାୟରେ ଲାଭ ବଢିବ । ସହଜରେ ଋଣ ପରିଶୋଧ କରିବାକୁ ସକ୍ଷମ ହେବେ । ବୈବାହିକ ଜୀବନରେ ଦମ୍ପତିଙ୍କ ମଧ୍ୟରେ ଚକୌଣସି ଫାଟ ଥିଲେ ତାହାର ସମାଧାନ ହେବ । ଅବିବାହିତ ଥିଲେ ବିବାହ ପ୍ରସ୍ତାବ ଚୁଡାନ୍ତ ହୋଇପାରେ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ।
)
ଧନୁ ରାଶି
ଆର୍ଥିକ ସମସ୍ୟା ଥିଲେ ସେଥିରୁ ମୁକ୍ତି ପାଇବେ । ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଖୁସି ଖବର ଆସିପାରେ । ପରିବାରରେ ଖୁସିର ପରିବେଶ ରହିବ । କଳା, ସ୍ୱାସ୍ଥ୍ୟ ଏବଂ ଗଣମାଧ୍ୟମ କ୍ଷେତ୍ର ସହିତ ଜଡିତ ଥିଲେ ଅଧିକ ଲାଭ ମିଳିବ । ସମାଜରେ ମାନ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିପାରନ୍ତି । କ୍ୟାରିୟରରେ ମଧ୍ୟ ଲାଭ ପାଇବେ।
)
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़