Advertisement
Photo Details/zeeodisha/odisha2700227
Zee OdishaPhotosGuru Gochar 2025: ଗୁରୁ ଚଳନରୁ ୫ ରାଶିକୁ ମିଳିବ ଆର୍ଥିକ ଲାଭ
photoDetails0hindi

Guru Gochar 2025: ଗୁରୁ ଚଳନରୁ ୫ ରାଶିକୁ ମିଳିବ ଆର୍ଥିକ ଲାଭ

Guru Rashi Parivartan 2025: ମଇ ମାସରେ ଦେବଗୁରୁ ବୃହସ୍ପତି ବୁଧଙ୍କ ରାଶି ମିଥୁନରେ ଚଳନ କରିବେ । ଯାହା ପାଞ୍ଚଟି ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ । ଆସନ୍ତୁ ଜାଣିବା ବୃହସ୍ପତିଙ୍କ ଚଳନ କାରଣରୁ କେଉଁ ରାଶିର ବ୍ୟକ୍ତି ଉପକୃତ ହେବେ ।

1/6

ମେଷ ରାଶି

ଆପଣଙ୍କ ପାଇଁ ବୃହସ୍ପତିଙ୍କ ଚଳନ ଶୁଭ ସାବ୍ୟସ୍ତ ହୋଇପାରେ । କ୍ୟାରିୟରରେ ପ୍ରଗତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ନୂଆ ଚାକିରି ଖୋଜୁଥିଲେ ମିଳିବାର ସମ୍ଭାବନା ରହିଛି । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କୁ ପ୍ରଶଂସା କରିବେ । ନିଜ କାମରେ ଆପଣ ସନ୍ତୁଷ୍ଟ ଅନୁଭବ କରିବେ ।

2/6

ବୃଷ ରାଶି

ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ଉପରେ ଶୁଭ ପ୍ରଭାବ ପକାଇବ। ବିଭିନ୍ନ ସୁତ୍ରରୁ ଆର୍ଥିକ ଲାଭ ମିଳିପାରେ। ପ୍ରେମ ଜନିତ ସମସ୍ୟା ଥିଲେ ତାହା ଦୂର ହେବ । ଟଙ୍କା ରୋଜଗାର ପାଇଁ ନୂଆ ରାସ୍ତା ଖୋଲିବ। ବ୍ୟବସାୟୀରେ ବଡ଼ ବଡ଼ ଡିଲ୍ କରିପାରନ୍ତି । ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି ।

3/6

ମିଥୁନ ରାଶି

ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ସମ୍ଭାବନା ରହିଛି । ପିଲାମାନଙ୍କଠାରୁ ଆପଣଙ୍କୁ ଭଲ ଖବର ମିଳିପାରେ। ଅବିବାହିତ ଥିଲେ ବିବାହ ପ୍ରସ୍ତାବ ଆସିପାରେ। ଟଙ୍କା ରୋଜଗାର ପାଇଁ ନୂଆ ରାସ୍ତା ଫିଟିବ । ପ୍ରେମ ଜୀବନରେ ସୁଖଦ ସମୟ ଆରମ୍ଭ ହେବ ।

4/6

ତୁଳା ରାଶି

ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଆପଣଙ୍କୁ ବିଶେଷ ଲାଭ ଦେବ । ଆପଣଙ୍କ ଜୀବନରେ ଖୁସି ଆସିବ। କଠିନ ପରିଶ୍ରମର ଉପଯୁକ୍ତ ଫଳାଫଳ ପାଇବେ । ଆର୍ଥିକ ସମସ୍ୟା ଦୂର ହେବ । ଆୟ ବଢାଇବାର ଉପାୟ ଖୋଜି ସଫଳ ହେବେ । ଆଧ୍ୟାତ୍ମିକତା ଦିଗ ପ୍ରତି ଆକର୍ଷିତ ହୋଇପାରନ୍ତି।

5/6

କୁମ୍ଭ ରାଶି

ବୃହସ୍ପତିଙ୍କ ଚଳନର ସକାରାତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡ଼ିବ। ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ଚାକିରି ଖୋଜୁଥିଲେ ଖୁସି ଖବର ମିଳିବ । ଦରମା ବୃଦ୍ଧିର ସମ୍ଭାବନା ରହିଛି । କାର୍ଯ୍ୟକ୍ଷେତ୍ରରେ କୌଣସି ଅସୁବିଧା ଥିଲେ ତାହା ଶେଷ ହୋଇଯିବ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।