Grah Gochar 2025: ଏପ୍ରିଲ୍ ଆରମ୍ଭରେ ମଙ୍ଗଳ ରାଶି ପରିବର୍ତ୍ତନ କରିବେ । ଏହାର ଦୁଇ ଦିନ ପୂର୍ବରୁ ଶୁକ୍ରଙ୍କ ଗତିରେ ପରିବର୍ତ୍ତନ ହେବ। ଆସନ୍ତୁ ଜାଣିବା ଏପ୍ରିଲ ମାସରେ ଶୁକ୍ରଙ୍କ ଚଳନରୁ କେଉଁ ରାଶିକୁ ବିଶେଷ ଲାଭ ମିଳିବାର ସମ୍ଭାବନା ରହିଛି।
)
Grah Gochar 2025: ମଙ୍ଗଳ ଚଳନ ଦୁଇ ଦିନ ପୂର୍ବରୁ, ୧ ଏପ୍ରିଲ ୨୦୨୫ ସକାଳ ୪:୨୫ ସମୟରେ ଶୁକ୍ର ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ଚଳନ କରିବେ। ପୂର୍ବ ଭାଦ୍ରପଦ ନକ୍ଷତ୍ରର ଅଧିପତି ହେଉଛନ୍ତି ବୃହସ୍ପତି । ଆସନ୍ତୁ ଜାଣିବା ଏପ୍ରିଲ ମାସରେ ଶୁକ୍ରଙ୍କ ଚଳନରୁ କେଉଁ ତିନୋଟି ରାଶି ବେଶି ଲାଭବାନ ହେବେ ବୋଲି ଜ୍ୟୋତିଷ ଆକଳନ କରିଛନ୍ତି ।
)
କର୍କଟ ରାଶି
ମଙ୍ଗଳର ଚଳନ ପୂର୍ବରୁ ଆପଣଙ୍କୁ ଶୁକ୍ରଙ୍କ କୃପା ମିଳିବ । ତେଣୁ ବିଶେଷ ଲାଭ ମିଳିବାର ସମ୍ଭାବନା ରହିଛି। କୌଣସି ମାମଲା କୋର୍ଟରେ ବିଚାରାଧୀନ ଥିଲେ ତାହାର ଫଳାଫଳ ଆପଣଙ୍କୁ ସୁହାଇବା ପରି ଆସିପାରେ । ପାରିବାରିକ ଅଶାନ୍ତି ଥିଲେ ତାହାର ସମାଧାନ ହୋଇଯିବ । ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ବଢିବ । ଅବିବାହିତ ଥିଲେ ବିବାହ ପ୍ରସ୍ତାବ ଆସିପାରେ। ବ୍ୟବସାୟୀମାନଙ୍କର ଲାଭ ବଢିବ । ନିଜସ୍ୱ ଘର କିଣିବାର ସ୍ୱପ୍ନ ଥିଲେ ତାହା ପୂରଣ ହୋଇପାରେ।
)
ତୁଳା ରାଶି
ଶୁକ୍ରଙ୍କ ବିଶେଷ ଆଶୀର୍ବାଦ ଆପଣ ପାଇବେ । ଆପଣଙ୍କର ଧନ ଏବଂ ସମୃଦ୍ଧି ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ଶୁଭଫଳ ପାଇବେ । ନିଜସ୍ୱ ବ୍ୟବସାୟରେ ଲାଭ ପ୍ରଚୁର ମିଳିବ। ଲାଭ ବୃଦ୍ଧି କାରଣରୁ ସଞ୍ଚୟ କରିପାରିବେ । ଯାନବାହାନ କିଣିବାକୁ ଚାହୁଁଥିଲେ ସମୟ ଶୁଭ ।
)
ମୀନ ରାଶି
ପୂର୍ବ କାମ ଗୁଡିକୁ ଶେଷ କରିବାରେ ସଫଳ ହେବେ । କୋର୍ଟରେ କୌଣସି ମାମଲା ଚାଲିଥିଲେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିବାର ସମ୍ଭାବନା ରହିଛି । ବ୍ୟବସାୟରେ ଆର୍ଥିକ ଲାଭ ପାଇବେ । ଋଣ ଆଣିଥିଲେ ତାହା ପରିଶୋଧ କରିବାରେ ସକ୍ଷମ ହେବେ । ବିବାହିତ ବ୍ୟକ୍ତି ଜୀବନସାଥୀଙ୍କ ଠାରୁ ଉପହାର ପାଇପାରନ୍ତି । ଦୂରଯାତ୍ରା କରିପାରନ୍ତି ।
)
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़