Shadgrahi Yoga: ୨୯ ମାର୍ଚ୍ଚ ୨୦୨୫ ରୁ ମୀନ ରାଶିରେ ଶନିଙ୍କ ଚଳନ ୭ଟି ଗ୍ରହର ସଂଯୋଗ ସୃଷ୍ଟି କରିବ । ଜ୍ୟୋତିଷ ଶାସ୍ତ୍ରରେ ଏହାକୁ 'ସପ୍ତଗ୍ରାହୀ ଯୋଗ' କୁହାଯାଏ। ଜ୍ୟୋତିଷମାନେ ଶନିଙ୍କ ଏହି ଚଳନକୁ ଚଳିତ ବର୍ଷର ମହାଚଳନ ବୋଲି କହୁଛନ୍ତି । ଏହା ୭ଟି ରାଶିରେ ବ୍ୟାପକ ସକାରାତ୍ମକ ପ୍ରଭାବ ପକାଇପାରେ ।
)
୨୮ ଜାନୁଆରୀ ୨୦୨୫ ରୁ ଶୁକ୍ର ମୀନ ରାଶିରେ ଅବସ୍ଥାନ କରିଛନ୍ତି । ୨୭ ଫେବୃଆରୀ ୨୦୨୫ ରୁ ମୀନ ରାଶିରେ ବୁଧ ଚଳନ କରିଛନ୍ତି । ସୂର୍ଯ୍ୟ ମଧ୍ୟ ୧୪ ମାର୍ଚ୍ଚ, ୨୦୨୫ ରୁ ଚଳନ କରିବେ। ୨୮ ମାର୍ଚ୍ଚ ୨୦୨୫ରେ ଚନ୍ଦ୍ର ମୀନ ରାଶିରେ ସଞ୍ଚାର କରିବେ। ରାହୁ ମଧ୍ୟ ପୂର୍ବରୁ ମୀନ ରାଶିରେ ଅବସ୍ଥିତ ରହିବେ। ସେହି ସମୟରେ, ୨୯ ମାର୍ଚ୍ଚ ୨୦୨୫ରେ ଶନି ଏହି ରାଶିରେ ଚଳନ କରିବା କାରଣରୁ ସପ୍ତଗ୍ରାହୀ ଯୋଗ ଗଠନ ହେବ।
)
୨୯ ମାର୍ଚ୍ଚ, ୨୦୨୫ରେ ଶନିଙ୍କ ସହିତ ଗ୍ରହମାନଙ୍କର ଏହି ମହାସଂଯୋଗ କାରଣରୁ ସମସ୍ତ ୧୨ଟି ରାଶିର ବ୍ୟକ୍ତି ପ୍ରଭାବିତ ହେବେ । କିନ୍ତୁ ବିଶେଷ କରି ୭ଟି ରାଶିର ଭାଗ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।
)
ମେଷ ରାଶି
ସପ୍ତଗ୍ରାହୀ ଯୋଗ ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ । କ୍ୟାରିୟର ଏବଂ ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ । ବ୍ୟବସାୟୀଙ୍କୁ ନୂଆ ପ୍ରୋଜେକ୍ଟରେ ସଫଳତା ମିଳିବାର ସମ୍ଭାବନା ଅଧିକ । ଆୟର ନୂଆ ଉତ୍ସ ସୃଷ୍ଟି ହେବ । ନିବେଶରୁ ଭଲ ଲାଭ ମିଳିବାର ସମ୍ଭାବନା ରହିଛି।
)
ବୃଷ ରାଶି
ଆପଣଙ୍କ ପାଇଁ ଏହି ଚଳନ ଆର୍ଥିକ ଉନ୍ନତି ଆଣିଦେବ । ପାରିବାରିକ ସୁଖ ପାଇବେ । ପୁରୁଣା ନିବେଶରୁ ଭଲ ଲାଭ ପାଇବେ । ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି। ନୂଆ ନିବେଶ କରିବାକୁ ଚାହୁଁଥିଲେ ସମୟ ଶୁଭ। ପରିବାରରେ ସୁଖ ଏବଂ ସମନ୍ୱୟ ରହିବ। ପ୍ରେମ ସମ୍ପର୍କରେ ମଧୁରତା ପରିଲକ୍ଷିତ ହେବ । ସ୍ୱାସ୍ଥ୍ୟ ଭଲ ରହିବ ।
)
କର୍କଟ ରାଶି
ଆପଣଙ୍କ ପାଇଁ ଏହି ଚଳନ ବିଭିନ୍ନ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ । କ୍ୟାରିଅର ଏବଂ ବିଦେଶ ଭ୍ରମଣର ସୁଯୋଗ ରହିଛି । ଚାକିରି କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଆପଣଙ୍କ ପ୍ରୟାସକୁ ପ୍ରଶଂସା ମିଳିବ । ବିଦେଶ ଯାତ୍ରା କରିବାର ସମ୍ଭାବନା ରହିଛି । ଆୟର ନୂତନ ଉତ୍ସ ସୃଷ୍ଟି ହେବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ ।
)
ସିଂହ ରାଶି
ଆପଣଙ୍କ ପାଇଁ ଏହି ସମୟ ଶୁଭଫଳ ପ୍ରଦାନ କରିବ । ସାମାଜିକ ପ୍ରତିଷ୍ଠା ବଢିବ । ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି । ଆପଣଙ୍କ କଠିନ ପରିଶ୍ରମକୁ ପ୍ରଶଂସା ମିଳିବ । ସମାଜରେ ଆପଣଙ୍କର ପ୍ରଭାବ ଏବଂ ପ୍ରତିଷ୍ଠା ବଢିବାକୁ ଲାଗିବ । ବ୍ୟବସାୟୀମାନେ ନୂଆ ଚୁକ୍ତିନାମାରୁ ଲାଭ ପାଇବେ। ନିବେଶ ପାଇଁ ଏହା ଉପଯୁକ୍ତ ସମୟ।
)
କନ୍ୟା ରାଶି
ଆପଣଙ୍କ ପାଇଁ ଏହି ଚଳନ କ୍ୟାରିୟରରେ ଉନ୍ନତି ଆଣିଦେବ । କ୍ୟାରିୟରରେ ଦ୍ରୁତ ଅଭିବୃଦ୍ଧି ହାସଲ କରିବେ । ଶାରୀରିକ ଏବଂ ମାନସିକ ଚାପରୁ ମୁକ୍ତି ପାଇବେ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାର ଆବଶ୍ୟକତା ଅଛି। ଜୀବନରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବେ । ପ୍ରତ୍ୟକ ପରିସ୍ଥିତିକୁ ଆପଣ ସହଜରେ ମୁକାବିଲା କରିବାରେ ସମର୍ଥ ହେବେ ।
)
ମକର ରାଶି
ଆପଣଙ୍କ ପାଇଁ ଏହି ସମୟ ଜୀବନରେ ନୂଆ ସଫଳତା ଆଣିଦେବ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । କ୍ୟାରିୟର କ୍ଷେତ୍ରରେ ନୂଆ ସଫଳତା ହାସଲ କରିବେ । କଠିନ ପରିଶ୍ରମର ଉପଯୁକ୍ତ ଫଳାଫଳ ପାଇବେ । ସମାଜରେ ଆପଣଙ୍କର ପ୍ରଭାବ ବଢିବ । ଆପଣଙ୍କ କଥାକୁ ସଭିଏଁ ଗମ୍ଭୀରତାର ସହ ବିଚାର କରିବେ । ବ୍ୟବସାୟୀମାନେ ନୂତନ ଚୁକ୍ତିନାମାରୁ ଲାଭ ପାଇବେ। ପୁଞ୍ଜି ନିବେଶ କରିବାକୁ ଚାହୁଁଥିଲେ ସମୟ ଶୁଭ ।
)
ମୀନ ରାଶି
ଆପଣଙ୍କ ରାଶିରେ ସବୁଠାରୁ ଅଧିକ ପ୍ରଭାବ ପଡିବ । ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିବ । ବିଭିନ୍ନ ସୁତ୍ରରୁ ଆପଣ ସଫଳତା ପାଇବେ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ଆୟର ନୂତନ ଉତ୍ସ ଆପଣଙ୍କୁ ମିଳିବ । ଆର୍ଥିକ ସ୍ଥିତି ଭଲ ରହିବ । ନିବେଶରୁ ଆପଣ ଲାଭ ପାଇବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ସମୟ ସ୍ୱାଭାବିକ ।
)
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़