Guru Gochar 2025: ଆଜିଠାରୁ ୩୩ ଦିନ ପରେ, ଦେବଗୁରୁ ବୃହସ୍ପତି ନକ୍ଷତ୍ର ପରିବର୍ତ୍ତନ କରିବେ। ଏପ୍ରିଲ୍ ଆରମ୍ଭରେ ବୃହସ୍ପତିଙ୍କ ଚଳନରୁ କେଉଁ ତିନୋଟି ରାଶିକୁ ଲାଭଜନକ ଫଳାଫଳ ମିଳିବ ଆସନ୍ତୁ ଜାଣିବା ।
)
ବୃଷ ରାଶି
ବୃହସ୍ପତିଙ୍କ ଶୁଭ ପ୍ରଭାବ ଆପଣଙ୍କ ପ୍ରତି ରହିବ । କର୍ମକ୍ଷେତ୍ରରେ କୌଣସି ସମସ୍ୟା ଥିଲେ ଖୁବ୍ ଶୀଘ୍ର ତାହାର ସମାଧାନ ହୋଇଯିବ । ଯୁବକଯୁବତୀଙ୍କ କ୍ୟାରିୟରରେ ଥିବା ପ୍ରତିବନ୍ଧକ ଗୁଡ଼ିକ ଦୂର ହୋଇଯିବ। ଖୁବଶୀଘ୍ର ଜୀବନରେ ଏକ ଉଚ୍ଚ ପଦବୀ ହାସଲ କରିବାର ସମ୍ଭାବନା ରହିଛି । ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ। ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ ।
)
କର୍କଟ ରାଶି
ଗୁରୁଦେବଙ୍କ ଆଶୀର୍ବାଦ ଆପଣ ପାଇବେ । ଅଫିସରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିବ । କାହା ସହ କିଛି ବିବାଦ ଥିଲେ ତାହାର ଅନ୍ତ ହେବ। ନିଷ୍ଠାର ସହିତ କାମ କରି ସଫଳତା ହାସଲ କରିପାରିବେ । ବ୍ୟବସାୟୀମାନଙ୍କ ଲାଭ ବଢିବାକୁ ଲାଗିବ । ଆପଣଙ୍କ ମାନସିକ ଚାପ କମିବ। ପାରିବାରିକ ସ୍ଥିତି ବେଶ୍ ଭଲ ରହିବ। ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଶୁଭ । ଅବିବାହିତ ଥିଲେ ବିବାହ ପାଇଁ ଯୋଗାଯୋଗ ଆରମ୍ଭ ହେବ ।
)
ମକର ରାଶି
ଗୁରୁଦେବଙ୍କ ବିଶେଷ କୃପା ଆପଣଙ୍କ ପ୍ରତି ରହିଛି । ଭୌତିକ ସୁଖ ବୃଦ୍ଧି ପାଇବାକୁ ଲାଗିବ। ସ୍ୱାସ୍ଥ୍ୟ ଭଲ ରହିବ। ନିଜସ୍ୱ ବ୍ୟବସାୟରେ ଭଲ ଲାଭ ପାଇବେ । ନୂତନ ଗାଡ଼ି କିଣିବାର ସ୍ୱପ୍ନ ପୂରଣ ହୋଇପାରେ । ସମ୍ପତ୍ତି କିଣିବାର ସମ୍ଭାବନା ରହିଛି। ବିବାହ ପ୍ରସ୍ତାବ ଆସିପାରେ। ଦମ୍ପତିଙ୍କ ମଧ୍ୟରେ କୌଣସି ମନାନ୍ତର ଥିଲେ ତାହା ଶେଷ ହେବ । ପ୍ରେମ ସମ୍ପର୍କରେ ସୁଖଦ ସମୟ ଅତିବାହିତ କରିବେ ।
)
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़