Jupiter Transit: ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ଚଳନ କରୁଛନ୍ତି । ଚୈତ୍ର ନବରାତ୍ରି ପରେ, ଏହା ବୁଧଙ୍କ ରାଶି ମିଥୁନରେ ଚଳନ କରିବେ। ବୃହସ୍ପତି ମିଥୁନ ରାଶିରେ ଚଳନ କରିବା କାରଣରୁ ଏହାର ଶୁଭ ପ୍ରଭାବ ୩ଟି ରାଶିର ବ୍ୟକ୍ତି ପାଇବେ ।
Jupiter Transit: ୨୯ ମାର୍ଚ୍ଚରେ ଶନି ମୀନ ରାଶିରେ ଚଳନ କରିବେ ଏବଂ ତା’ପରେ ବୃହସ୍ପତି ମିଥୁନ ରାଶିରେ ଚଳନ । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହମାନଙ୍କ ମଧ୍ୟରେ ଶନି ସବୁଠାରୁ ଧୀର ଗତିଶୀଳ ଗ୍ରହ। ଗୋଟିଏ ରାଶିରେ ପ୍ରାୟ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି ଶନି । ଶନିଙ୍କ ପରେ ଦେବଗୁରୁ ବୃହସ୍ପତି ହେଉଛି ଦ୍ୱିତୀୟ ଧିର ଗତିଶୀଳ ଗ୍ରହ । ପ୍ରାୟ ୧୩ ମାସ ଗୋଟିଏ ରାଶିରେ ରହିବା ପରେ ଅନ୍ୟ ରାଶିରେ ଚଳନ କରନ୍ତି ଦେବଗୁରୁ। ଏହି ବର୍ଷ, ଶନି ପ୍ରଥମେ ଚଳନ କରିବେ ଏବଂ ତା'ପରେ ବୃହସ୍ପତିଙ୍କ ଚଳନ ହେବ । ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ଚଳନ କରୁଛନ୍ତି ଏବଂ ଚୈତ୍ର ନବରାତ୍ରି ପରେ ଏହା ବୁଧଙ୍କ ରାଶି ମିଥୁନରେ ଚଳନ କରିବେ। ବୃହସ୍ପତି ମିଥୁନ ରାଶିରେ ଚଳନ କରିବା ପରେ କିଛି ରାଶିର ବ୍ୟକ୍ତି ଅତ୍ୟନ୍ତ ଶୁଭଫଳ ପାଇବେ ।
1/4ମିଥୁନ ରାଶି
ଦେବଗୁରୁଙ୍କ ଚଳନରୁ ଆପଣ ଶୁଭ ଫଳ ପାଇବେ । ବୃହସ୍ପତିଙ୍କ ଚଳନ ଆପଣଙ୍କ କୁଣ୍ଡଳୀର ଲଗ୍ନ ଘରେ ହେବ। ଆପଣଙ୍କ ବ୍ୟକ୍ତିତ୍ୱରେ ଅଭିବୃଦ୍ଧି ହେବ । କାମରେ ସଫଳତା ମିଳିବାର ସମ୍ଭାବନା ଅଧିକ । ବିଭିନ୍ନ ସୁତ୍ରରୁ ଆର୍ଥିକ ଲାଭ ପାଇଁ ସୁଯୋଗ ପାଇବେ। ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ । ବୈବାହିକ ଜୀବନରେ ସୁଖଦ ଫଳାଫଳ ମିଳିବ । ଜୀବନସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ । ବ୍ୟବସାୟରେ ପ୍ରଗତି କରିବେ । ସମାଜରେ ମାନ ସମ୍ମାନ ବଢିବାକୁ ଲାଗିବ ।
2/4ସିଂହ ରାଶି
ଦେବଗୁରୁ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଅନୁକୂଳ ପ୍ରମାଣିତ ହେବ। ଆପଣଙ୍କ ରାଶିରୁ ଏକାଦଶ ଘରେ ତଥା ଲାଭ ସ୍ଥାନରେ ଶୁଭ ପ୍ରଭାବ ରହିବ । ଆୟ ବୃଦ୍ଧି ହେବାର ସଙ୍କେତ ରହିଛି । ଟଙ୍କା ରୋଜଗାର ପାଇଁ ନୂଆ ଉତ୍ସ ମିଳିବ । କ୍ୟାରିୟର ଏବଂ ବ୍ୟବସାୟରେ ସଫଳତାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଅର୍ଥନୈତିକ ସ୍ଥିତି ସୁଦୃଢ଼ ରହିବ । ପୁଞ୍ଜି ନିବେଶରୁ ଭଲ ଲାଭ ପାଇବେ ।
3/4ମକର ରାଶି
ଆପଣଙ୍କ ପାଇଁ ବୃହସ୍ପତିଙ୍କ ଚଳନ ସକାରାତ୍ମକ ପ୍ରମାଣିତ ହେବ। ବୃହସ୍ପତି ଆପଣଙ୍କ ରାଶିର ଦଶମ ଘରେ ଚଳନ କରିବେ । କୁଣ୍ଡଳୀର ଦଶମ ଘର କ୍ୟାରିଅର, ବ୍ୟବସାୟ ଏବଂ କର୍ମକ୍ଷେତ୍ର ସହିତ ଜଡିତ। ଟଙ୍କା ରୋଜଗାରର ସମ୍ଭାବନା ବଢିବ । ଚାକିରି କ୍ଷେତ୍ରରେ ଭଲ ସୁଯୋଗ ମିଳିବ। ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିଲେ ସମୟ ଶୁଭ ।
4/4Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।